୨୦ ବର୍ଷରେ ବାଂଲାଦେଶର ଏହି ୫ ବଡ଼ ଶିକାର

ନୂଆଦିଲ୍ଲୀ: ବାଂଲାଦେଶ ଏଭଳି ଏକ ଟିମ୍, ଯିଏ ନିଜ ପ୍ରଦର୍ଶନ ଦ୍ୱାରା କ୍ରିକେଟ୍ ଫ୍ୟାନ୍ ଏବଂ କ୍ରିକେଟ୍ ପଣ୍ଡିତଙ୍କ ଦୃଷ୍ଟି ଆକର୍ଷଣ କରିବାରେ ସଫଳ ହୋଇଛି। ରବିବାର ବିଶ୍ୱକପ ମ୍ୟାଚରେ ଏସିଆର ଏହି ଟିମ୍ ଶକ୍ତିଶାଳୀ ଦକ୍ଷିଣ ଆଫ୍ରିକା ବିପକ୍ଷରେ କିଛି ଏଭଳି କାରନାମା କରିଛି। ବୋଲିଂରେ କାଗିସୋ ରବାଡା, ଇମ୍ରାନ୍ ତାହିର ଏବଂ ବ୍ୟାଟିଂରେ କ୍ୱିଣ୍ଟନ୍ ଡି’କକ୍, ଫାଫ୍ ଡ୍ୟୁପ୍ଲେସିସ୍ ଭଳି ଷ୍ଟାର୍ ଖେଳାଳିରେ ଭରପୂର ଦକ୍ଷିଣ ଆଫ୍ରିକା ଟିମକୁ ୨୧ ରନରେ ହରାଇ ବାଂଲାଦେଶ […]

bangla

Hemant Lenka
  • Published: Monday, 03 June 2019
  • , Updated: 03 June 2019, 06:33 PM IST

ନୂଆଦିଲ୍ଲୀ: ବାଂଲାଦେଶ ଏଭଳି ଏକ ଟିମ୍, ଯିଏ ନିଜ ପ୍ରଦର୍ଶନ ଦ୍ୱାରା କ୍ରିକେଟ୍ ଫ୍ୟାନ୍ ଏବଂ କ୍ରିକେଟ୍ ପଣ୍ଡିତଙ୍କ ଦୃଷ୍ଟି ଆକର୍ଷଣ କରିବାରେ ସଫଳ ହୋଇଛି। ରବିବାର ବିଶ୍ୱକପ ମ୍ୟାଚରେ ଏସିଆର ଏହି ଟିମ୍ ଶକ୍ତିଶାଳୀ ଦକ୍ଷିଣ ଆଫ୍ରିକା ବିପକ୍ଷରେ କିଛି ଏଭଳି କାରନାମା କରିଛି। ବୋଲିଂରେ କାଗିସୋ ରବାଡା, ଇମ୍ରାନ୍ ତାହିର ଏବଂ ବ୍ୟାଟିଂରେ କ୍ୱିଣ୍ଟନ୍ ଡି'କକ୍, ଫାଫ୍ ଡ୍ୟୁପ୍ଲେସିସ୍ ଭଳି ଷ୍ଟାର୍ ଖେଳାଳିରେ ଭରପୂର ଦକ୍ଷିଣ ଆଫ୍ରିକା ଟିମକୁ ୨୧ ରନରେ ହରାଇ ବାଂଲାଦେଶ ବିଶ୍ୱକପରେ ବିପର୍ଯ୍ୟୟ ଘଟାଇଛି।

ବାଂଲାଦେଶ ଯେବେବି କୌଣସି ବଡ଼ ଟିମକୁ ହରାଏ, ତାହେଲେ ଏହାକୁ ବିପର୍ଯ୍ୟୟ ବୋଲି କୁହାଯାଏ। କିନ୍ତୁ ଗତ କିଛି ବର୍ଷ ହେବ ବାଂଲାଦେଶ ଟିମ୍ ଯେଉଁଭଳି ପ୍ରଦର୍ଶନ କରିଆସୁଛି, ତାକୁ ଦେଖିଲେ ଏହି ଶବ୍ଦ (ବିପର୍ଯ୍ୟୟ) ଭୁଲ ପ୍ରମାଣିତ ହୋଇଛି। କାରଣ ବାଂଲାଦେଶ ଏବେ ଆଉ ସେ ପୁରୁଣା ଟିମ୍ ହୋଇ ରହିନାହିଁ। ବାଂଲାଦେଶ ଟାର୍ଗେଟରେ ଏବେ ଦକ୍ଷିଣ ଆଫ୍ରିକା, ଅଷ୍ଟ୍ରେଲିଆ, ଇଂଲଣ୍ଡ ଓ ଭାରତ ଭଳି ବଡ଼ ଟିମ୍ ଅଛନ୍ତି।

ବାଂଲାଦେଶ ୧୯୯୯ରେ ବିଶ୍ୱକପ୍ ପଦାର୍ପଣ କରିଥିଲା । ଏହାପରଠାରୁ ଏହି ଟିମ୍ ଏପର୍ଯ୍ୟନ୍ତ ୬ ବିଶ୍ୱକପ୍ ଖେଳିସାରିଛି। ତେବେ ଏହା ମଧ୍ୟରେ ବାଂଲାଦେଶ କେବଳ ଗୋଟିଏ ବିଶ୍ୱକପ (୨୦୦୩)କୁ ଛାଡ଼ିଦେଲେ ବାକି ସବୁ ଟୁର୍ଣ୍ଣାମେଣ୍ଟରେ ବଡ଼ ଟିମର ଶିକାର କରିବାରେ ସଫଳ ହୋଇଛି। ତେବେ ଆସନ୍ତୁ ଜାଣିବା ବିଶ୍ୱକପରେ ବାଂଲାଦେଶ ଘଟାଇଥିବା ୫ ବଡ଼ ବିପର୍ଯ୍ୟୟ।

୧୯୯୯ (ବନାମ ପାକିସ୍ତାନ): ବାଂଲାଦେଶ ତା'ର ପ୍ରଥମ ବିଶ୍ୱକପରେ ପାକିସ୍ତାନ ଭଳି ଶକ୍ତିଶାଳୀ ଟିମକୁ ହରାଇ ବଡ଼ ବିପର୍ଯ୍ୟୟ ଘଟାଇଥିଲା। ସେହି ସମୟରେ ପାକିସ୍ତାନ ଟିମରେ ୱାସିମ୍ ଆକ୍ରାମ, ୱାକର ୟୁନିସ, ଶୋଏବ ଅଖତରଙ୍କ ଭଳି ଘାତକ ପେସ ବୋଲରଙ୍କୁ ଦୃଢ଼ତାର ସହ ସାମ୍ନା କରି ବାଂଲାଦେଶ ୫୦ ଓଭରରେ ୯ ୱିକେଟ୍ ହରାଇ ୨୨୩ ରନ୍ କରିଥିଲା। ଜବାବରେ ବାଂଲାଦେଶ ଚମତ୍କାର ବୋଲିଂ କରି ପାକିସ୍ତାନକୁ ୧୬୧ ରନରେ ଅଲଆଉଟ୍ କରି ମ୍ୟାଚକୁ ୬୨ ରନରେ ଜିତି ନେଇଥିଲା।

୨୦୦୭ (ବନାମ ଭାରତ): ୨୦୦୭ରେ ୱେଷ୍ଟଇଣ୍ଡିଜରେ ଆୟୋଜିତ ବିଶ୍ୱକପ୍ ବାଂଲାଦେଶ ପାଇଁ ସବୁଠାରୁ ସଫଳ ଟୁର୍ଣ୍ଣାମେଣ୍ଟ ଥିଲା। ଏହି ସଂସ୍କରଣରେ ବାଂଲାଦେଶ ଭାରତ ଭଳି ଶକ୍ତିଶାଳୀ ଟିମକୁ ୫ ୱିକେଟରେ ହରାଇ ବିପର୍ଯ୍ୟୟ ଘଟାଇଥିଲା। ଏହି ସଂସ୍କରଣ ପାଇଁ ଭାରତକୁ ଟାଇଟଲ୍ ଦାବିଦାର କୁହାଯାଉଥିଲା। କିନ୍ତୁ ବାଂଲାଦେଶଠାରୁ ହାରିବା ଭାରତ ପାଇଁ ମହଙ୍ଗା ପଡ଼ିଥିଲା। ବାଂଲାଦେଶ ବୋଲରଙ୍କ ଶାଣିତ ବୋଲିଂ ଆଗରେ ଭାରତ ନୈରାଶ୍ୟଜନକ ପ୍ରଦର୍ଶନ କରି ମାତ୍ର ୧୯୧ ରନରେ ଅଲଆଉଟ୍ ହୋଇଥିଲା। ଏହାର ଜବାବରେ ବାଂଲାଦେଶ ୯ ବଲ୍ ବାକି ଥାଇ ୫ ୱିକେଟରେ ମ୍ୟାଚକୁ ଜିତି ନେଇଥିଲା।

