କୁଆଲାଲୁମ୍ପୁର: ନବନିତ୍ କୌରଙ୍କ ଡବଲ୍ ଗୋଲ୍ ବଳରେ ଭାରତୀୟ ମହିଳା ହକି ଟିମ୍ ଦୁଇଟି ଗୋଲ୍ ପଛୁଆ ରହିବା ପରେ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରି ସୋମବାର ଏଠାରେ ଅନୁଷ୍ଠିତ ପାଞ୍ଚମ୍ୟାଚ୍ ବିଶିଷ୍ଟ ସିରିଜର ତୃତୀୟ ମ୍ୟାଚରେ ମାଲେସିୟାକୁ ୪-୪ ଗୋଲରେ ଡ୍ର' ରୋକିଛି।
ସିରିଜର ପ୍ରଥମ ମ୍ୟାଚରେ ଭାରତ ୩-୦ ଓ ଦ୍ୱିତୀୟ ମ୍ୟାଚରେ ୫-୦ରେ ବିଜୟୀ ହୋଇଥିଲା। ସୋମବାର ଖେଳାଯାଇଥିବା ମ୍ୟାଚରେ ନବଜୋତ୍ କୌର୍ ୧୩ତମ ମିନିଟରେ ଗୋଟିଏ ଗୋଲ ଦେଇ ଭାରତକୁ ୧-୦ରେ ଆଗୁଆ କରାଇଥିବା ବେଳେ ୨୨ତମ ମିନିଟରେ ନବନିତ୍ ସ୍କୋରକୁ ଡବଲ୍ କରିଥିଲେ।
୨୬ତମ ମିନିଟରେ ଗୁରଦୀପ କିରନଦୀପ ମ୍ୟାଲେସିୟା ପକ୍ଷରୁ ପ୍ରଥମ ଗୋଲ୍ କରିଥିଲେ। ଚଳିତ ସିରିଜରେ ମ୍ୟାଲେସିୟାର ଏହା ପ୍ରଥମ ଗୋଲ୍ ଥିଲା। ଏହା ପରେ ମାଲେସିୟା ପକ୍ଷରୁ ଦ୍ୱିତୀୟ ଗୋଲ୍ ଦେଇଥିଲେ ନୁରାନି ରଶିଦ୍।
୩୫ତମ ମିନିଟରେ ନୁରାମିରା ଜୁଲକିଫଲି ଓ ୩୮ତମ ମିନିଟରେ ନୁରାନିଙ୍କ ଗୋଲ ଦ୍ୱାରା ମାଲେସିୟା ୪-୨ରେ ଆଗୁଆ ହୋଇଥିଲା। କିନ୍ତୁ ୪୫ତମ ମିନିଟରେ ନବନିତ୍ ଓ ୫୪ତମ ମିନିଟରେ ଲାଲରେମସିଆମି ଗୋଟିଏ ଲେଖାଏ ଗୋଲ ଦେଇ ମ୍ୟାଚକୁ ୪-୪ରେ ଡ୍ର' କରାଇଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ଜନ୍ମଦିନରେ ମୋବାଇଲ ଗିଫ୍ଟ ଦେବାକୁ ମନା କଲେ ମାଆ; ଜୀବନ ହାରିଲେ ନାବାଳକ
ଆର୍ଥିକ ଅସୁବିଧା କାରଣରୁ ପୁଅକୁ ମୋବାଇଲ କିଣିଦେବାକୁ ମନା କରିଥିଲେ ମାଆ।
National
ଏଥର ବି ସାଧାରଣତନ୍ତ୍ର ଦିବସରେ ଦିଶିବନି ଦିଲ୍ଲୀର ପ୍ରଜ୍ଞାପନ ମେଢ଼
ଏହାକୁ ମିଶାଇ ୪ର୍ଥ ଥର ପାଇଁ ଦେଶର ରାଜଧାନୀ ଦିଲ୍ଲୀର ପ୍ରଜ୍ଞାପନ ମେଢ଼କୁ ସାଧାରଣତନ୍ତ୍ର ଦିବସ ପ୍ୟାରେଡରେ ପ୍ରଦର୍ଶିତ କରିବାକୁ ଅନୁମତି ମିଳିନାହିଁ।
Politics
ବିଭାଗ ବଣ୍ଟନକୁ ନେଇ ମହାୟୁତି ମେଣ୍ଟରେ ଅସନ୍ତୋଷ, ସ୍ୱୀକାର କଲେ ଅଜିତ ପାୱାର
ଶନିବାର ରାତିରେ ମହାରାଷ୍ଟ୍ର ସରକାରରେ ମନ୍ତ୍ରୀମଣ୍ଡଳ ବିଭାଗ ବଣ୍ଟନ ହୋଇଛି। ମନ୍ତ୍ରୀଙ୍କ ସଂଖ୍ୟା ଅଧିକ ଥିବାରୁ ସମସ୍ତଙ୍କୁ ଗୋଟିଏ ଲେଖାଏଁ ବିଭାଗ ଦେବାକୁ ପଡ଼ିଲା ବୋଲି କହିଲେ ଅଜିତ ପାୱାର।
National
ଅଲ୍ଲୁ ଅର୍ଜୁନଙ୍କ ଘର ଆଗରେ ବିକ୍ଷୋଭ ଓ ଭଙ୍ଗାରୁଜା, ୮ ଗିରଫ
ବିକ୍ଷୋଭକାରୀ ଅଲ୍ଲୁ ଅର୍ଜୁନଙ୍କ ବାସଭବନରେ ଧସେଇ ପଶିବାକୁ ଉଦ୍ୟମ କରିଥିଲେ। ୮ ଜଣଙ୍କୁ ଉଠାଇ ନେଇଛି ପୁଲିସ।
National
ବିଷ ବଳୟରେ ରାଜଧାନୀ; ‘ସିଭିୟର’ ସ୍ଥିତିରେ ବାୟୁ ପ୍ରଦୂଷଣ
ରବିବାର ଦିନ ୩ଟା ସୁଦ୍ଧା ବାୟୁ ଗୁଣବତ୍ତା ସୂଚକାଙ୍କ ୪୦୬ରେ ପହଞ୍ଚିଛି। ୧୬ ଡିସେମ୍ବର ରାତିରୁ ଲାଗୁ ହୋଇଛି ଗ୍ରାପ-୪ କଟକଣା।