ଟିମ୍ ଇଣ୍ଡିଆର କୋଚ୍ ଦୌଡ଼ରେ ଗାଙ୍ଗୁଲି!

ନୂଆଦିଲ୍ଲୀ: ସୌରଭ ଗାଙ୍ଗୁଲି ହୋଇପାରନ୍ତି ଟିମ୍ ଇଣ୍ଡିଆର କୋଚ୍।ବର୍ତମାନର କୋଚ୍ ଡନକାନ୍ ଫ୍ଲେଚରଙ୍କ ସ୍ଥାନ ନେବା ପାଇଁ ସେ ଦୌଡ଼ରେ ଥିବା ଜଣାପଡ଼ିଛି ।ଏକ ଇଂରାଜୀ ଦୈନିକରେ ପ୍ରକାଶିତ ଖବର ଅନୁଯାୟୀ ଏ ନେଇ ଗାଙ୍ଗୁଲି ବିସିସିଆଇ ସଭାପତି ଜଗମୋହନ ଡାଲିମିଅାଁ ନିକଟରେ ନିଜ ଇଚ୍ଛା ପ୍ରକାଶ କରିଛନ୍ତି। ବଙ୍ଗଳା କ୍ରିକେଟ୍ ଆସୋସିଏସନ୍ର ଜଣେ ଉଚ୍ଚ ପଦାଧିକାରୀ ଏହି ସୂଚନା ଦେଇଥିବା ଏହି ଖବର କାଗଜ ଦାବି କରିଛି । ତେବେ ଡାଲମିଅାଁ ତାଙ୍କୁ କୌଣସି ପ୍ରତିଶ୍ରୁତି […]

souravganguly

souravganguly

Rakesh Mallick
  • Published: Thursday, 16 April 2015
  • Updated: 16 April 2015, 12:20 PM IST

Sports

Latest News

ନୂଆଦିଲ୍ଲୀ: ସୌରଭ ଗାଙ୍ଗୁଲି ହୋଇପାରନ୍ତି ଟିମ୍ ଇଣ୍ଡିଆର କୋଚ୍।ବର୍ତମାନର କୋଚ୍ ଡନକାନ୍ ଫ୍ଲେଚରଙ୍କ ସ୍ଥାନ ନେବା ପାଇଁ ସେ ଦୌଡ଼ରେ ଥିବା ଜଣାପଡ଼ିଛି ।ଏକ ଇଂରାଜୀ ଦୈନିକରେ ପ୍ରକାଶିତ ଖବର ଅନୁଯାୟୀ ଏ ନେଇ ଗାଙ୍ଗୁଲି ବିସିସିଆଇ ସଭାପତି ଜଗମୋହନ ଡାଲିମିଅାଁ ନିକଟରେ ନିଜ ଇଚ୍ଛା ପ୍ରକାଶ କରିଛନ୍ତି।

ବଙ୍ଗଳା କ୍ରିକେଟ୍ ଆସୋସିଏସନ୍ର ଜଣେ ଉଚ୍ଚ ପଦାଧିକାରୀ ଏହି ସୂଚନା ଦେଇଥିବା ଏହି ଖବର କାଗଜ ଦାବି କରିଛି । ତେବେ ଡାଲମିଅାଁ ତାଙ୍କୁ କୌଣସି ପ୍ରତିଶ୍ରୁତି ଦେଇ ନ ଥିବା ଉକ୍ତ ଅଧିକାରୀ ଜଣଙ୍କ କହିଛନ୍ତି।ସେ ଆହୁରି ମଧ୍ୟ କହିଛନ୍ତି ଯେ ଭାରତୀୟ ଟମର କୋଚ୍ ପଦ ପାଇଁ ସୌରଭଙ୍କୁ ଆବେଦନ କରିବାକୁ ପଡ଼ିବ।ଯେଉଁମାନେ କୋଚ୍ ପଦ ପାଇଁ ଆବେଦନ କରନ୍ତି ସେମାନଙ୍କୁ ଏକ ଉପସ୍ଥାପନା ଦେବାକୁ ହୁଏ।

ତା’ପରେ ଏକ ସାକ୍ଷାତକାରର ସମ୍ମୁଖୀନ ହେବାକୁ ହୁଏ।ବିସିସିଆଇର ଏକ ପ୍ୟାନେଲ ସହିତ ପୂର୍ବତନ ଅଧିନାୟକମାନେ କୋଚ୍ ଚୟନରେ ନିଷ୍ପତ୍ତି ଗ୍ରହଣ କରନ୍ତି।ଅନ୍ୟପକ୍ଷରେ ବସିସିଆଇର କେତେ ଜଣ ଅଧିକାରୀ ରାହୁଲ ଦ୍ରାବିଡ଼ଙ୍କୁ କୋଚ୍ କରିବାକୁ ଚାହୁଁଛନ୍ତି ବୋଲି ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos