ଅଷ୍ଟ୍ରେଲିଆନ୍ ଓପନ୍‌: ୨୧ ବର୍ଷୀୟା କେନିନଙ୍କୁ ମହିଳା ସିଙ୍ଗଲ୍ସ ମୁକୁଟ

ମେଲବର୍ଣ୍ଣ: ଆମେରିକାର ୨୧ ବର୍ଷୀୟ ଟେନିସ୍ ତାରକା ସୋଫିଆ କେନିନ୍ ଚଳିତ ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ୍ ଅଷ୍ଟ୍ରେଲିଆନ୍ ଓପନ୍ ଟାଇଟଲ୍ ଜିତି ଇତିହାସ ରଚିଛନ୍ତି। ଶନିବାର ମହିଳା ସିଙ୍ଗଲ୍ସ ଟାଇଟଲ୍ ମୁକାବିଲାରେ ବିଶ୍ୱର ୧୫ ନମ୍ବର ଖେଳାଳି କେନିନ୍ ସ୍ପେନର ଅଭିଜ୍ଞ ଖେଳାଳି ଗାର୍ବିନ୍ ମୁଗୁରୁଜାଙ୍କୁ ୪-୬, ୬-୨, ୬-୨ ସେଟରେ ହରାଇ ନିଜ କ୍ୟାରିୟରର ପ୍ରଥମ ଗ୍ରାଣ୍ଡସ୍ଲାମ୍ ମୁକୁଟ ପିନ୍ଧିଛନ୍ତି। ଏହି ମ୍ୟାଚ୍ ୨ ଘଣ୍ଟା ତିନି ମିନିଟ୍ ଧରି ଚାଲିଥିଲା। କେନିନ୍ ପ୍ରଥମଥର ଲାଗି […]

kenin1

kenin1

Ranjit Kumar Jena
  • Published: Saturday, 01 February 2020
  • Updated: 01 February 2020, 06:08 PM IST

Sports

Latest News

ମେଲବର୍ଣ୍ଣ: ଆମେରିକାର ୨୧ ବର୍ଷୀୟ ଟେନିସ୍ ତାରକା ସୋଫିଆ କେନିନ୍ ଚଳିତ ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ୍ ଅଷ୍ଟ୍ରେଲିଆନ୍ ଓପନ୍ ଟାଇଟଲ୍ ଜିତି ଇତିହାସ ରଚିଛନ୍ତି। ଶନିବାର ମହିଳା ସିଙ୍ଗଲ୍ସ ଟାଇଟଲ୍ ମୁକାବିଲାରେ ବିଶ୍ୱର ୧୫ ନମ୍ବର ଖେଳାଳି କେନିନ୍ ସ୍ପେନର ଅଭିଜ୍ଞ ଖେଳାଳି ଗାର୍ବିନ୍ ମୁଗୁରୁଜାଙ୍କୁ ୪-୬, ୬-୨, ୬-୨ ସେଟରେ ହରାଇ ନିଜ କ୍ୟାରିୟରର ପ୍ରଥମ ଗ୍ରାଣ୍ଡସ୍ଲାମ୍ ମୁକୁଟ ପିନ୍ଧିଛନ୍ତି। ଏହି ମ୍ୟାଚ୍ ୨ ଘଣ୍ଟା ତିନି ମିନିଟ୍ ଧରି ଚାଲିଥିଲା।

