ଅଦ୍ଭୁତ ରେକର୍ଡ, ସବୁ ବ୍ୟାଟ୍ସମ୍ୟାନ୍ ଶୂନରେ ଆଉଟ୍‌

ମୁମ୍ବାଇ: ମୁମ୍ବାଇର ପ୍ରତିଷ୍ଠିତ ସ୍କୁଲ୍ ଟୁର୍ଣ୍ଣାମେଣ୍ଟ ହାରିସ୍ ଶିଲ୍ଡର ପ୍ରଥମ ରାଉଣ୍ଡର ନକଆଉଟ୍ ମ୍ୟାଚରେ ଅଜବ ଘଟଣା ଘଟିଛି। ଏହି ଘଟଣାକୁ ଚିଲଡ୍ରେନ୍ ୱେଲଫେୟାର୍ ସ୍କୁଲ୍ ଜଲଦି ଭୁଲିବାକୁ ଚାହିଁବ। ଅନ୍ଧେରୀର ଏହି ସ୍କୁଲ ବୋରିୱଲୀର ସ୍ୱାମୀ ବିବେକାନନ୍ଦ ଇଣ୍ଟରନ୍ୟାଶନାଲ୍ ସ୍କୁଲ୍ ବିପକ୍ଷ ମ୍ୟାଚରେ ପରାସ୍ତ ହୋଇଛି, କିନ୍ତୁ ଟିମର ସବୁ ବ୍ୟାଟ୍ସମ୍ୟାନ୍ ଶୂନରେ ଆଉଟ୍ ହୋଇଛନ୍ତି। ଚିଲଡ୍ରେନ୍ ୱେଲଫେୟାର୍ ସ୍କୁଲ୍ ଟିମର କୌଣସି ବ୍ୟାଟ୍ସମ୍ୟାନ୍ ଏକ ରନ୍ ବି କରିବାକୁ ସମର୍ଥ ହୋଇନଥିଲେ। ତେବେ ବଡ଼ […]

cricket

Ranjit Kumar Jena
  • Published: Thursday, 21 November 2019
  • , Updated: 21 November 2019, 08:23 PM IST

ମୁମ୍ବାଇ: ମୁମ୍ବାଇର ପ୍ରତିଷ୍ଠିତ ସ୍କୁଲ୍ ଟୁର୍ଣ୍ଣାମେଣ୍ଟ ହାରିସ୍ ଶିଲ୍ଡର ପ୍ରଥମ ରାଉଣ୍ଡର ନକଆଉଟ୍ ମ୍ୟାଚରେ ଅଜବ ଘଟଣା ଘଟିଛି। ଏହି ଘଟଣାକୁ ଚିଲଡ୍ରେନ୍ ୱେଲଫେୟାର୍ ସ୍କୁଲ୍ ଜଲଦି ଭୁଲିବାକୁ ଚାହିଁବ। ଅନ୍ଧେରୀର ଏହି ସ୍କୁଲ ବୋରିୱଲୀର ସ୍ୱାମୀ ବିବେକାନନ୍ଦ ଇଣ୍ଟରନ୍ୟାଶନାଲ୍ ସ୍କୁଲ୍ ବିପକ୍ଷ ମ୍ୟାଚରେ ପରାସ୍ତ ହୋଇଛି, କିନ୍ତୁ ଟିମର ସବୁ ବ୍ୟାଟ୍ସମ୍ୟାନ୍ ଶୂନରେ ଆଉଟ୍ ହୋଇଛନ୍ତି।

ଚିଲଡ୍ରେନ୍ ୱେଲଫେୟାର୍ ସ୍କୁଲ୍ ଟିମର କୌଣସି ବ୍ୟାଟ୍ସମ୍ୟାନ୍ ଏକ ରନ୍ ବି କରିବାକୁ ସମର୍ଥ ହୋଇନଥିଲେ। ତେବେ ବଡ଼ କଥା ହେଉଛି, ବିପକ୍ଷ ଟିମର ବୋଲରମାନେ ୭ ଅତିରିକ୍ତ (୬ ୱାଇଡ୍‌, ୧ ବାଇ) ରନ୍ ଦେଇଛନ୍ତି। ଯଦି ଏହି ଅତିରିକ୍ତ ରନ୍ ନ ହୋଇଥାନ୍ତା, ତାହେଲେ ସ୍କୋର ବୋର୍ଡରେ କୌଣସି ରନ୍ ହୋଇନଥାନ୍ତା। ବିବେକାନନ୍ଦ ସ୍କୁଲ୍ ପକ୍ଷରୁ ମିଡିୟର୍ ପେସର ଆଲୋକ୍ ପାଲ୍ ୩ ଓଭରରେ ୩ ରନ୍ ଦେଇ ୬ ୱିକେଟ୍ ନେଇଥିଲେ। କ୍ୟାପଟେନ୍ ବରୋଦ୍ ବାଜେ ୩ ରନ୍ ଦେଇ ୨ଟି ୱିକେଟ୍ ନେଇଥିବା ବେଳେ ଦୁଇଜଣ ବ୍ୟାଟ୍ସମ୍ୟାନ୍ ରନ୍ ଆଉଟ୍ ହୋଇଥିଲେ।

ଉକ୍ତ ମ୍ୟାଚରେ ସ୍ୱାମୀ ବିବେକାନନ୍ଦ ସ୍କୁଲ୍ ୩୯ ଓଭରରେ ୪ ୱିକେଟ୍ ହରାଇ ୭୬୧ ରନ୍ କରିଥିଲେ। ଟିମର ବ୍ୟାଟ୍ସମ୍ୟାନ୍ ମୀତ୍ ମାୟକର୍ ୧୨୪ ବଲରେ ୭ ଛକା ସ ୫୬ ଚୌକା ବଳରେ ୩୩୮ ରନ୍ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କ୍ରିଷ୍ଣା ପାର୍ତେ ୯୫ ଓ ଇଶାନ୍ ରୟ ୬୭ ରନ୍ କରିଥିଲେ। ଜବାବରେ ଚିଲଡ୍ରେନ୍ ୱେଲଫେୟାର୍ ସ୍କୁଲ୍ ମାତ୍ର ୭ ରନରେ ଅଲଆଉଟ୍ ହୋଇଯାଇଥିଲା ଏବଂ ବିବେକାନନ୍ଦ ସ୍କୁଲ ୭୫୪ ରନରେ ବିଜୟୀ ହୋଇଥିଲା।

Related story