ପୁଣି ସୁପର୍ ଓଭରରେ ଜିତିଲା ଟିମ୍ ଇଣ୍ଡିଆ

ୱେଲିଂଟନ୍‌: ପୁଣି ସୁପର୍ ଓଭର ନିର୍ଦ୍ଧାରିତ କରିଛି ମ୍ୟାଚ୍ ଫଳାଫଳା। ତୃତୀୟ ଟି-୨୦ ପରେ ଏଠାରେ ଅନୁଷ୍ଠିତ ଚତୁର୍ଥ ମ୍ୟାଚରେ ମଧ୍ୟ ଭାରତ ସୁପର୍ ଓଭରରେ ନ୍ୟୁଜିଲ୍ୟାଣ୍ଡକୁ ହରାଇ ଚିତ୍ତାକର୍ଷକ ବିଜୟ ହାସଲ କରିଛି । ଅନ୍ୟପକ୍ଷରେ ନ୍ୟୁଜିଲ୍ୟାଣ୍ଡ୍ ପାଇଁ ପୁଣି କାଳ ହୋଇଛି ସୁପର୍ ଓଭର୍। ମ୍ୟାଚ୍ ଟାଇ ରହିବା ପରେ ସୁପର୍ ଓଭରର ସହାୟତା ନିଆଯାଇଥିଲା, ଯେଉଁଥିରେ ନ୍ୟୁଜିଲ୍ୟାଣ୍ଡ୍ ୬ ବଲରେ ୧୩ ରନ୍ ସଂଗ୍ରହ କରିଥିଲା। ଜବାବରେ ଇନଫର୍ମ ରାହୁଲ୍ ପ୍ରଥମ ଦୁଇ […]

team-india

team-india

Ranjit Kumar Jena
  • Published: Friday, 31 January 2020
  • Updated: 31 January 2020, 08:12 PM IST

Sports

Latest News

ୱେଲିଂଟନ୍‌: ପୁଣି ସୁପର୍ ଓଭର ନିର୍ଦ୍ଧାରିତ କରିଛି ମ୍ୟାଚ୍ ଫଳାଫଳା। ତୃତୀୟ ଟି-୨୦ ପରେ ଏଠାରେ ଅନୁଷ୍ଠିତ ଚତୁର୍ଥ ମ୍ୟାଚରେ ମଧ୍ୟ ଭାରତ ସୁପର୍ ଓଭରରେ ନ୍ୟୁଜିଲ୍ୟାଣ୍ଡକୁ ହରାଇ ଚିତ୍ତାକର୍ଷକ ବିଜୟ ହାସଲ କରିଛି । ଅନ୍ୟପକ୍ଷରେ ନ୍ୟୁଜିଲ୍ୟାଣ୍ଡ୍ ପାଇଁ ପୁଣି କାଳ ହୋଇଛି ସୁପର୍ ଓଭର୍। ମ୍ୟାଚ୍ ଟାଇ ରହିବା ପରେ ସୁପର୍ ଓଭରର ସହାୟତା ନିଆଯାଇଥିଲା, ଯେଉଁଥିରେ ନ୍ୟୁଜିଲ୍ୟାଣ୍ଡ୍ ୬ ବଲରେ ୧୩ ରନ୍ ସଂଗ୍ରହ କରିଥିଲା। ଜବାବରେ ଇନଫର୍ମ ରାହୁଲ୍ ପ୍ରଥମ ଦୁଇ ବଲରେ ଛକା ଓ ଚୌକା ସହ ୧୦ ରନ୍ କରିବା ପରେ ପରବର୍ତ୍ତୀ ବଲରେ ଆଉଟ୍ ହୋଇଥିଲେ । ତେବେ ପରବର୍ତ୍ତୀ ଦୁଇ ବଲରେ କୋହଲି ୨ ଓ ୪ ରନ୍ କରି ଭାରତକୁ ୫ ବଲରେ ବିଜୟୀ କରାଇଛନ୍ତି ।

