ରାଞ୍ଚି ଟେଷ୍ଟରୁ କୁଲଦୀପ ଯାଦବ ଆଉଟ୍, ନଦୀମ ଇନ୍

ରାଞ୍ଚି: ଶନିବାରଠାରୁ ଦକ୍ଷିଣ ଆଫ୍ରିକା ବିପକ୍ଷ ଖେଳାଯିବାକୁଥିବା ପ୍ରଥମ ଟେଷ୍ଟ ପୂର୍ବରୁ ଭାରତର ଚାଇନାମ୍ୟାନ୍ ସ୍ପିନର୍ କୁଲଦୀପ ଯାଦବ ଆହତ କାରଣରୁ ଟିମରୁ ବାଦ୍ ପଡ଼ିଛନ୍ତି। ତାଙ୍କ ସ୍ଥାନରେ ସ୍ଥାନୀୟ ବାମହାତୀ ସ୍ପିନର ଶାହାବାଜ ନଦୀମଙ୍କୁ ଭାରତୀୟ ଟେଷ୍ଟ ଟିମରେ ସାମିଲ୍‌ କରାଯାଇଛି। ନଦୀମ ଝାରଖଣ୍ଡ ଓ ଭାରତ-ଏ ପକ୍ଷରୁ ଦମଦାର ପ୍ରଦର୍ଶନ କରିଛନ୍ତି। ଝାରଖଣ୍ଡ ପକ୍ଷରୁ ନଦୀମ ଲଗାତାର ସିଜନରେ ୫୦ରୁ ଅଧିକ ୱିକେଟ୍ ହାସଲ କରିସାରିଛନ୍ତି। ୩୦ ବର୍ଷୀୟ ଏହି ବାମହାତୀ ସ୍ପିନର ୧୧୦ […]

nadeem

nadeem

Ranjit Kumar Jena
  • Published: Friday, 18 October 2019
  • Updated: 18 October 2019, 08:48 PM IST

Sports

Latest News

ରାଞ୍ଚି: ଶନିବାରଠାରୁ ଦକ୍ଷିଣ ଆଫ୍ରିକା ବିପକ୍ଷ ଖେଳାଯିବାକୁଥିବା ପ୍ରଥମ ଟେଷ୍ଟ ପୂର୍ବରୁ ଭାରତର ଚାଇନାମ୍ୟାନ୍ ସ୍ପିନର୍ କୁଲଦୀପ ଯାଦବ ଆହତ କାରଣରୁ ଟିମରୁ ବାଦ୍ ପଡ଼ିଛନ୍ତି। ତାଙ୍କ ସ୍ଥାନରେ ସ୍ଥାନୀୟ ବାମହାତୀ ସ୍ପିନର ଶାହାବାଜ ନଦୀମଙ୍କୁ ଭାରତୀୟ ଟେଷ୍ଟ ଟିମରେ ସାମିଲ୍‌ କରାଯାଇଛି। ନଦୀମ ଝାରଖଣ୍ଡ ଓ ଭାରତ-ଏ ପକ୍ଷରୁ ଦମଦାର ପ୍ରଦର୍ଶନ କରିଛନ୍ତି।

ଝାରଖଣ୍ଡ ପକ୍ଷରୁ ନଦୀମ ଲଗାତାର ସିଜନରେ ୫୦ରୁ ଅଧିକ ୱିକେଟ୍ ହାସଲ କରିସାରିଛନ୍ତି। ୩୦ ବର୍ଷୀୟ ଏହି ବାମହାତୀ ସ୍ପିନର ୧୧୦ ପ୍ରଥମଶ୍ରେଣୀ ମ୍ୟାଚରେ ୪୨୪ ୱିକେଟ୍ ନେଇଛନ୍ତି, ଯେଉଁଥିରେ ସେ ୧୯ଥର ୫ରୁ ଅଧିକ ୱିକେଟ୍ ହାସଲ କରିଛନ୍ତି।

ମୁଖ୍ୟ ଚୟନକର୍ତ୍ତା ଏମଏସେକ ପ୍ରସାଦ କହିଛନ୍ତି, ଶୁକ୍ରବାର ନେଟ୍ସରେ ବୋଲିଂ କରୁଥିବା ବେଳେ କୁଲଦୀପ ନିଜ କାନ୍ଧରେ ଯନ୍ତ୍ରଣା ହେଉଥିବା କହିଥିଲେ। ଯାହା ପରେ ଆମେ କୁଲଦୀପଙ୍କ ସ୍ଥାନରେ ନଦୀମଙ୍କୁ ସାମିଲ୍ କରିବା ପାଇଁ ନିଷ୍ପତ୍ତି ନେଲୁ। ସୂଚନାଯୋଗ୍ୟ, ୨୦୧୮ରେ ଇଣ୍ଡିଜ୍ ବିପକ୍ଷ ଘରୋଇ ଟି-୨୦ ସିରିଜ୍ ପାଇଁ ନଦୀମଙ୍କୁ ଭାରତୀୟ ଦଳରେ ସାମିଲ୍ କରାଯାଇଥିଲା, କିନ୍ତୁ ତାଙ୍କୁ ଚୂଡ଼ାନ୍ତ ଦଳରେ ସୁଯୋଗ ମିଳିନଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos