ନୂଆଦିଲ୍ଲୀ: ଆଇପିଏଲ୍ ଘୋଟାଲା ନେଇ ସୁପ୍ରିମକୋର୍ଟଙ୍କ ଦ୍ୱାରା ଗଠିତ ତିନି ଜଣିଆ ବିଚାରପତି କମିଟି ନିଷ୍ପତ୍ତି ନେଇଛନ୍ତି ଯେ ଆଇପିଏଲର ତତକାଳୀନ ସିଓଓ ସୁନ୍ଦର ରମଣଙ୍କ ବିରୁଦ୍ଧରେ ତଦନ୍ତ ଆଗକୁ ଜାରି ରହିବ।
ସେହପରି ସିବିଆଇର ଏସପି ତଥା ଟୁଜି ଘୋଟାଲର ତଦନ୍ତକାରୀ ଅଧିକାରୀ ବିବେକ ପ୍ରିୟଦର୍ଶୀଙ୍କୁ ଏହି ତଦନ୍ତ ଦାୟିତ୍ୱ ଦେବା ନେଇ ତିନି ଜଣିଆ ବିଚାରପତି କମିଟି କରିଥିବା ଅନୁରୋଧକୁ ସୁପ୍ରିମକୋର୍ଟ ଗ୍ରହଣ କରି ନେଇଛନ୍ତି। ଏହା ସହିତ ଏହି ତଦନ୍ତ କରିବା ପାଇଁ ସିବିଆଇ ଏସପି ବିବେକ ପ୍ରିୟଦର୍ଶୀଙ୍କୁ ତୁରନ୍ତ ଅନ୍ୟାନ୍ୟ ଦାୟିତ୍ୱରୁ ମୁକ୍ତ କରିବା ପାଇଁ ସୁପ୍ରିମକୋର୍ଟ ସିବିଆଇକୁ ନିଦେ୍ର୍ଧଶ ଦେଇଛନ୍ତି।
୨୦୧୩ ଆଇପିଏଲରେ ବେଟିଂ କରି ଦୋଷୀ ସାବ୍ୟସ୍ତ ହୋଇଥିବା ଜେନାଇ ସୁପର କିଙ୍ଗସ ଓ ଏହାର ଅଧିକାରୀ ଗୁରୁନାଥ ମୟାପ୍ପାନ ଏବଂ ରାଜସ୍ଥାନ ରୟାଲ୍ସ ଓ ରାଜ କୁନ୍ଦ୍ରାଙ୍କ ବିରୁଦ୍ଧରେ ଦଣ୍ଡ ନିର୍ଣ୍ଣୟ କରିବା ପାଇଁ ସୁପ୍ରିମକୋର୍ଟ ଏହି ତିନି ଜଣିଆ ବିଚାରପତି କମିଟିକୁୁ ନିର୍ଦେଶ ଦେଇଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ଅମାନବିକତା; ହାଇକୋର୍ଟଙ୍କ କେଉଁ ରାୟ ଉପରେ ରୋକ ଲଗାଇ ସୁପ୍ରିମକୋର୍ଟ ଏମିତି ଶବ୍ଦ ପ୍ରୟୋଗ କଲେ
ହାଇକୋର୍ଟଙ୍କ ଏହି ରାୟକୁ ବିଭିନ୍ନ ବର୍ଗର ଲୋକେ ସମାଲୋଚନା କରିଥିଲେ। ସୁପ୍ରିମକୋର୍ଟ ନିଜ ଆଡ଼ୁ ଏହି ମାମଲାର ଶୁଣାଣି କରିବା ବୋଲି ଘୋଷଣା କରିଥିଲେ।

Guest Column
ଅସହିଷ୍ଣୁତାର ବାତାବରଣରେ କୁନାଲ କାମରାଙ୍କ ବ୍ୟଙ୍ଗ
ପ୍ରଥମ ପ୍ରଧାନମନ୍ତ୍ରୀ କଂଗ୍ରେସର ପଣ୍ଡିତ ଜବାହର୍ଲାଲ୍ ନେହେରୁ ହୁଅନ୍ତୁ ବା ବିଜେପି ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ହୁଅନ୍ତୁ, ସେମାନେ ସମାଲୋଚକମାନଙ୍କୁ ସିଧାସଳଖ ନିନ୍ଦା କରିବା ବା ସେମାନଙ୍କ ବିରୋଧରେ ଅସହିଷ୍ଣୁତାର ବାତାବରଣ ସୃଷ୍ଟି କରିବାରେ କେବେ ବି ଏକମତ ହୋଇନାହାନ୍ତି।

National
ସାଂସଦଙ୍କ ବେତନ ବୃଦ୍ଧିର ଆଧାର କ’ଣ?
୨୦୧୬ରେ ସାଂସଦମାନଙ୍କ ବେତନ ବୃଦ୍ଧିକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଦୃଢ଼ ମତ ରଖିଥିଲେ। ସାଂସଦମାନେ ନିଜର ଦରମା ସମ୍ପର୍କରେ ନିଜେ ନିଷ୍ପତ୍ତି ନେବା ଉଚିତ୍ ନୁହେଁ ଏବଂ ବେତନ ଆୟୋଗ ଭଳି ଏକ ସଂସ୍ଥା ଏହି ପ୍ରସଙ୍ଗରେ ନିଷ୍ପତ୍ତି ନେବା ଉଚିତ୍ ବୋଲି ପ୍ରଧାନମନ୍ତ୍ରୀ ମତ ଦେଇଥିଲେ। ଅଥବା ବିଭିନ୍ନ ସମୟରେ ନିର୍ଦ୍ଦିଷ୍ଟ ପଦବୀ ଏବଂ ପାହ୍ୟାରେ ହେଉଥିବା ବେତନ ବୃଦ୍ଧି ସହ ଏହାକୁ ଯୋଡ଼ିବା ଆବଶ୍ୟକ ବୋଲି ସେ କହିଥିଲେ।

Guest Column
ଭାଲୁ ମିଡିଆର ପଣସଖିଆ ଟ୍ରାଏଲ
ହିନ୍ଦୀ ଚଳଚ୍ଚିତ୍ର ଅଭିନେତା ସୁଶାନ୍ତ ସିଂହ ଆତ୍ମହତ୍ୟା ମାମଲାରେ ସିବିଆଇ ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀଙ୍କ ଉପରେ ଚାଲିଥିବା ଅନୁସନ୍ଧାନକୁ ଅଫିସିଆଲି ବନ୍ଦ କରିବା ଲାଗି ନିଷ୍ପତ୍ତି ନେଇଛି। ଦୀର୍ଘ ପାଞ୍ଚ ବର୍ଷ ପରେ ସିବିଆଇ ଏହି ନିଷ୍ପତ୍ତିରେ ପହଞ୍ଚିଛି ଯେ ସୁଶାନ୍ତ ସିଂହଙ୍କ ମୃତ୍ୟୁ କେବଳ ‘ଆତ୍ମହତ୍ୟା’ ଥିଲା। ଏହା ପଛରେ ରିଆଙ୍କର କୌଣସି ସମ୍ପୃକ୍ତି ନାହିଁ।

National
କମେଡି ପାଇଁ ସୁପାରୀ!
ଖାର ଥାନାର ଏକ ଟିମ୍ କୁନାଲ କମରାଙ୍କ ମୁମ୍ବାଇ ସ୍ଥିତ ବାସଭବନକୁ ଯାଇ ଏକ ସମନ ଦେଇଛନ୍ତି। ଥାନାରେ ହାଜର ହୋଇ ପଚରାଉଚରାର ସମ୍ମୁଖୀନ ହେବାକୁ ତାଙ୍କୁ ସମନ ଦିଆଯାଇଛି।