ଉକ୍ତ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୮ ୱିକେଟ୍ ହରାଇ ୧୬୫ ରନ୍ କରିଥିଲା ବେଳେ ଜବାବରେ ନ୍ୟୁଜିଲ୍ୟାଣ୍ଡ୍ ୭ ୱିକେଟ୍ ହରାଇ ସମାନ ସ୍କୋର କରି ମ୍ୟାଚ୍ ଟାଇ କରିଥିଲା। ନ୍ୟୁଜିଲ୍ୟାଣ୍ଡ୍ ପାଇଁ ଶେଷ ଓଭର ପୁଣି ନିର୍ଣ୍ଣାୟକ ସାବ୍ୟସ୍ତ ହୋଇଥିଲା। ଅନ୍ତିମ ଓଭରରେ ଦଳକୁ ୭ ରନ୍ ଆବଶ୍ୟକ ହେଉଥିବା ବେଳେ ଭାରତୀୟ ପେସର ଶାର୍ଦ୍ଦୁଲ ଠାକୁର ଚମତ୍କାର ବୋଲିଂ କରି ମାତ୍ର ୬ ରନ୍ ଦେଇ ନ୍ୟୁଜିଲ୍ୟାଣ୍ଡ୍ ମୁହଁରୁ ବିଜୟ ଛଡ଼ାଇ ଆଣିଥିଲେ। ଶେଷ ଓଭରରେ ଘରୋଇ ଦଳ ୪ ୱିକେଟ୍ ହରାଇଥିଲା।

ନ୍ୟୁଜିଲ୍ୟାଣ୍ଡ୍ ଟିମର ନିୟମିତ କ୍ୟାପଟେନ୍ କେନ୍ ୱିଲିୟମସନ୍ ଆହତ କାରଣରୁ ମ୍ୟାଚରୁ ବାଦ୍ ପଡ଼ିଥିବା ବେଳେ ଟିମ୍ ସାଉଦୀ ଟସ୍ ପକାଇଥିଲେ। ଟସ୍ ଜିତି ସାଉଦୀ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ଭାରତୀୟ ଦଳ ତିନୋଟି ପରିବର୍ତ୍ତନ ସହ ମଇଦାନକୁ ଓହ୍ଲାଇଥିଲା। ରୋହିତ ଶର୍ମା, ମହମ୍ମଦ ଶାମି ଓ ରବୀନ୍ଦ୍ର ଜାଡେଜାଙ୍କ ସ୍ଥାନରେ ସଞ୍ଜୁ ସାମସନ୍‌, ନଭଦୀପ ସାଇନି ଏବଂ ୱାଶିଂଟନ୍ ସୁନ୍ଦର ସୁଯୋଗ ପାଇଥିଲେ। ରାହୁଲଙ୍କ ସହ ଓପନ୍ କରିବାକୁ ଆସିଥିବା ସାମସନ୍ ସୁଯୋଗର ଫାଇଦା ଉଠାଇପାରିନଥିଲେ।

ସାମସନ୍ (୮) ଛକା ମାରିବାର ଗୋଟିଏ ବଲ୍ ପରେ ଆଉ ଏକ ବଡ଼ ଖେଳିବା ପ୍ରୟାସରେ ସ୍କଟ୍ କୁଗଲେଇନଙ୍କ ବଲରେ ଆଉଟ୍ ହୋଇଥିଲେ। କ୍ୟାପଟେନ୍ ବିରାଟ୍ କୋହଲି (୧୪) ଘରୋଇ ପେସ୍ ବୋଲର ହାମିଶ୍ ବେନେଟ୍ଟଙ୍କୁ ଲଗାତାର ଦୁଇଟି ଚୌକା ମାରିବା ପରେ ନିଜ ୱିକେଟ୍ ହରାଇ ବସିଥିଲେ। ଟପ୍ ଫର୍ମରେ ଥିବା ଶ୍ରେୟସ ଆୟର୍ ମାତ୍ର ୧ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ। ଶିବମ ଦୁବେ ପୁଣିଥରେ ବ୍ୟାଟରେ କୌଣସି କମାଲ୍ କରିପାରିନଥିଲେ ଏବଂ ବ୍ୟକ୍ତିଗତ ୧୨ ରନ୍ କରି ଇଶ ସୋଢୀଙ୍କ ଶିକାର ହୋଇଥିଲେ।

