ଆହତ ହର୍ଷଲ ପଟେଲ ଆଇପିଏଲରୁ ଆଉଟ୍

କୋଲକାତା: ଦିଲ୍ଲୀ କ୍ୟାପିଟାଲ୍ସ ଦଳର ପେସ୍ ବୋଲର ହର୍ଷଲ ପଟେଲ ଡାହାଣ ହାତରେ ଫ୍ରାକଚର୍ ଯୋଗୁ ଆଇପିଏଲର ବାକି ମ୍ୟାଚରୁ ବାଦ୍ ପଡ଼ିଛନ୍ତି। ଟିମର କୋଚ୍ ରିକି ପଣ୍ଟିଂ ଗୁରୁବାର ଏହି ସୂଚନା ଦେଇଛନ୍ତି। ପଣ୍ଟିଂ କହିଛନ୍ତି, ‘୧ ଏପ୍ରିଲରେ କିଙ୍ଗସ ଇଲେଭେନ୍ ପଞ୍ଜାବ ବିପକ୍ଷ ମ୍ୟାଚରେ ତାଙ୍କ ଡାହାଣ ହାତ ଫ୍ରାକଚର ହୋଇଯାଇଥିଲା। ମ୍ୟାଚ୍ ସମୟରେ ତାଙ୍କର ଆହତ ସମ୍ବନ୍ଧରେ ଆମେ କିଛି ବି ଜାଣିପାରି ନଥିଲୁ, କିନ୍ତୁ ପରେ ଏକ୍ସ-ରେରେ ଫ୍ରାକଚର ହୋଇଥିବା ଜଣାପଡ଼ିଥିଲା। […]

harshal

harshal

Ranjit Kumar Jena
  • Published: Thursday, 11 April 2019
  • Updated: 11 April 2019, 08:16 PM IST

କୋଲକାତା: ଦିଲ୍ଲୀ କ୍ୟାପିଟାଲ୍ସ ଦଳର ପେସ୍ ବୋଲର ହର୍ଷଲ ପଟେଲ ଡାହାଣ ହାତରେ ଫ୍ରାକଚର୍ ଯୋଗୁ ଆଇପିଏଲର ବାକି ମ୍ୟାଚରୁ ବାଦ୍ ପଡ଼ିଛନ୍ତି। ଟିମର କୋଚ୍ ରିକି ପଣ୍ଟିଂ ଗୁରୁବାର ଏହି ସୂଚନା ଦେଇଛନ୍ତି। ପଣ୍ଟିଂ କହିଛନ୍ତି, '୧ ଏପ୍ରିଲରେ କିଙ୍ଗସ ଇଲେଭେନ୍ ପଞ୍ଜାବ ବିପକ୍ଷ ମ୍ୟାଚରେ ତାଙ୍କ ଡାହାଣ ହାତ ଫ୍ରାକଚର ହୋଇଯାଇଥିଲା।

ମ୍ୟାଚ୍ ସମୟରେ ତାଙ୍କର ଆହତ ସମ୍ବନ୍ଧରେ ଆମେ କିଛି ବି ଜାଣିପାରି ନଥିଲୁ, କିନ୍ତୁ ପରେ ଏକ୍ସ-ରେରେ ଫ୍ରାକଚର ହୋଇଥିବା ଜଣାପଡ଼ିଥିଲା। ଆହତ କାରଣରୁ ସେ ତିନି-ଚାରି ମାସ କ୍ରିକେଟରୁ ଦୂରେଇ ରହିବେ। ଏହାର ଅର୍ଥ ସେ ଚଳିତ ଟୁର୍ଣ୍ଣାମେଣ୍ଟରୁ ସମ୍ପୂର୍ଣ୍ଣ ଭାବେ ବାଦ୍ ପଡ଼ିଛନ୍ତି। ତାଙ୍କ ସ୍ଥାନରେ ଆମେ ଏପର୍ଯ୍ୟନ୍ତ ବଦଳ ଖେଳାଳି ସାମିଲ କରିନାହୁଁ।'

ସୂଚନାଯୋଗ୍ୟ, ଚଳିତ ସଂସ୍କରଣରେ ହର୍ଷଲ ୨ଟି ମ୍ୟାଚ୍ ଖେଳିଛନ୍ତି। ସେ କୋଲକାତା ନାଇଟ୍ ରାଇଡର୍ସ ବିପକ୍ଷ ଟାଇ ମ୍ୟାଚରେ ୪୦ ରନ୍ ଦେଇ ୨ଟି ୱିକେଟ୍ ନେଇଥିଲେ। ଏହାଛଡ଼ା କିଙ୍ଗସ୍ ଇଲେଭେନ୍ ପଞ୍ଜାବ ବିପକ୍ଷ ମ୍ୟାଚରେ ସେ ୩୭ ରନ୍ ଦେଇ କୌଣସି ସଫଳତା ହାସଲ କରିନଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos