ୱାର୍ଣ୍ଣର ଓ ସ୍ମିଥ୍ ଚମକିଲେ, ସିରିଜ୍ ଜିତିଲା ଅଷ୍ଟ୍ରେଲିଆ

ବ୍ରିସବେନ୍‌: ପାକିସ୍ତାନ ଗସ୍ତରେ ଟି-୨୦ ସିରିଜ୍ କ୍ଲିନସୁଇପ୍ କରିଥିବା ଶ୍ରୀଲଙ୍କା ଟିମ୍ ଅଷ୍ଟ୍ରେଲିଆରେ କ୍ରମାଗତ ଦ୍ୱିତୀୟ ମ୍ୟାଚରେ ବି ଆଣ୍ଠେଇଛି। ବୁଧବାର ଖେଳାଯାଇଥିବା ମ୍ୟାଚରେ ବୋଲରଙ୍କ ଶୃଙ୍ଖଳିତ ପ୍ରଦର୍ଶନ ଏବଂ ଡେଭିଡ୍ ୱାର୍ଣ୍ଣର୍ ଓ ଷ୍ଟିଭ୍ ସ୍ମିଥଙ୍କ ଅର୍ଦ୍ଧଶତକ ବଳରେ ଅଷ୍ଟ୍ରେଲିଆ ୯ ୱିକେଟରେ ଶ୍ରୀଲଙ୍କାକୁ ହରାଇଛି। ଏହି ବିଜୟ ସହ ଅଷ୍ଟ୍ରେଲିଆ ତିନିମ୍ୟାଚ୍ ବିଶିଷ୍ଟ ସିରିଜକୁ ୨-୦ରେ ଆଗୁଆ କବଜା କରି ନେଇଛି। ଏହା ପୂର୍ବରୁ ପ୍ରଥମ ମ୍ୟାଚରେ ଅଷ୍ଟ୍ରେଲିଆ ୧୩୪ ରନରେ ବିଜୟୀ ହୋଇଥିଲା। […]

warner-and-smith

warner-and-smith

Ranjit Kumar Jena
  • Published: Wednesday, 30 October 2019
  • Updated: 30 October 2019, 06:20 PM IST

Sports

Latest News

ବ୍ରିସବେନ୍‌: ପାକିସ୍ତାନ ଗସ୍ତରେ ଟି-୨୦ ସିରିଜ୍ କ୍ଲିନସୁଇପ୍ କରିଥିବା ଶ୍ରୀଲଙ୍କା ଟିମ୍ ଅଷ୍ଟ୍ରେଲିଆରେ କ୍ରମାଗତ ଦ୍ୱିତୀୟ ମ୍ୟାଚରେ ବି ଆଣ୍ଠେଇଛି। ବୁଧବାର ଖେଳାଯାଇଥିବା ମ୍ୟାଚରେ ବୋଲରଙ୍କ ଶୃଙ୍ଖଳିତ ପ୍ରଦର୍ଶନ ଏବଂ ଡେଭିଡ୍ ୱାର୍ଣ୍ଣର୍ ଓ ଷ୍ଟିଭ୍ ସ୍ମିଥଙ୍କ ଅର୍ଦ୍ଧଶତକ ବଳରେ ଅଷ୍ଟ୍ରେଲିଆ ୯ ୱିକେଟରେ ଶ୍ରୀଲଙ୍କାକୁ ହରାଇଛି। ଏହି ବିଜୟ ସହ ଅଷ୍ଟ୍ରେଲିଆ ତିନିମ୍ୟାଚ୍ ବିଶିଷ୍ଟ ସିରିଜକୁ ୨-୦ରେ ଆଗୁଆ କବଜା କରି ନେଇଛି। ଏହା ପୂର୍ବରୁ ପ୍ରଥମ ମ୍ୟାଚରେ ଅଷ୍ଟ୍ରେଲିଆ ୧୩୪ ରନରେ ବିଜୟୀ ହୋଇଥିଲା। ସିରିଜର ତୃତୀୟ ତଥା ଅନ୍ତିମ ମ୍ୟାଚ୍ ନଭେମ୍ବର ୧ ତାରିଖରେ ଖେଳାଯିବ।

ବ୍ରିସବେନ୍ କ୍ରିକେଟ୍ ଗ୍ରାଉଣ୍ଡରେ ଅନୁଷ୍ଠିତ ଏହି ମ୍ୟାଚରେ ଶ୍ରୀଲଙ୍କା ଦ୍ୱାରା ଦ୍ୱାରା ୧୧୮ ରନର ବିଜୟଲକ୍ଷ୍ୟକୁ ଅଷ୍ଟ୍ରେଲିଆ ୧୩ ଓଭରରେ ମାତ୍ର ୧ ୱିକେଟ୍ ହରାଇ ହାସଲ କରି ନେଇଛି। ଏହି ଲକ୍ଷ୍ୟର ପିଛା କରୁଥିବା ଅଷ୍ଟ୍ରେଲିଆ ଇନିଂସର ତୃତୀୟ ବଲରେ କ୍ୟାପଟେନ୍ ଆରୋନ୍ ଫିଞ୍ଚଙ୍କୁ ହରାଇଥିଲା। ଫିଞ୍ଚ୍ ଖାତା ଖୋଲିବା ପୂର୍ବରୁ ଭ୍ରମଣକାରୀ ଦଳର କ୍ୟାପଟେନ୍ ଲାସିଥ୍ ମାଲିଙ୍ଗାଙ୍କ ଶିକାର ହୋଇଥିଲେ।

ଏହା ପରେ ବାସନ୍ଦାଦେଶ କାଟି ଫେରିଥିବା ଦୁଇ ଅଭିଜ୍ଞ ବ୍ୟାଟ୍ସମ୍ୟାନ୍ ୱାର୍ଣ୍ଣର ଓ ସ୍ମିଥ୍ ଶ୍ରୀଲଙ୍କା ବୋଲରଙ୍କୁ ନିର୍ଧୁମ ଛେଚିଥିଲେ। ଦୁହେଁ ଦ୍ୱିତୀୟ ୱିକେଟ୍ ପାଇଁ ଅପରାଜିତ ୧୧୭ ରନର ଭାଗୀଦାରୀ କରିଥିଲେ। ପ୍ରଥମ ମ୍ୟାଚରେ ଶତକ ମାରିଥିବା ମ୍ୟାନ୍ ଅଫ୍ ଦି ମ୍ୟାଚ୍ ୱାର୍ଣ୍ଣର ନିଜର ଫର୍ମ ଜାରି ରଖି ୬୦ (୪୧ ବଲ୍‌, ୯ ଚୌକା) ରନ୍ କରିଥିଲେ। ତାଙ୍କ ସହ ସ୍ମିଥ୍ ମଧ୍ୟ ୫୩ (୩୬ ବଲ୍‌, ୬ ଚୌକା) ରନ୍ କରି ଅପରାଜିତ ଥିଲେ।

ଏହା ପୂର୍ବରୁ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିବା ଶ୍ରୀଲଙ୍କା ଟିମ୍ ୧୯ ଓଭରରେ ୧୧୭ ରନରେ ଅଲଆଉଟ୍ ହୋଇଯାଇଥିଲା। ଦଳ ପକ୍ଷରୁ ମଧ୍ୟକ୍ରମରେ କୁଶଲ ପରେରା ସର୍ବାଧିକ ୨୭ (୧୯ ବଲ୍‌, ୨ ଚୌକା, ୧ ଛକା) ରନ୍ କରିଥିବା ବେଳେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ଆଖିଦୃଶିଆ ପ୍ରଦର୍ଶନ କରିପାରିନଥିଲେ। ଟିମ୍ ପକ୍ଷରୁ ଓପନ୍ କରିବାକୁ ଆସିଥିବା ଦନୁସ୍କା ଗୁଣତିଳକ (୨୧) ଭଲ ଆରମ୍ଭକୁ ବଡ଼ ସ୍କୋରରେ ପରିଣତ କରିପାରିନଥିଲେ। ତାଙ୍କ ସାଥୀ କୁଶଲ ମେଣ୍ଡିସ୍ ମାତ୍ର ୧ ରନ୍ କରି ରନଆଉଟ୍ ହୋଇଥିଲେ।

ତୃତୀୟ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ଅଭିସ୍କା ଫର୍ଣ୍ଣାଣ୍ଡୋ (୧୭) ମଧ୍ୟ ନିରାଶ କରିଥିଲେ। ମଧ୍ୟକ୍ରମରେ ନିରୋଶାନ୍ ଡିକୱେଲା (୫), ଦାସୁନ୍ ଶନାକା (୧), ୱାନିନ୍ଦୁ ହସରଙ୍ଗା (୧୦), ଇସୁରୁ ଉଦାନା (୧୦), ଲକସନ୍ ସାଣ୍ଡାକାନ୍ (୧୦) ଓ ମାଲିଙ୍ଗା (୯) କ୍ରିଜରେ ବେଶୀ ସମୟରେ ତିଷ୍ଠିପାରି ନଥିଲେ। ଅଷ୍ଟ୍ରେଲିଆର କେନ୍ ରିଚାର୍ଡସନଙ୍କ ଛାଡ଼ି ଦେଲେ ବାକି ସବୁ ବୋଲର ସଫଳତା ପାଇଥିଲେ। ବେନ୍ ଷ୍ଟେନଲେକ୍‌, ପ୍ୟାଟ୍ କମିନ୍ସ, ଆଷ୍ଟନ୍ ଆଗର ଓ ଆଡାମ ଜାମ୍ପା ୨ଟି ଲେଖାଏ ୱିକେଟ୍ ନେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story