ପ୍ଲେ-ଅଫ୍‌ ରେସ୍‌ରେ ୫ଟି ଟିମ୍‌: କିଏ ମାରିବ ବାଜି ?

ଶେଷ ପର୍ଯ୍ୟାୟରେ ପହଞ୍ଚିଛି ଆଇପିଏଲ୍‌ର ଲିଗ୍‌ ମ୍ୟାଚ୍‌। ଏବେ ସୁଦ୍ଧା ପ୍ରତିଯୋଗିତାରେ ୫୧ଟି ମ୍ୟାଚ୍‌ ଖେଳା ଯାଇସାରିଛି। ପ୍ଲେଅଫ୍‌କୁ ନେଇ ଏବେ ସମସ୍ତଙ୍କ ଉତ୍କଣ୍ଠା ବଢ଼ିବଢି ଚାଲିଛି। ଚେନ୍ନାଇ ଓ ହାଇଦ୍ରାବାଦ ଟିମ୍‌ ପ୍ଲେଅଫ୍‌ରେ ପହଞ୍ଚି ଯାଇଥିବା ବେଳେ ଏବେ ବାକି ରହିଲା ଅନ୍ୟ କେଉଁ ଦୁଇଟି ଟିମ୍‌ ପ୍ଲେଅଫ୍‌ରେ ନିଜ ସ୍ଥାନ ପକ୍କା କରିବେ। ପ୍ଲେଅଫ୍‌ ରେସ୍‌ରେ ଏବେ କେକେଆର୍‌, ମୁମ୍ବାଇ, ଆର୍‌ସିବି, ରାଜସ୍ଥାନ ଓ ପଞ୍ଜାବ ଅଛନ୍ତି। କିନ୍ତୁ ଏହା ମଧ୍ୟରୁ କେଉଁ ଦୁଇଟି […]

Play off

Rakesh Mallick
  • Published: Friday, 18 May 2018
  • , Updated: 18 May 2018, 05:04 PM IST

ଶେଷ ପର୍ଯ୍ୟାୟରେ ପହଞ୍ଚିଛି ଆଇପିଏଲ୍‌ର ଲିଗ୍‌ ମ୍ୟାଚ୍‌। ଏବେ ସୁଦ୍ଧା ପ୍ରତିଯୋଗିତାରେ ୫୧ଟି ମ୍ୟାଚ୍‌ ଖେଳା ଯାଇସାରିଛି। ପ୍ଲେଅଫ୍‌କୁ ନେଇ ଏବେ ସମସ୍ତଙ୍କ ଉତ୍କଣ୍ଠା ବଢ଼ିବଢି ଚାଲିଛି। ଚେନ୍ନାଇ ଓ ହାଇଦ୍ରାବାଦ ଟିମ୍‌ ପ୍ଲେଅଫ୍‌ରେ ପହଞ୍ଚି ଯାଇଥିବା ବେଳେ ଏବେ ବାକି ରହିଲା ଅନ୍ୟ କେଉଁ ଦୁଇଟି ଟିମ୍‌ ପ୍ଲେଅଫ୍‌ରେ ନିଜ ସ୍ଥାନ ପକ୍କା କରିବେ। ପ୍ଲେଅଫ୍‌ ରେସ୍‌ରେ ଏବେ କେକେଆର୍‌, ମୁମ୍ବାଇ, ଆର୍‌ସିବି, ରାଜସ୍ଥାନ ଓ ପଞ୍ଜାବ ଅଛନ୍ତି। କିନ୍ତୁ ଏହା ମଧ୍ୟରୁ କେଉଁ ଦୁଇଟି ଟିମ୍‌ ପ୍ଲେଅଫ୍‌ରେ ପହଞ୍ଚିବେ ତାହା କହିବା ମୁସ୍କିଲ।

KKR: କେକେଆର୍‌ ଏହି ରେସ୍‌ରେ ସବୁଠୁ ଆଗରେ ରହିଛି। କେକେଆର୍‌ ଏପର୍ଯ୍ୟନ୍ତ ୧୩ଟି ମ୍ୟାଚ୍‌ରୁ ୭ଟିରେ ବିଜୟ ହାସଲ କରି ୧୪ ଅଙ୍କ ସହ ପଏଣ୍ଟ ଟେବୁଲରେ ତୃତୀୟ ସ୍ଥାନରେ ରହିଛି। ଶେଷ ମ୍ୟାଚ୍‌ରେ କେକେଆର୍‌ ବିଜୟ ହାସଲ କଲେ ପ୍ଲେଅଫ୍‌ ପାଇଁ ସ୍ଥାନ ପକ୍କା କରିବେ। କୋଲକାତା ତାର ଶେଷ ମ୍ୟାଚ୍‌ରେ ଶକ୍ତିଶାଳୀ ହାଇଦ୍ରାବାଦ ସହ ଖେଳିବ। ଏହି ମ୍ୟାଚ୍‌ରେ ଯଦି କେକେଆର୍‌ ହାରୁଛି ତଥାବି କେକେଆର୍‌ ପାଇଁ ପ୍ଲେଅଫ୍‌ ରାସ୍ତା ବନ୍ଦ ହେବନାହିଁ। ରନ୍‌ ରେଟ୍‌ରେ ଯଦି କେକେଆର୍‌ ସ୍ଥିତି ଭଲ ଥିବ ତେବେ ପ୍ଲେଅଫ୍‌ରେ ସ୍ଥାନ ପାଇବାର ସୁଯୋଗ ରହିଛି।

