ଅଲିମ୍ପିକ୍ ଯୋଗ୍ୟତା ଅର୍ଜନ କରିଥିବା ୬ ଓଡ଼ିଆ ଖେଳାଳି ପାଇବେ ୬୦ ଲକ୍ଷ ଟଙ୍କା

ଭୁବନେଶ୍ୱର: ରିଓ ଅଲିମ୍ପିକ୍ ପାଇଁ ମନୋନୀତ ହୋଇଥିବା ୬ ଓଡ଼ିଆ ଖେଳାଳିଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୬୦ ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି ଘୋଷଣା କରିଛନ୍ତି। ପ୍ରତ୍ୟେକ ଖେଳାଳିଙ୍କୁ ୧୦ ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରାଯିବ। ଆସନ୍ତା ଅଗଷ୍ଟ ମାସରେ ରିଓ ଅଲିମ୍ପିକ୍ ଅନୁଷ୍ଠିତ ହେବ। ଏଥିରେ ଆଥଲେଟ୍‌ ଶ୍ରାବଣୀ ନନ୍ଦ ଓ ଦୂତି ଚାନ୍ଦଙ୍କ ସହ ୪ ମହିଳା ହକି ଖେଳାଳି ଦୀପ୍‌ ଗ୍ରେସ୍‌ ଏକ୍କା, ନମିତା ଟାପ୍ପୋ, ଲିଲିମା ମିଞ୍ଜ […]

shravaneeandduti

Rakesh Mallick
  • Published: Tuesday, 26 July 2016
  • , Updated: 26 July 2016, 03:29 PM IST

ଭୁବନେଶ୍ୱର: ରିଓ ଅଲିମ୍ପିକ୍ ପାଇଁ ମନୋନୀତ ହୋଇଥିବା ୬ ଓଡ଼ିଆ ଖେଳାଳିଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୬୦ ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି ଘୋଷଣା କରିଛନ୍ତି। ପ୍ରତ୍ୟେକ ଖେଳାଳିଙ୍କୁ ୧୦ ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରାଯିବ।

ଆସନ୍ତା ଅଗଷ୍ଟ ମାସରେ ରିଓ ଅଲିମ୍ପିକ୍ ଅନୁଷ୍ଠିତ ହେବ। ଏଥିରେ ଆଥଲେଟ୍‌ ଶ୍ରାବଣୀ ନନ୍ଦ ଓ ଦୂତି ଚାନ୍ଦଙ୍କ ସହ ୪ ମହିଳା ହକି ଖେଳାଳି ଦୀପ୍‌ ଗ୍ରେସ୍‌ ଏକ୍କା, ନମିତା ଟାପ୍ପୋ, ଲିଲିମା ମିଞ୍ଜ ଓ ସୁନୀତା ଲାକ୍ରା ଭାଗ ନେବେ।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁସାରେ ଓଡ଼ିଶା ଖଣି ନିଗମ ଏହି ଅର୍ଥ ରାଶି ଖେଳାଳିଙ୍କୁ ଯୋଗାଇ ଦେବ। ସେହିପରି ଅଲିମ୍ପିକ୍‌ ପାଇଁ ଯୋଗ୍ୟ ବିବେଚିତ ଖେଳାଳିଙ୍କ ପ୍ରୋତ୍ସାହନ ରାଶିକୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରିବା ପାଇଁ କ୍ରୀଡ଼ା ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି।

Related story