ଦ୍ୱାଦଶ ଅନ୍ତର୍ଜାତୀୟ କିଟ୍‍ ଚେସ୍‍ ମହୋତ୍ସବ ଆରମ୍ଭ

ଭୁବନେଶ୍ୱର,: ଦ୍ୱାଦଶ ଆର୍ନ୍ତଜାତିକ କିଟ୍‍ ଚେସ୍‍ ମହୋତ୍ସବ-୨୦୧୯ ଶନିବାର ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଯାଇଛି। ମେ ୩୧ ତାରିଖରୁ ଆରମ୍ଭ ହୋଇଥିବା ଚେସ୍‍ ମହୋତ୍ସବ ଜୁନ ୭ ତାରିଖ ପର୍ଯ୍ୟନ୍ତ ଚାଲିବ। କିଟ୍ ବିଶ୍ୱବିଦ୍ୟାଳୟ ଓ ଅଲ୍ ଓଡ଼ିଶା ଚେସ୍ ଆସୋସିଏସନ୍ ମିଳିତ ଆନୁକୂଲ୍ୟରେ ସର୍ବଭାରତୀୟ ଚେସ୍ ଫେଡେରେସନ୍ ଓ ବିଶ୍ୱ ଚେସ୍ ଫେଡେରେସନ୍ ତତ୍ୱାବଧାନରେ ଏହି ମହୋତ୍ସବ ଅନୁଷ୍ଠିତ ହେଉଛି। ଶନିବାର ଉଦଘାଟନୀ ଉତ୍ସବରେ କିଟ୍ ଓ କିସ୍ ପ୍ରତିଷ୍ଠାତା ତଥା ଲୋକସଭା ସାଂସଦ ଅଚ୍ୟୁତ […]

kiit chess

Hemant Lenka
  • Published: Saturday, 01 June 2019
  • , Updated: 01 June 2019, 06:56 PM IST

ଭୁବନେଶ୍ୱର,: ଦ୍ୱାଦଶ ଆର୍ନ୍ତଜାତିକ କିଟ୍‍ ଚେସ୍‍ ମହୋତ୍ସବ-୨୦୧୯ ଶନିବାର ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଯାଇଛି। ମେ ୩୧ ତାରିଖରୁ ଆରମ୍ଭ ହୋଇଥିବା ଚେସ୍‍ ମହୋତ୍ସବ ଜୁନ ୭ ତାରିଖ ପର୍ଯ୍ୟନ୍ତ ଚାଲିବ। କିଟ୍ ବିଶ୍ୱବିଦ୍ୟାଳୟ ଓ ଅଲ୍ ଓଡ଼ିଶା ଚେସ୍ ଆସୋସିଏସନ୍ ମିଳିତ ଆନୁକୂଲ୍ୟରେ ସର୍ବଭାରତୀୟ ଚେସ୍ ଫେଡେରେସନ୍ ଓ ବିଶ୍ୱ ଚେସ୍ ଫେଡେରେସନ୍ ତତ୍ୱାବଧାନରେ ଏହି ମହୋତ୍ସବ ଅନୁଷ୍ଠିତ ହେଉଛି।

ଶନିବାର ଉଦଘାଟନୀ ଉତ୍ସବରେ କିଟ୍ ଓ କିସ୍ ପ୍ରତିଷ୍ଠାତା ତଥା ଲୋକସଭା ସାଂସଦ ଅଚ୍ୟୁତ ସାମନ୍ତ, ଓଡ଼ିଶା ଚେସ୍ ଆସୋସିଏସନର ସଭାପତି ଦେବାଶିଷ ସାମନ୍ତରାୟ, ଭାରତୀୟ ଚେସ୍ ଫେଡେରେସନର ସମ୍ପାଦକ ଭରତ ସିଂହ ଚୌହାନ, କୋଲକାତାସ୍ଥିତ ସାଇର ନିର୍ଦ୍ଦେଶକ ମନମୀତ ଏସ୍ ଗୋଇନ୍ଦି, ଟୁର୍ଣ୍ଣାମେଣ୍ଟ ନିର୍ଦ୍ଦେଶକ ଶେଖର ଚନ୍ଦ୍ର ସାହୁ ଏବଂ ଅଲିମ୍ପିଆନ୍ ଦୌଡ଼ରାଣୀ ଦୂତୀ ଚାନ୍ଦ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ।

ଭାରତ ସମେତ ତାଜିକସ୍ତାନ, ଚେକ୍ ରିପବ୍ଲିକ୍, ଆର୍ମେନିଆ, ବେଲଜିୟମ, ଆମେରିକା, ସ୍ପେନ୍, ଭେନେଜୁଏଲା, ରୁଷ, ବାଂଲାଦେଶ, ୟୁକ୍ରେନ, କଜାଖାସ୍ତାନ, ଶ୍ରୀଲଙ୍କା, ନେପାଳ, ମ୍ୟାଲେସିୟା, ଭିଏତନାମ, ଚିଲି, ଆଫଗାନିସ୍ତାନ, ଦକ୍ଷିଣ ଆଫ୍ରିକା, ସିଙ୍ଗାପୁର, ଗ୍ରୀସ୍, ଜାପାନ, ଫିଲିପାଇନ୍ସ, ଦକ୍ଷିଣ କୋରିଆ, ହଂକଂ, ଓମାନ, କାତାର ଏବଂ ମଙ୍ଗୋଲିଆ ଆଦି ବିଶ୍ୱର ୩୦ଟି ଦେଶରୁ ହଜାରରୁ ଊଦ୍ଧ୍ୱର୍ ଗ୍ରାଣ୍ଡ ମାଷ୍ଟର, ଇଣ୍ଟରନ୍ୟାଶନାଲ୍ ମାଷ୍ଟର, ମହିଳା ଗ୍ରାଣ୍ଡ ମାଷ୍ଟର ଏବଂ ମହିଳା ଇଣ୍ଟରନ୍ୟାଶନାଲ୍ ମାଷ୍ଟର୍ ଆଦି ଏହି ମହୋତ୍ସବରେ ଯୋଗ ଦେଇଛନ୍ତି।

ଚଳିତବର୍ଷ ସର୍ବାଧିକ ପୁରସ୍କାର ରାଶି ୨୫ ଲକ୍ଷ ଟଙ୍କା ରହିଛି। ଇଲୋ ରେଟିଂକୁ ଭିତ୍ତି କରି ତିନୋଟି କ୍ୟାଟେଗୋରୀରେ ଏହି ଟୁର୍ଣ୍ଣାମେଣ୍ଟ ଖେଳାଯାଉଛି। ୨ହଜାରରୁ ଅଧିକ ଇଲୋ ରେଟିଂ ଥିବା ଖୋଳାଳିମାନଙ୍କୁ ‘ଏ’ କ୍ୟାଟେଗୋରୀରେ ଖେଳୁଛନ୍ତି। ଟୁର୍ଣ୍ଣାମେଣ୍ଟର ଫଳାଫଳ http://www.chessresults.com/ ୱେବସାଇଟରେ ଉପଲବ୍ଧ ହେବ।

Related story