MI: ପଏଣ୍ଟ ଟେବୁଲରେ ୪ର୍ଥ ସ୍ଥାନରେ ଥିବା ମୁମ୍ବାଇ ଏବେ ସୁଦ୍ଧା ୧୩ଟି ମ୍ୟାଚ୍‌ରୁ ୬ଟିରେ ଜିତି ୧୨ ଅଙ୍କ ସହ ପ୍ଲେଅଫ୍‌ ରେସରେ ରହିଛି। ମୁମ୍ବାଇ ତାର ଶେଷ ମ୍ୟାଚ୍‌ ଦିଲ୍ଲୀ ଡେୟାର ଡେଭିଲ୍ସ ବିପକ୍ଷରେ ଆସନ୍ତା ୨୦ ତାରିଖରେ ଖେଳିବ। ଦିଲ୍ଲୀ ଚଳିତ ଆଇପିଏଲରେ ସବୁଠୁ ଖରାପ ପ୍ରଦର୍ଶନ କରି ପଏଣ୍ଟ ଟେବୁଲରେ ଶେଷରେ ରହିଛି। ତେଣୁ ଦୁର୍ବଳ ଦିଲ୍ଲୀକୁ ହରାଇ ପ୍ଲେଅଫ୍‌ରେ ସ୍ଥାନ ପକ୍କା କରିବାକୁ ମୁମ୍ବାଇ ପାଇଁ ଏକ ଭଲ ସୁଯୋଗ ରହିଛି।

RCB: ପଏଣ୍ଟ ଟେବୁଲର ପଞ୍ଚମ ସ୍ଥାନରେ ରହିଥିବା ଆରସିବି ଏପର୍ଯ୍ୟନ୍ତ ୧୩ଟି ମ୍ୟାଚ୍‌ରୁ ୬ଟିରେ ଜିତି ୧୨ ଅଙ୍କ ସହ ପ୍ଲେଅଫ୍‌ ରେସରେ ଅନ୍ୟ ଏକ ଦାବିଦାର। ପ୍ରତିଯୋଗିତା ଆରମ୍ଭରୁ ଖରାପ ଫର୍ମରେ ଥିବା ଆର୍‌ସିବି ଶେଷ ମ୍ୟାଚ୍‌ଗୁଡ଼ିକରେ ଭଲ୍‌ କମବ୍ୟାକ୍‌ କରିଥିଲା। ଆର୍‌ସିବି ତାର ଶେଷ ମ୍ୟାଚ୍‌ ରାଜସ୍ଥାନ ସହ ଆସନ୍ତା ୧୯ ତାରିଖରେ ଖେଳିବ।

RR: ଆଇପିଏଲର ଶେଷ ମ୍ୟାଚ୍‌ ଗୁଡ଼ିକରେ ଆକର୍ଷଣୀୟ ପ୍ରଦର୍ଶନ କରି ପ୍ଲେଅଫ୍‌ ଆଶା ଉଜ୍ଜୀବିତ କରିଛି ରାଜସ୍ଥାନ ରୟାଲ୍ସ। ରାଜସ୍ଥାନ ଏ ପର୍ଯ୍ୟନ୍ତ ୧୩ଟି ମ୍ୟାଚ୍‌ରୁ ୬ଟିରେ ଜିତି ୧୨ ଅଙ୍କ ସହ ପଏଣ୍ଟ ଟେବୁଲର ଷଷ୍ଠ ସ୍ଥାନରେ ରହିଛି। ରାଜସ୍ଥାନ ତାର ଶେଷ ମ୍ୟାଚ୍‌ ଆସନ୍ତା ୧୯ରେ ମୁମ୍ବାଇ ସହ ଖେଳିବ।

KXIP: ଆଇପିଏଲ ଆରମ୍ଭରୁ କେଏଲ୍‌ ରାହୁଲ ଓ ଗେଲ୍‌ଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଅନେକ ମ୍ୟାଚ୍‌ରେ ବିଜୟ ହାସଲ କରିଥିଲା ପଞ୍ଜାବ। ଯେମିତି ଲାଗୁଥିଲେ ଚଳିତ ଥର ଚାମ୍ପିୟନ ହେବାର କ୍ଷମତା ରଖିଛି ଏହି ଟିମ୍‌। ହେଲେ ଶେଷ ମ୍ୟାଚ୍‌ ଗୁଡ଼ିକରେ ନୈରାଶ୍ୟଜନକ ପ୍ରଦର୍ଶନ ପାଇଁ ଦଳ ଅନେକ ମ୍ୟାଚ୍‌ରେ ପରାସ୍ତ ହୋଇ ପ୍ଲେଅଫ୍‌ ପାଇଁ ସଂଘର୍ଷ  କରୁଛି। ପଞ୍ଜାବ ଏବେସୁଦ୍ଧା ୧୩ଟି ମ୍ୟାଚ୍‌ରୁ ୬ଟିରେ ଜିତି ୧୨ ଅଙ୍କ ସହ ପଏଣ୍ଟ ଟେବୁଲରେ ସପ୍ତମରେ ରହିଛି। ପଞ୍ଜାବ ଆସନ୍ତା ୨୦ ତାରିଖରେ ଶକ୍ତିଶାଳୀ ଚେନ୍ନାଇ ବିପକ୍ଷରେ ତାର ଶେଷ ମ୍ୟାଚ୍‌ ଖେଳିବ।

Related story