ରାହୁଲ୍ ନିଜର ଜବରଦସ୍ତ ଫର୍ମ ବଜାୟ ଆଉ ଏକ ବଡ଼ ଇନିଂସ୍ ଅଭିମୁଖେ ଅଗ୍ରସର ହେଉଥିଲା, କିନ୍ତୁ ସୋଢୀଙ୍କ ବଲରେ ଛକା ମାରିବା ପ୍ରୟାସରେ ସେ ବାଉଣ୍ଡ୍ରୀରେ ମିଚେଲ୍ ସାଣ୍ଟନରଙ୍କ ଦ୍ୱାରା ଧରା ପଡ଼ିଥିଲେ। ଆଉଟ୍ ହେବା ପରେ ପୂର୍ବରୁ ସେ ୩୯ (୨୬ ବଲ୍‌, ୩ ଚୌକା, ୨ ଛକା) ରନର ଇନିଂସ୍ ଖେଳିଥିଲେ। ସୁନ୍ଦର ଖାତା ଖୋଲିବା ପୂର୍ବରୁ ନିଜ ୱିକେଟ୍ ହରାଇ ବସିଥିଲେ। ୮୮ ରନରେ ୬ ୱିକେଟ୍ ହରାଇ ଭାରତ ସଙ୍କଟରେ ପଡ଼ିଥିବା ବେଳେ ମନିଷ ପାଣ୍ଡେ ଓ ଶାର୍ଦ୍ଦୁଲ ଠାକୁର (୨୦) ସପ୍ତମ ୱିକେଟ୍ ପାଇଁ ୪୩ ରନର ମହତ୍ତ୍ୱପୂର୍ଣ୍ଣ ପାର୍ଟନରଶିପ୍ କରି ନିଜ ଟିମକୁ ସମ୍ମାନଜନକ ସ୍କୋରରେ ପହଞ୍ଚାଇଥିଲେ। ମନିଷ ଶେଷ ପର୍ଯ୍ୟନ୍ତ ଅପରାଜିତ ରହି ଅର୍ଦ୍ଧଶତକ ହାସଲ କରିଥିଲେ। ସେ ୩୬ ବଲରେ ୩ ଚୌକା ସହ ୫୦ ରନ୍ କରିଥିଲେ। ତାଙ୍କ ସହ ସାଇନି ୧୧ ରନ୍ କରି ଅପରାଜିତ ଥିଲେ। କିୱି ଟିମ୍ ପକ୍ଷରୁ ସୋଢୀ ୩ଟି ଓ ବେନେଟ୍ଟ ୨ଟି ୱିକେଟ୍ ନେଇଥିଲେ।

୧୬୬ ରନର ସହଜ ଲକ୍ଷ୍ୟର ପିଛା କରୁଥିବା ନ୍ୟୁଜିଲ୍ୟାଣ୍ଡ ଆରମ୍ଭରୁ ଓପ୍ନର ମାର୍ଟିନ୍ ଗପ୍ଟିଲ (୪)ଙ୍କ ୱିକେଟ୍ ହରାଇଥିଲା। ଗପ୍ଟିଲଙ୍କୁ ଯଶପ୍ରୀତ ବୁମ୍ରା ୱିକେଟକିପର ରାହୁଲଙ୍କ ଦ୍ୱାରା କ୍ୟାଚ୍ କରାଇଥିଲେ। ତେବେ ଖରାପ ଫର୍ମରେ ଥିବା କଲିନ୍ ମୁନରୋ ଓ ଟିମ୍ ସିଫର୍ଟ ଠିକଣା ସମୟରେ ଫର୍ମକୁ ଫେରିଥିଲେ। ମୁନରୋ ଆକର୍ଷଣୀୟ ବ୍ୟାଟିଂ କରି ନିଜର ଏକାଦଶ ଟି-୨୦ ଅର୍ଦ୍ଧଶତକ ପୂରଣ କରିଥିଲେ । ସେ ସିଫର୍ଟଙ୍କ ସହ ମିଶି ଦ୍ୱିତୀୟ ୱିକେଟ୍ ପାଇଁ ୭୪ ରନର ନିର୍ଣ୍ଣାୟକ ଭାଗୀଦାରୀ କରିଥିଲା।