୨୦୦୭ (ବନାମ ଦକ୍ଷିଣ ଆଫ୍ରିକା): ଏହି ସଂସ୍କରଣରେ ବାଂଲାଦେଶ ଆଉ ଏକ ବଡ଼ ଶିକାର କରିଥିଲା। ଭାରତକୁ ହରାଇ ବାଂଲାଦେଶ ପ୍ରଥମଥର ପାଇଁ ସୁପର-୮ରେ ପ୍ରବେଶ କରିଥିଲା। ଏହି ପର୍ଯ୍ୟାୟର ଏକ ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ବାଂଲାଦେଶ ଦକ୍ଷିଣ ଆଫ୍ରିକାକୁ ୬୭ ରନରେ ହରାଇ ସମସ୍ତଙ୍କୁ ଚକିତ କରିଦେଇଥିଲା। ବାଂଲାଦେଶ ପ୍ରଥମେ ବ୍ୟାଟିଂ କରି ୮ ୱିକେଟ୍ ବିନିମୟରେ ୨୫୧ ରନ୍ କରିଥିଲା। ଜବାବରେ ଦକ୍ଷିଣ ଆଫ୍ରିକା ଟିମ୍ ୪୮.୪ ଓଭରରେ ମାତ୍ର ୧୮୪ ରନ୍ କରି ଅଲଆଉଟ୍ ହୋଇଯାଇଥିଲା। ଏହି ବିଜୟ ସତ୍ତ୍ୱେ ବାଂଲାଦେଶ ସେମିଫାଇନାଲରେ ସ୍ଥାନ ହାସଲ କରିପାରିନଥିଲା।

୨୦୧୧ (ବନାମ ଇଂଲଣ୍ଡ): ପ୍ରଥମଥର ପାଇଁ ବାଂଲାଦେଶରେ ବିଶ୍ୱକପର ଏହି ସଂସ୍କରଣ ଆୟୋଜିତ ହୋଇଥିଲା। ଗ୍ରୁପ୍-ବି'ରେ ସ୍ଥାନ ପାଇଥିବା ବାଂଲାଦେଶ ଅପେକ୍ଷାକୃତ ମଜଭୁତ୍ ଇଂଲଣ୍ଡ୍ ଟିମକୁ ୨ ୱିକେଟରେ ହରାଇ ରୋମାଞ୍ଚକର ବିଜୟ ହାସଲ କରିଥିଲା। ମ୍ୟାଚରେ ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରି ୨୨୫ ରନରେ ଅଲଆଉଟ୍ ହୋଇଥିଲା। ଜବାବରେ ବାଂଲାଦେଶ ଗୋଟିଏ ଓଭର ବାକି ଥାଇ ୮ ୱିକେଟ୍ ହରାଇ ମ୍ୟାଚକୁ ଜିତି ନେଇଥିଲା।

୨୦୧୫ (ବନାମ ଇଂଲଣ୍ଡ): ୨୦୧୫ରେ ଅଷ୍ଟ୍ରେଲିଆ ଓ ନ୍ୟୁଜିଲ୍ୟାଣ୍ଡରେ ଆୟୋଜିତ ବିଶ୍ୱକପରେ ବାଂଲାଦେଶ ଆଉ ଏକ ଚମତ୍କାର ପ୍ରଦର୍ଶନ କରିଥିଲା। ଏହି ବିଶ୍ୱକପରେ ବାଂଲାଦେଶ ପୁଣିଥରେ ଇଂଲଣ୍ଡକୁ (୧୫ ରନରେ) ହରାଇ ବିପର୍ଯ୍ୟୟ ଘଟାଇଥିଲା। ବାଂଲାଦେଶ ନିର୍ଦ୍ଧାରିତ ଓଭରରେ ୭ ୱିକେଟ୍ ହରାଇ ୨୭୫ ରନ୍ କରିଥିଲା। ଜବାବରେ ଇଂଲଣ୍ଡ ୪୮.୩ ଓଭରରେ ୨୬୦ ରନ୍ କରି ଅଲଆଉଟ୍ ହୋଇଯାଇଥିଲା। ଏହି ପରାଜୟ ଇଂଲଣ୍ଡକୁ ବିଶ୍ୱକପରୁ ବିଦା କରିଥିଲା। କିନ୍ତୁ ବାଂଲାଦେଶର ବିଶ୍ୱକପ୍ ଅଭିଯାନ ଭାରତ କ୍ୱାର୍ଟରଫାଇନାଲରେ ଶେଷ କରିଥିଲା। ଅନ୍ତିମ-୮ରେ ବାଂଲାଦେଶ ୧୦୯ ରନରେ ପରାସ୍ତ ହୋଇଥିଲା।

Related story