କେନିନ୍ ପ୍ରଥମଥର ଲାଗି କୌଣସି ଗ୍ରାଣ୍ଡସ୍ଲାମର ଫାଇନାଲରେ ଖେଳୁଥିଲେ। ଏହା ମଧ୍ୟ ତାଙ୍କର ତୃତୀୟ ଅଷ୍ଟ୍ରେଲିଆନ୍ ଓପନ୍ ଥିଲା। ୨୦୧୮ରେ ସେ ପ୍ରଥମ ଏବଂ ୨୦୧୯ରେ ଦ୍ୱିତୀୟ ରାଉଣ୍ଡରେ ହାରି ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେଇଥିଲେ। କିନ୍ତୁ ଚଳିତ ସଂସ୍କରଣରେ ସେ ଶୀର୍ଷ ଖେଳାଳିଙ୍କୁ ହରାଇ ଫାଇନାଲରେ ପହଞ୍ଚିଥିଲେ। ଅନ୍ୟପକ୍ଷରେ ନିଜର ତୃତୀୟ ଗ୍ରାଣ୍ଡସ୍ଲାମ୍ ଟାଇଟଲ୍ ଲକ୍ଷ୍ୟରେ ଥିବା ମୁଗୁରୁଜା ପ୍ରଥମ ସେଟକୁ ସହଜରେ ଜିତିବା ପରେ ଦ୍ୱିତୀୟ ଓ ତୃତୀୟ ସେଟରେ ନୈରାଶ୍ୟଜନକ ପ୍ରଦର୍ଶନ କରି ରନର୍ସଅପରେ ସନ୍ତୁଷ୍ଟ ହୋଇଛନ୍ତି। ମୁଗୁରୁଜା ମଧ୍ୟ ପ୍ରଥମଥର ଲାଗି ମେଲବର୍ଣ୍ଣରେ ଟାଇଟଲ୍ ମୁକାବିଲାରେ ସ୍ଥାନ ହାସଲ କରିଥିଲେ। ମୁଗୁରୁଜା ୨୦୧୬ରେ ଫ୍ରେଞ୍ଚ୍ ଓପନ୍ ଏବଂ ୨୦୧୮ରେ ୱିମ୍ବଲଡନ୍ ଟାଇଟଲ୍ ଜିତିଥିଲେ।

ଶନିବାର ଫାଇନାଲ୍ ମୁକାବିଲା ବେଶ୍ ସଂଘର୍ଷପୂର୍ଣ୍ଣ ହୋଇଥିଲା। ପ୍ରଥମ ସେଟରେ ମୁଗୁରୁଜା ନିଜ ଅଭିଜ୍ଞତାର ଭରପୂର ଫାଇଦା ଉଠାଇଥିଲେ ଏବଂ ଏହାକୁ ୬-୪ରେ ବିଜୟୀ ହୋଇଥିଲେ। କିନ୍ତୁ ପରବର୍ତ୍ତୀ ଦୁଇଟି ସେଟରେ କେନିନ୍ ଯେଉଁଭଳି ପ୍ରତ୍ୟାବର୍ତ୍ତନ କଲେ, ତାହା ଉପସ୍ଥିତ ଦର୍ଶକଙ୍କୁ ଚକିତ କରିଥିଲା। କେନିନ୍ ଉଭୟ ଦ୍ୱିତୀୟ ଓ ତୃତୀୟ ସେଟରେ ଯଥାକ୍ରମେ ୬-୨ ଓ ୬-୨ରେ ଜିତି ନେଇଥିଲେ।

ଡବଲ୍ ଫଲ୍ଟ ଭାବେ ମୁଗୁରୁଜା ସୋଫିଆଙ୍କୁ ଚାମ୍ପିୟନଶିପ୍ ପଏଣ୍ଟ ଦେଇଥିଲେ। ପୂରା ମ୍ୟାଚରେ କେନିନ୍ ଗୋଟିଏ ବି ଡବଲ୍ ଫଲ୍ଟ ଲଗାଇ ନଥିଲେ, କିନ୍ତୁ ସ୍ପାନିଶ୍ ଖେଳାଳି ମୁଗୁରୁଜା ୮ଟି ଡବଲ୍ ଫଲ୍ଟ ଶଟ୍ ଲଗାଇଥିଲେ। ମ୍ୟାଚ୍ ପରେ କେନିନ୍ କହିଥିଲେ, ମୁଁ ମୁଗୁରୁଜାଙ୍କୁ ଅଭିନନ୍ଦନ ଜଣାଉଛି ଯେ ସେ ମୋ ବିପକ୍ଷରେ ଜବରଦସ୍ତ ପ୍ରଦର୍ଶନ କଲେ। ଶେଷରେ ମୋ ସ୍ୱପ୍ନ ସାକାର ହୋଇଛି। ଆଗକୁ ଅନେକ ବାଟ ଯିବାକୁ ଅଛି। ଏବେବି ମୋ ପ୍ରଦର୍ଶନରେ ଆହୁରି ସୁଧାରର ଆଶବ୍ୟକତା ରହିଛି। ଆଶା କରୁଛି ଆସନ୍ତାବର୍ଷ ଏଠାରେ ମୁଁ ନିଜର ଟାଇଟଲ୍ ବଜାୟ ରଖିବି। ସୂଚନାଯୋଗ୍ୟ, ସୋମବାର ଡବ୍ଲ୍ୟୁଟିଏର ନୂଆ ରାଙ୍କିଙ୍ଗ୍ କେନିନ୍ ସପ୍ତମ ସ୍ଥାନକୁ ଉଠିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story