ଦଳର ସ୍କୋର ୯୬ ଥିବା ବେଳେ ମୁନରୋ ଦୁର୍ଭାଗ୍ୟପୂର୍ଣ୍ଣ ଭାବେ ରନଆଉଟ୍ ହୋଇଥିଲେ। ସେ ୪୭ ବଲରେ ୬ ଚୌକା ଓ ୩ ଛକା ସହ ୬୪ ରନ୍ କରିଥିଲେ। ତାଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା ଟମ୍ ବ୍ରୁସ୍ (୦)ଙ୍କୁ ୟୁଜବେନ୍ଦ୍ର ଚହଲ୍ ବୋଲ୍ଡ କରି ଭାରତକୁ ମ୍ୟାଚରେ କମବ୍ୟାକ୍ କରାଇଥିଲେ। କିନ୍ତୁ ସିଫର୍ଟଙ୍କୁ ଭରପୂର ସାଥ୍ ଦେଇଥିଲେ ଅଭିଜ୍ଞ ରସ୍ ଟେଲର୍। ଦୁହେଁ ସତର୍କତାର ସହ ବ୍ୟାଟିଂ କରି ଦଳକୁ ବିଜୟ ଅଭିମୁଖେ ନେଇଥିଲେ। କିନ୍ତୁ ଶେଷ ଓଭର ଡ୍ରାମାରେ ପୁଣି ବାଜିମାତ୍ କରିଥିଲା ଟିମ୍ ଇଣ୍ଡିଆ। ନ୍ୟୁଜିଲ୍ୟାଣ୍ଡକୁ ଅନ୍ତିମ ୬ ବଲରେ ୭ ରନ୍ ଆବଶ୍ୟକ ହେଉଥିବା ବେଳେ ଦଳ ମାତ୍ର ୬ ରନ୍ କରିବାକୁ ସକ୍ଷମ ହୋଇଥିଲା। ସିଫର୍ଟ ୫୭ (୩୯ ବଲ୍‌, ୪ ଚୌକା, ୩ ଛକା) ଓ ଟେଲର୍ ୨୪ ରନ୍ କରି ଆଉଟ୍ ହୋଇଥିଲେ। ଭାରତର ଶାର୍ଦ୍ଦୁଲ ୨ଟି, ବୁମ୍ରା ଓ ଚହଲ୍ ଗୋଟିଏ ଲେଖାଏ ୱିକେଟ୍ ନେଇଥିଲେ।

ସଂକ୍ଷିପ୍ତ ସ୍କୋର
ଭାରତ ୧୬୫/୮, ୨୦ ଓଭର୍‌: ମନିଷ ପାଣ୍ଡେ୍ ୫୦*, ଲୋକେଶ ରାହୁଲ୍ ୩୯, ଶାର୍ଦ୍ଦୁଲ ଠାକୁର ୨୦, ଶିବମ ଦୁବେ ୧୨, ଇଶ ସୋଢୀ ୩/୨୬, ହାମିଶ୍ ବେନେଟ୍ଟ ୨/୪୧।
ନ୍ୟୁଜିଲ୍ୟାଣ୍ଡ୍ ୧୬୫/୭, ୨୦ ଓଭର: କଲିନ୍ ମୁନରୋ ୬୪, ଟିମ୍ ସିଫର୍ଟ ୫୭, ରସ୍ ଟେଲର୍ ୨୪, ଶାର୍ଦ୍ଦୁଲ ଠାକୁର ୨/୩୩।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos