ପାକିସ୍ତାନକୁ ହରାଇ ମ୍ୟାଚ ସହ ସିରିଜ ପୋଛିନେଲା ଅଷ୍ଟ୍ରେଲିଆ

ମେଲବର୍ଣ୍ଣ: ପାକିସ୍ତାନକୁ ତୃତୀୟ ଟି-୨୦ରେ ଏକତରଫା ଭାବେ ପରାସ୍ତ କରି ସିରିଜ୍‌ କ୍ଲିନସୁଇପ କରିଛି ଟିମ୍‌ ଅଷ୍ଟ୍ରେଲିଆ। ବର୍ଷା ଯୋଗୁ ପ୍ରଥମ ଟି-୨୦ରେ ପରାଜୟରୁ ରକ୍ଷା ପାଇଯାଇଥିବା ପାକିସ୍ତାନ ପରବର୍ତ୍ତୀ ଦୁଇଟି ଯାକ ମ୍ୟାଚ୍‌ରେ ପରାସ୍ତ ହୋଇଛି। ଏଥିସହ ଅଷ୍ଟ୍ରେଲିଆ ୨-୦ରେ ସିରିଜ୍‌ ପୋଛି ନେଇଛି। ଏହି ବିଜୟ ପରେ ଅଷ୍ଟ୍ରେଲିଆ ଟି-୨୦ରେ କ୍ରମାଗତ ଭାବେ ୮ମ ମ୍ୟାଚ୍‌ ଜିତିବାର ରେକର୍ଡ କରିଛି। ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ୧୦୬ ରନ୍‌ କରିଥିବା ବେଳେ ଅଷ୍ଟ୍ରେଲିଆ ବିନା […]

qcz

Hemant Lenka
  • Published: Friday, 08 November 2019
  • , Updated: 08 November 2019, 08:03 PM IST

ମେଲବର୍ଣ୍ଣ: ପାକିସ୍ତାନକୁ ତୃତୀୟ ଟି-୨୦ରେ ଏକତରଫା ଭାବେ ପରାସ୍ତ କରି ସିରିଜ୍‌ କ୍ଲିନସୁଇପ କରିଛି ଟିମ୍‌ ଅଷ୍ଟ୍ରେଲିଆ। ବର୍ଷା ଯୋଗୁ ପ୍ରଥମ ଟି-୨୦ରେ ପରାଜୟରୁ ରକ୍ଷା ପାଇଯାଇଥିବା ପାକିସ୍ତାନ ପରବର୍ତ୍ତୀ ଦୁଇଟି ଯାକ ମ୍ୟାଚ୍‌ରେ ପରାସ୍ତ ହୋଇଛି। ଏଥିସହ ଅଷ୍ଟ୍ରେଲିଆ ୨-୦ରେ ସିରିଜ୍‌ ପୋଛି ନେଇଛି। ଏହି ବିଜୟ ପରେ ଅଷ୍ଟ୍ରେଲିଆ ଟି-୨୦ରେ କ୍ରମାଗତ ଭାବେ ୮ମ ମ୍ୟାଚ୍‌ ଜିତିବାର ରେକର୍ଡ କରିଛି।

ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ୧୦୬ ରନ୍‌ କରିଥିବା ବେଳେ ଅଷ୍ଟ୍ରେଲିଆ ବିନା କୌଣସି ୱିକେଟ୍‌ରେ ଧାର୍ଯ୍ୟ ଟାର୍ଗେଟକୁ ହାସଲ କରି ନେଇଛି।

ତୃତୀୟ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ପାଳି ଆରମ୍ଭରୁ ହିଁ ପାକିସ୍ତାନର ଜଣଙ୍କ ପରେ ଜଣେ ବ୍ୟାଟସ୍‌ମ୍ୟାନ ଆଉଟ ହୋଇ ପ୍ୟାଭିଲିୟନ ଫେରିଥିଲେ। ଇମା ଉଲ ହକ ୧୪, ବାବର ଆଜମ ୬, ମହମ୍ମଦ ରିଜୱାନ ୦, ହ୍ୟାରସ ସୋହାଲି ୮, ଇଫତିକାର ଅହମ୍ମଦ ୪୫, ଖୁସିଦିଲ ଶାହ ୮, ଇମାଦ ୱାସିମ ୬, ଶଦାବ ଖାନ୍‌ ୧ ରନ୍‌ କରିଛନ୍ତି। ମହମ୍ମଦ ଆମୀର ୯ ଓ ମହମ୍ମଦ ହାସନ ୪ ରନ୍‌ କରି ନଟଆଉଟ୍‌ ରହିଥିଲେ।

ଇମାମ ଓ ଇଫତିକାରଙ୍କୁ ଛାଡ଼ିଦେଲେ ଆଉ କୌଣସି ବ୍ୟାଟସମ୍ୟାନ ଦୁଇ ଅଙ୍କ ଛୁଇଁ ପାରି ନଥିଲେ।

ଅଷ୍ଟ୍ରେଲିଆ ପକ୍ଷରୁ କେନ୍‌ ରିଚାଡସନ ୩ଟି ୱିକେଟ ନେଇଥିବା ବେଳେ ମିଚେଲ ଷ୍ଟାର୍କ, ସେନ ଆବୋଟ ୨ଟି ଲେଖାଏ ୱିକେଟ ନେଇଛନ୍ତି। ସେହିପରି ଅଷ୍ଟନ ଅଗର ଗୋଟିଏ ୱିକେଟ ନେଇଛନ୍ତି।

୧୦୭ ରନ୍‌ ଟାର୍ଗେଟର ପିଛା କରିବା ଅଷ୍ଟ୍ରେଲିଆ ପାଇଁ ଆଦୌ କଷ୍ଟକର ହୋଇ ନଥିଲା। ଅଷ୍ଟ୍ରେଲିଆର ଦୁଇ ଓପନର ଆରୋନ ଫିଞ୍ଚ ଓ ଡାଭିଡ୍‌ ୱାର୍ଣ୍ଣର ମିଳିତ ଭାବେ ୧୧.୫ ଓଭରରେ ଧାର୍ଯ୍ୟ ଟାର୍ଗେଟକୁ ହାସଲ କରି ନେଇଥିଲେ। ଫିଞ୍ଚ ୫୨ ରନ୍‌ କରିଥିବା ବେଳେ ୱାର୍ଣ୍ଣର ୪୮ ରନ୍‌ କରି ଶେଷ ଯାଏ ଅପରାଜିତ ରହିଥିଲେ। ଏଥିସହ ଅଷ୍ଟ୍ରେଲିଆ ୧୦ ୱିକେଟରେ ମ୍ୟାଚ୍‌ ସହ ସିରିଜ୍‌କୁ କ୍ଲିନ ସୁଇପ କରିଥିଲା।

Related story