ଶୁକ୍ରବାରଠାରୁ ଆଇସିସି ଅଣ୍ଡର୍‌-୧୯ କ୍ରିକେଟ୍ ବିଶ୍ୱକପ୍‌

କେପ୍ ଟାଉନ୍‌: ଆଇସିସି ଅଣ୍ଡର୍‌-୧୯ ବିଶ୍ୱକପର ୧୩ଶ ଶୁକ୍ରବାରଠାରୁ ଦକ୍ଷିଣ ଆଫ୍ରିକାରେ ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ ସବୁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଟୁର୍ଣ୍ଣାମେଣ୍ଟରେ ୧୬ଟି ଦଳକୁ ୪ଟି ଗ୍ରୁପରେ ଭାଗ କରାଯାଇଛି। ଗ୍ରୁପ୍ ପର୍ଯ୍ୟାୟରେ ପ୍ରତି ଦଳ ତିନୋଟି ଲେଖାଏ ମ୍ୟାଚ୍ ଖେଳିବେ। ପ୍ରତି ଗ୍ରୁପରୁ ଦୁଇଟି ଟିମ୍ କ୍ୱାର୍ଟରଫାଇନାଲକୁ ଯୋଗ୍ୟତା ଅର୍ଜନ କରିବେ। ଏହା ପରେ ସେମିଫାଇନାଲ୍ ଏବଂ ଫାଇନାଲ୍ ମ୍ୟାଚ୍ ଖେଳାଯିବ। ଗ୍ରୁପ୍‌-ଏ’ରେ ସ୍ଥାନ ପାଇଥିବା ଡିଫେଣ୍ଡିଂ ଚାମ୍ପିୟନ୍ ଭାରତ ପଞ୍ଚମ […]

icc-u19

icc-u19

Ranjit Kumar Jena
  • Published: Thursday, 16 January 2020
  • Updated: 16 January 2020, 09:48 PM IST

Sports

Latest News

କେପ୍ ଟାଉନ୍‌: ଆଇସିସି ଅଣ୍ଡର୍‌-୧୯ ବିଶ୍ୱକପର ୧୩ଶ ଶୁକ୍ରବାରଠାରୁ ଦକ୍ଷିଣ ଆଫ୍ରିକାରେ ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ ସବୁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଟୁର୍ଣ୍ଣାମେଣ୍ଟରେ ୧୬ଟି ଦଳକୁ ୪ଟି ଗ୍ରୁପରେ ଭାଗ କରାଯାଇଛି। ଗ୍ରୁପ୍ ପର୍ଯ୍ୟାୟରେ ପ୍ରତି ଦଳ ତିନୋଟି ଲେଖାଏ ମ୍ୟାଚ୍ ଖେଳିବେ। ପ୍ରତି ଗ୍ରୁପରୁ ଦୁଇଟି ଟିମ୍ କ୍ୱାର୍ଟରଫାଇନାଲକୁ ଯୋଗ୍ୟତା ଅର୍ଜନ କରିବେ। ଏହା ପରେ ସେମିଫାଇନାଲ୍ ଏବଂ ଫାଇନାଲ୍ ମ୍ୟାଚ୍ ଖେଳାଯିବ।

ଗ୍ରୁପ୍‌-ଏ'ରେ ସ୍ଥାନ ପାଇଥିବା ଡିଫେଣ୍ଡିଂ ଚାମ୍ପିୟନ୍ ଭାରତ ପଞ୍ଚମ ଟାଇଟଲ୍ ଜିତିବା ଲକ୍ଷ୍ୟରେ ମଇଦାନକୁ ଓହ୍ଲାଇବ। ଟିମର କ୍ୟାପଟେନ୍ ପ୍ରିୟମ ଗର୍ଗ ସମେତ ୬ ସିନିୟର କ୍ରିକେଟ୍ (ପ୍ରଥମଶ୍ରେଣୀ, ଲିଷ୍ଟ୍‌-ଏ, ଟି-୨୦) ଖେଳିସାରିଛନ୍ତି। ଏହାସହ ଚାରି ଖେଳାଳି ଯଶସ୍ୱୀ ଜୈସୱାଲ୍‌, ପ୍ରିୟମ ଗର୍ଗ, ରବି ବିଷ୍ଣୋଇ ଓ କାର୍ତ୍ତିକ ତ୍ୟାଗି ଆଇପିଏଲ୍ ଚୁକ୍ତିପ୍ରାପ୍ତ କରିସାରିଛନ୍ତି।

ବିରାଟ୍ କୋହଲିଙ୍କ ନେତୃତ୍ୱରେ ଭାରତ ୨୦୦୮ରୁ ଦବଦବା ଆରମ୍ଭ କରିଥିଲା ଏବଂ ସେବେଠାରୁ ଜୁନିୟର କ୍ରିକେଟରେ ଏହି ଆଧିପତ୍ୟ କାଏମ ରହିଛି। ଭାରତ ଗ୍ରୁପ୍‌-ଏ'ରେ ନ୍ୟୁଜିଲ୍ୟାଣ୍ଡ୍‌, ଶ୍ରୀଲଙ୍କା ଓ ଜାପାନ ସହ ସ୍ଥାନ ପାଇଛି। ଭାରତ ତା'ର ପ୍ରଥମ ମ୍ୟାଚରେ ଶ୍ରୀଲଙ୍କାକୁ ଭେଟିବ, ଯାହା ୧୯ ତାରିଖରେ ବ୍ଲୋଏମଫୋଣ୍ଟେନରେ ଖେଳାଯିବ। ଗ୍ରୁପ୍‌-ବି'ରେ ଅଷ୍ଟ୍ରେଲିଆ, ଇଂଲଣ୍ଡ, ନାଇଜେରିଆ ଓ ୱେଷ୍ଟଇଣ୍ଡିଜ୍‌, ଗ୍ରୁପ୍‌-ସି'ରେ ବାଂଲାଦେଶ, ପାକିସ୍ତାନ, ସ୍କଟଲ୍ୟାଣ୍ଡ୍‌, ଜିମ୍ବାୱେ ଏବଂ ଆଫଗାନିସ୍ତାନ, କ୍ୟାନାଡ଼ା, ଦକ୍ଷିଣ ଆଫ୍ରିକା ଓ ୟୁଏଇ ରହିଛନ୍ତି।

ପାକିସ୍ତାନ, ଅଷ୍ଟ୍ରେଲିଆ, ଇଂଲଣ୍ଡ ଓ ନ୍ୟୁଜିଲ୍ୟାଣ୍ଡ୍ ଭଳି ଟିମ୍ ମଧ୍ୟ ଏହି ବିଶ୍ୱକପ୍ ଜରିଆରେ ନିଜର ଭବିଷ୍ୟତ ତାରକା ଖୋଜି ବାହାର କରିବାକୁ ଲକ୍ଷ୍ୟ ରଖିଛନ୍ତି। କିନ୍ତୁ ଜାପାନ ଓ ନାଇଜେରିଆଙ୍କ ଉପସ୍ଥିତି ନିଶ୍ଚିତ ଭାବେ ଟୁର୍ଣ୍ଣାମେଣ୍ଟର ରୋମାଞ୍ଚ ବଢ଼ାଇବ। ଟୁର୍ଣ୍ଣାମେଣ୍ଟର ଉଦଘାଟନୀ ମ୍ୟାଚ୍ ଆୟୋଜକ ଦକ୍ଷିଣ ଆଫ୍ରିକା ଓ ଆଫଗାନିସ୍ତାନ ମଧ୍ୟରେ ଶୁକ୍ରବାର ଖେଳାଯିବ। ଏହାର ପରବର୍ତ୍ତୀ ଦିନ ଅର୍ଥାତ୍ ଶନିବାର ଅଷ୍ଟ୍ରେଲିଆ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟ ମ୍ୟାଚ୍ ଅନୁଷ୍ଠିତ ହେବ।

ଭାରତ ଭଳି କିଛି ଖେଳାଳି ଅଷ୍ଟ୍ରେଲିଆ ଟିମରେ ମଧ୍ୟ ଏଭଳି କିଛି ଖେଳାଳି ଅଛନ୍ତି, ଯିଏ ପୂର୍ବରୁ ହିଁ ସିନିୟର୍ ସ୍ତରର କ୍ରିକେଟ୍ ଖେଳିସାରିଛନ୍ତି। ଯେଉଁଥିରେ ପୂର୍ବ ଖେଳାଳି ଇଆନ୍ ହାର୍ଭିଙ୍କ ପୁତୁରା ମ୍ୟାକକେଞ୍ଜି ହାର୍ଭି ମଧ୍ୟ ସାମିଲ୍ ଅଛନ୍ତି, ଯିଏ ଲିଷ୍ଟ-ଏ ଏବଂ ୧୩ ଟି-୨୦ ମ୍ୟାଚ୍ ଖେଳିସାରିଛନ୍ତି। ଏହିପରି ଭାବେ ଇଂଲଣ୍ଡ ପାଖରେ ବେନ୍ ଚାଲ୍ସୱର୍ଥ ଅଛନ୍ତି, ଯିଏ ୧୧ ପ୍ରଥମଶ୍ରେଣୀ ମ୍ୟାଚ୍ ଖେଳିବାର ଅଭିଜ୍ଞତା ରଖିଛନ୍ତି। ତାଙ୍କର କିଛି ସାଥୀ ମଧ୍ୟ ନିଜ ଦେଶ ପାଇଁ କ୍ରିକେଟ୍ ଖେଳିସାରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos