ନିଜ ତିନିମାସର ଝିଅକୁ ସ୍ପାନିଶ୍ ଶିଖାଉଛନ୍ତି ରୋହିତ, ଦେଖନ୍ତୁ ଭିଡିଓ

ମୁମ୍ବାଇ: ରୋହିତ ଶର୍ମା ବର୍ତ୍ତମାନ ଆଇପିଏଲ ଖେଳିବାରେ ବ୍ୟସ୍ତ ଅଛନ୍ତି। ତାଙ୍କ ନେତୃତ୍ୱରେ ମୁମ୍ବାଇ ଚଳିତ ସିଜନରେ ଭଲ ପ୍ରଦର୍ଶନ କରି ୫ଟି ମ୍ୟାଚରୁ ୩ ବିଜୟ ହାସଲ କରିଛି। ଏହି ବ୍ୟସ୍ତବହୁଳ କାର୍ଯ୍ୟସୂଚୀ ମଧ୍ୟରେ ରୋହିତ ନିଜ ପତ୍ନୀ ଓ ଝିଅ ପାଇଁ ସମୟ ବାହାର କରନ୍ତି। ଏପରିକି ରୋହିତ ସୋଶାଲ ମିଡିଆରେ ମଧ୍ୟ କିଛି ନା କିଛି ପୋଷ୍ଟ କରି ଚର୍ଚ୍ଚାକୁ ଆସନ୍ତି। ଏମିତି ଏକ ଭିଡିଓ ରୋହିତ ସୋଶାଲ ମିଡିଆରେ ସେୟାର କରିଛନ୍ତି, […]

ROH

ROH

Ranjit Kumar Jena
  • Published: Wednesday, 10 April 2019
  • Updated: 10 April 2019, 09:15 PM IST

ମୁମ୍ବାଇ: ରୋହିତ ଶର୍ମା ବର୍ତ୍ତମାନ ଆଇପିଏଲ ଖେଳିବାରେ ବ୍ୟସ୍ତ ଅଛନ୍ତି। ତାଙ୍କ ନେତୃତ୍ୱରେ ମୁମ୍ବାଇ ଚଳିତ ସିଜନରେ ଭଲ ପ୍ରଦର୍ଶନ କରି ୫ଟି ମ୍ୟାଚରୁ ୩ ବିଜୟ ହାସଲ କରିଛି। ଏହି ବ୍ୟସ୍ତବହୁଳ କାର୍ଯ୍ୟସୂଚୀ ମଧ୍ୟରେ ରୋହିତ ନିଜ ପତ୍ନୀ ଓ ଝିଅ ପାଇଁ ସମୟ ବାହାର କରନ୍ତି। ଏପରିକି ରୋହିତ ସୋଶାଲ ମିଡିଆରେ ମଧ୍ୟ କିଛି ନା କିଛି ପୋଷ୍ଟ କରି ଚର୍ଚ୍ଚାକୁ ଆସନ୍ତି।

ଏମିତି ଏକ ଭିଡିଓ ରୋହିତ ସୋଶାଲ ମିଡିଆରେ ସେୟାର କରିଛନ୍ତି, ଯେଉଁଥିରେ ତାଙ୍କ ୩ମାସର ଝିଅକୁ ହସୁଥିବାରୁ ଦେଖିବାକୁ ମିଳିଛି। ଏହି ଭିଡିଓ ସେୟାର କରିବା ସହ ରୋହିତ ଏକ ରୋଚକ କଥା ମଧ୍ୟ ଉଜାଗର କରିଛନ୍ତି। ରୋହିତ ନିଜ ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡଲରେ ଏହି ଭିଡିଓ ସେୟାର କରିଛନ୍ତି। ଏଥିରେ ରୋହିତ ନିଜ ଝିଅକୁ ସ୍ପାନିଶ୍ ଶିଖାଇବାକୁ ପ୍ରୟାସ କରୁଛନ୍ତି।

ସେ ଭିଡିଓ କ୍ୟାପସନରେ ଉଲ୍ଲେଖ କରିଛନ୍ତି ଯେ, "ସ୍ପାନିଶ୍ ଲେସନ୍ ଆଟ୍ ଥାର୍ଡ ମନ୍ଥ'। ଶେଷରେ ରୋହିତ ଏକ ସ୍ପାନିଶ ଶବ୍ଦ (ମୁ ବିଏନ୍) ଲେଖିଛନ୍ତି, ଯାହାର ଅର୍ଥ "ବହୁତ ଭଲ'। ରୋହିତଙ୍କ ଏହି ଭିଡିଓକୁ କିଛି ସମୟ ଭିତରେ ହଜାର ହଜାର ଲୋକେ ଲାଇକ୍ କରିଥିଲେ। ଏଥିସହ କିଛି ଲୋକେ ମଧ୍ୟ ପ୍ରତିକ୍ରିୟା ମଧ୍ୟ ଦେଇଥିଲେ।

ସୂଚନାଯୋଗ୍ୟ, ରୋହିତଙ୍କ ଝିଅ ସମାଇରା ଡିସେମ୍ବର ୩୧ ତାରିଖରେ ଜନ୍ମ ହୋଇଥିଲେ। ଏହି ସମୟରେ ରୋହିତ ଅଷ୍ଟ୍ରେଲିଆ ଗସ୍ତରେ ଥିଲେ, କିନ୍ତୁ ଝିଅ ଜନ୍ମ ହେବା ପରେ ସେ ଭାରତ ଫେରିଥିଲେ। ଏହା ପରେ ସେ ପୁଣିଥରେ ଅଷ୍ଟ୍ରେଲିଆ ପ୍ରତ୍ୟାବର୍ତ୍ତନ କରିଥିଲେ।

ଦେଖନ୍ତୁ ଭିଡିଓ

https://twitter.com/ImRo45/status/1115920902338650113

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos