ବିଳମ୍ବିତ ରାତି ପର୍ଯ୍ୟନ୍ତ ପାର୍ଟି କରିବା ଏହି କ୍ରିକେଟରଙ୍କୁ ମହଙ୍ଗା ପଡ଼ିଲା

କରାଚୀ: ପାକିସ୍ତାନ କ୍ରିକେଟର ଉମର ଅକମଲଙ୍କୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ପାର୍ଟି କରିବା ମହଙ୍ଗା ପଡ଼ିଛି। ଏହି ମାମଲାରେ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ଅକମଲଙ୍କ ଉପରେ ମ୍ୟାଚ୍ ଫି’ର ୨୦ ପ୍ରତିଶତ ଜୋରିମାନା ଲଗାଇଛି। ପିସିବି ପକ୍ଷରୁ କୁହାଯାଇଛି ଯେ, ଟିମର ମ୍ୟାନେଜର ତଲତ ଅଲୀ ଏହି ମାମଲାର ଶୁଣାଣି କରିଛନ୍ତି, ଯେଉଁଥିରେ ଅକମଲ ନିଜ ଭୁଲ ସ୍ୱୀକାର କରିଛନ୍ତି ଏବଂ ନିଜର ଏହି ବ୍ୟବହାର ପାଇଁ କ୍ଷମାପ୍ରାର୍ଥନା କରିଛନ୍ତି। ସୂଚନାଯୋଗ୍ୟ, ଅଷ୍ଟ୍ରେଲିଆ ବିପକ୍ଷ ଚତୁର୍ଥ […]

umar

umar

Ranjit Kumar Jena
  • Published: Tuesday, 02 April 2019
  • Updated: 02 April 2019, 05:44 PM IST

Sports

Latest News

କରାଚୀ: ପାକିସ୍ତାନ କ୍ରିକେଟର ଉମର ଅକମଲଙ୍କୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ପାର୍ଟି କରିବା ମହଙ୍ଗା ପଡ଼ିଛି। ଏହି ମାମଲାରେ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ଅକମଲଙ୍କ ଉପରେ ମ୍ୟାଚ୍ ଫି'ର ୨୦ ପ୍ରତିଶତ ଜୋରିମାନା ଲଗାଇଛି।

ପିସିବି ପକ୍ଷରୁ କୁହାଯାଇଛି ଯେ, ଟିମର ମ୍ୟାନେଜର ତଲତ ଅଲୀ ଏହି ମାମଲାର ଶୁଣାଣି କରିଛନ୍ତି, ଯେଉଁଥିରେ ଅକମଲ ନିଜ ଭୁଲ ସ୍ୱୀକାର କରିଛନ୍ତି ଏବଂ ନିଜର ଏହି ବ୍ୟବହାର ପାଇଁ କ୍ଷମାପ୍ରାର୍ଥନା କରିଛନ୍ତି।

ସୂଚନାଯୋଗ୍ୟ, ଅଷ୍ଟ୍ରେଲିଆ ବିପକ୍ଷ ଚତୁର୍ଥ ଦିନିକିଆ ପରେ ଉମର ବିଳମ୍ବିତ ରାତିରେ ପାର୍ଟି କରିବା ପାଇଁ ନାଇଟ୍ କ୍ଲବ୍ ଯାଇଥିଲେ, ଯାହାର ଭିଡିଓ ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହୋଇଛି। ପିସିବିର କାର୍ଯ୍ୟକାରୀ ନିର୍ଦ୍ଦେଶକ ୱାସିମ୍ ଖାନ୍ କହିଛନ୍ତି, ଉମର ନିଜର ଭୁଲ ସ୍ୱୀକାର କରିଥିବାରୁ ମୁଁ ବହୁତ ଖୁସି। ସେ ମଧ୍ୟ ନିଜ ଭୁଲ ପାଇଁ କ୍ଷମା ମାଗିଛନ୍ତି। ସେ ଆଗାମୀ ଦିନରେ ଏଭଳି ଭୁଲ ଆଉ କରିବେ ନାହିଁ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

ସୂଚନାଯୋଗ୍ୟ, ପାକିସ୍ତାନ ସୁପର ଲିଗରେ ଭଲ ପ୍ରଦର୍ଶନ ଯୋଗୁ ପ୍ରାୟ ଅଢ଼େଇ ବର୍ଷ ପରେ ଉମର ଜାତୀୟ ଦଳକୁ ଫେରିଛନ୍ତି। କିନ୍ତୁ ପ୍ରତ୍ୟାବର୍ତ୍ତନରେ ତାଙ୍କ ପ୍ରଦର୍ଶନ ଚୟନକର୍ତ୍ତାକୁ ପ୍ରଭାବିତ କରିପାରିନାହିଁ।

ଦେଖନ୍ତୁ ନାଇଟ୍ କ୍ଲବରେ ଭାଇରାଲ ହୋଇଥିବା ଉମରଙ୍କ ଭିଡିଓ

https://twitter.com/Saj_PakPassion/status/1112353427030528000

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos