ନୂଆଦିଲ୍ଲୀ: ଆଇପିଏଲ୍ ଆରମ୍ଭ ହେବା ଦିନଠାରୁ ଚିୟରଲିଡର୍ସଙ୍କ ଭୁମିକା ବହୁତ ଗୁରୁତ୍ୱପୂର୍ଣ୍ଣ ରହିଆସିଛି।ଚଳିତ ଆଇପିଏଲକୁ ଛାଡ଼ି ଦେଲେ ବାକି ସବୁଗୁଡ଼ିକରେ ମ୍ୟାଚ ପରେ ଖେଳାଳିମାନେ ଚିୟରଲିଡର୍ସମାନଙ୍କ ସହିତ ମିଳାମିଶ କରିବା ସାଧାରଣ କଥା ଥିଲା।ତେବେ ଏଥର ବିସିସିଆଇ ଏଥିରେ ଲଗାଇ ଦେଇଛି ରୋକ।
ବୋର୍ଡ କହିଛି ଖେଳାଳିମାନେ ଚିୟରଲିଡର୍ସମାନଙ୍କ ସହିତ ମିଳାମିଶା କରିପାରିବେ ନାହିଁ।ଚିୟରଲିଡର୍ସମାନେ ଖେଳାଳି ରହୁଥିବା ହୋଟେଲରେ ରହିପାରିବେ ନାହିଁ।ସେମାନେ ଖେଳାଳିଙ୍କ ସହିତ ଯାତ୍ରା ବି କରିପାରିବେ ନାହିଁ।ପୂର୍ବରୁ ବିସିସିଆଇ ମ୍ୟାଚ୍ ପରବର୍ତ୍ତୀ ପାର୍ଟି ଉପରେ କଟକଣା ଲଗାଇ ସାରିଥିଲା।କୌଣସି ଅଯଥା ବିବାଦରେ ନପଡ଼ିବାକୁ ବିସିସିଆଇ ଏହି ପଦକ୍ଷେପ ନେଇଛି।
ବିସିସିଆଇ ଚାହୁଁଛି ଖେଳାଳିମାନେ କେବଳ କ୍ରିକେଟ୍ ଉପରେ ଧ୍ୟାନ ଦିଅନ୍ତୁ।ପୂର୍ବରୁ ଚିୟରଲିଡରମାନେ ଖେଳାଳିମାନଙ୍କ ସହିତ ଗୋଟିଏ ହୋଟେଲରେ ରହୁଥିଲେ । ଏପରିକି ଗୋଟିଏ ବିମାନରେ ବି ଯିବାଆସିବା କରୁଥିଲେ ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ଅମାନବିକତା; ହାଇକୋର୍ଟଙ୍କ କେଉଁ ରାୟ ଉପରେ ରୋକ ଲଗାଇ ସୁପ୍ରିମକୋର୍ଟ ଏମିତି ଶବ୍ଦ ପ୍ରୟୋଗ କଲେ
ହାଇକୋର୍ଟଙ୍କ ଏହି ରାୟକୁ ବିଭିନ୍ନ ବର୍ଗର ଲୋକେ ସମାଲୋଚନା କରିଥିଲେ। ସୁପ୍ରିମକୋର୍ଟ ନିଜ ଆଡ଼ୁ ଏହି ମାମଲାର ଶୁଣାଣି କରିବା ବୋଲି ଘୋଷଣା କରିଥିଲେ।

Guest Column
ଅସହିଷ୍ଣୁତାର ବାତାବରଣରେ କୁନାଲ କାମରାଙ୍କ ବ୍ୟଙ୍ଗ
ପ୍ରଥମ ପ୍ରଧାନମନ୍ତ୍ରୀ କଂଗ୍ରେସର ପଣ୍ଡିତ ଜବାହର୍ଲାଲ୍ ନେହେରୁ ହୁଅନ୍ତୁ ବା ବିଜେପି ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ହୁଅନ୍ତୁ, ସେମାନେ ସମାଲୋଚକମାନଙ୍କୁ ସିଧାସଳଖ ନିନ୍ଦା କରିବା ବା ସେମାନଙ୍କ ବିରୋଧରେ ଅସହିଷ୍ଣୁତାର ବାତାବରଣ ସୃଷ୍ଟି କରିବାରେ କେବେ ବି ଏକମତ ହୋଇନାହାନ୍ତି।

National
ସାଂସଦଙ୍କ ବେତନ ବୃଦ୍ଧିର ଆଧାର କ’ଣ?
୨୦୧୬ରେ ସାଂସଦମାନଙ୍କ ବେତନ ବୃଦ୍ଧିକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଦୃଢ଼ ମତ ରଖିଥିଲେ। ସାଂସଦମାନେ ନିଜର ଦରମା ସମ୍ପର୍କରେ ନିଜେ ନିଷ୍ପତ୍ତି ନେବା ଉଚିତ୍ ନୁହେଁ ଏବଂ ବେତନ ଆୟୋଗ ଭଳି ଏକ ସଂସ୍ଥା ଏହି ପ୍ରସଙ୍ଗରେ ନିଷ୍ପତ୍ତି ନେବା ଉଚିତ୍ ବୋଲି ପ୍ରଧାନମନ୍ତ୍ରୀ ମତ ଦେଇଥିଲେ। ଅଥବା ବିଭିନ୍ନ ସମୟରେ ନିର୍ଦ୍ଦିଷ୍ଟ ପଦବୀ ଏବଂ ପାହ୍ୟାରେ ହେଉଥିବା ବେତନ ବୃଦ୍ଧି ସହ ଏହାକୁ ଯୋଡ଼ିବା ଆବଶ୍ୟକ ବୋଲି ସେ କହିଥିଲେ।

Guest Column
ଭାଲୁ ମିଡିଆର ପଣସଖିଆ ଟ୍ରାଏଲ
ହିନ୍ଦୀ ଚଳଚ୍ଚିତ୍ର ଅଭିନେତା ସୁଶାନ୍ତ ସିଂହ ଆତ୍ମହତ୍ୟା ମାମଲାରେ ସିବିଆଇ ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀଙ୍କ ଉପରେ ଚାଲିଥିବା ଅନୁସନ୍ଧାନକୁ ଅଫିସିଆଲି ବନ୍ଦ କରିବା ଲାଗି ନିଷ୍ପତ୍ତି ନେଇଛି। ଦୀର୍ଘ ପାଞ୍ଚ ବର୍ଷ ପରେ ସିବିଆଇ ଏହି ନିଷ୍ପତ୍ତିରେ ପହଞ୍ଚିଛି ଯେ ସୁଶାନ୍ତ ସିଂହଙ୍କ ମୃତ୍ୟୁ କେବଳ ‘ଆତ୍ମହତ୍ୟା’ ଥିଲା। ଏହା ପଛରେ ରିଆଙ୍କର କୌଣସି ସମ୍ପୃକ୍ତି ନାହିଁ।

National
କମେଡି ପାଇଁ ସୁପାରୀ!
ଖାର ଥାନାର ଏକ ଟିମ୍ କୁନାଲ କମରାଙ୍କ ମୁମ୍ବାଇ ସ୍ଥିତ ବାସଭବନକୁ ଯାଇ ଏକ ସମନ ଦେଇଛନ୍ତି। ଥାନାରେ ହାଜର ହୋଇ ପଚରାଉଚରାର ସମ୍ମୁଖୀନ ହେବାକୁ ତାଙ୍କୁ ସମନ ଦିଆଯାଇଛି।