ପୁଣି ଫିଞ୍ଚ କମାଲ, ଅଷ୍ଟ୍ରେଲିଆର କ୍ରମାଗତ ବିଜୟ

ଶାରଜା: ଅଧିନାୟକ ଆରୋନ ଫିଞ୍ଚଙ୍କ କ୍ରମାଗତ ଦ୍ୱିତୀୟ ଶତକ ବଳରେ ଅଷ୍ଟ୍ରେଲିଆ ଏଠାରେ ଚାଲିଥିବା ଦ୍ୱିତୀୟ ଦିନିକିଆରେ ପାକିସ୍ତାନକୁ ୮ ୱିକେଟରେ ପରାସ୍ତ କରିଛି। ଏହି ବିଜୟ ସହ ଅଷ୍ଟ୍ରେଲିଆ ପାଞ୍ଚମ୍ୟାଚ ବିଶିଷ୍ଟ ସିରିଜରେ ୨-୦ରେ ଆଗୁଆ ହୋଇଛି। ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିବା ପାକିସ୍ତାନ ମହମ୍ମଦ ରିଜୱାନଙ୍କ ଚମତ୍କାର ଶତକ ବଳରେ ନିର୍ଦ୍ଧାରିତ ୫୦ ଓଭରରେ ୭ ୱିକେଟ ହରାଇ ୨୮୪ ରନ କରିଥିଲା। ଜବାବରେ ଅଷ୍ଟ୍ରେଲିଆ ୪୭.୫ ଓଭରରେ ୨ ୱିକେଟ ହରାଇ […]

finch

finch

Ranjit Kumar Jena
  • Published: Monday, 25 March 2019
  • Updated: 25 March 2019, 06:29 PM IST

Sports

Latest News

ଶାରଜା: ଅଧିନାୟକ ଆରୋନ ଫିଞ୍ଚଙ୍କ କ୍ରମାଗତ ଦ୍ୱିତୀୟ ଶତକ ବଳରେ ଅଷ୍ଟ୍ରେଲିଆ ଏଠାରେ ଚାଲିଥିବା ଦ୍ୱିତୀୟ ଦିନିକିଆରେ ପାକିସ୍ତାନକୁ ୮ ୱିକେଟରେ ପରାସ୍ତ କରିଛି। ଏହି ବିଜୟ ସହ ଅଷ୍ଟ୍ରେଲିଆ ପାଞ୍ଚମ୍ୟାଚ ବିଶିଷ୍ଟ ସିରିଜରେ ୨-୦ରେ ଆଗୁଆ ହୋଇଛି।

ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିବା ପାକିସ୍ତାନ ମହମ୍ମଦ ରିଜୱାନଙ୍କ ଚମତ୍କାର ଶତକ ବଳରେ ନିର୍ଦ୍ଧାରିତ ୫୦ ଓଭରରେ ୭ ୱିକେଟ ହରାଇ ୨୮୪ ରନ କରିଥିଲା। ଜବାବରେ ଅଷ୍ଟ୍ରେଲିଆ ୪୭.୫ ଓଭରରେ ୨ ୱିକେଟ ହରାଇ ଆବଶ୍ୟକ ରନ ସଂଗ୍ରହ କରିନେଇଛି। ଫିଞ୍ଚ ୧୫୩ (୧୪୩ ବଲ, ୧୧ ଚୌକା, ୬ ଛକା) ରନର ମାରାଥନ ଖେଳି ଦ୍ୱିତୀୟଥର ପାଇଁ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ। ସିରିଜର ପ୍ରଥମ ମ୍ୟାଚରେ ମଧ୍ୟ ସେ ଶତକ ମାରିଥିଲେ।

୨୮୫ ରନର ଚ୍ୟାଲେଞ୍ଜିଂ ଲକ୍ଷ୍ୟର ପିଛା କରିବାକୁ ଓହ୍ଲାଇଥିବା ଅଷ୍ଟ୍ରେଲିଆକୁ ପୁଣିଥରେ ଭଲ ଷ୍ଟାର୍ଟ ଦେଇଥିଲେ ଉସମାନ ଖ୍ୱାଜା ଓ ଫିଞ୍ଚ। ଦୁହେଁ ପ୍ରଥମ ୱିକେଟ ପାଇଁ ୨୦୯ ରନର ଦ୍ୱିଶତକୀୟ ପାର୍ଟନରଶିପ କରିଥିଲେ। ଖ୍ୱାଜା ୮୮ (୧୦୯ ବଲ, ୮ ଚୌକା) ରନ କରି ଶତକରୁ ବଞ୍ଚିତ ହୋଇଥିଲେ। ତାଙ୍କ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ଗ୍ଲେନ୍ ମ୍ୟାକ୍ସୱେଲ (୧୯) ବେଶୀ ସମୟ କ୍ରିଜରେ ତିଷ୍ଠିପାରି ନଥିଲେ।

ତେବେ ଫିଞ୍ଚ ଗୋଟିଏ ପଟେ ମଜଭୁତ ବ୍ୟାଟିଂ କରି ଟିମକୁ ବିଜୟୀ କରାଇଥିଲେ। ତାଙ୍କ ସହ ଶନ ମାର୍ଶ (୧୧) ଅପରାଜିତ ଥିଲେ। ପାକିସ୍ତାନ ପକ୍ଷରୁ ଏକମାତ୍ର ୱିକେଟ ୟାସିର ଶାହ ନେଇଥିଲେ। ପୂର୍ବରୁ ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିବା ପାକିସ୍ତାନ ଖରାପ ଆରମ୍ଭ କରିଥିଲା। ଓପନିଂ ବ୍ୟାଟ୍ସମ୍ୟାନ ଇମାମ ଉଲ-ହକ୍ ଖାତା ଖୋଲିବା ପୂର୍ବରୁ ପ୍ୟାଭିଲିୟନ ଫେରିଥିବା ବେଳେ ଶାନ ମସୁଦ ମାତ୍ର ୧୯ ରନ କରିବାକୁ ସକ୍ଷମ ହୋଇଥିଲେ।

ଗତ ମ୍ୟାଚରେ ଶତକ ମାରିଥିବା ହାରିସ ସୋହେଲେ ୩୪ ଓ ଉମର ଅକମଲ ୧୬ ରନ୍ କରି ଆଉଟ ହୋଇଥିଲେ। କିନ୍ତୁ ମଧ୍ୟକ୍ରମରେ ରିଜୱାନ ଓ ଭେଟେରାନ ଶୋଏବ ମଲିକ ପଞ୍ଚମ ୱିକେଟ ପାଇଁ ୧୨୭ ରନ ଯୋଡ଼ି ଦଳକୁ ଭଲ ସ୍ଥିତିରେ ପହଞ୍ଚାଇଥିଲେ। ରିଜୱାନ ଏଠାରେ ନିଜର ପ୍ରଥମ ଅନ୍ତର୍ଜାତୀୟ ଦିନିକିଆ ଶତକ ମାରିଥିବା ବେଳେ ମଲିକ ଅର୍ଦ୍ଧଶତକ ହାସଲ କରିଥିଲେ। ରିଜୱାନ ୧୨୬ ବଲ ଖେଳି ୧୧ ଚୌକା ସହ ୧୧୫ ଓ ମଲିକ ୬୦ ରନ କରି ପ୍ୟାଭିଲିୟନ ଫେରିଥିଲେ। ଶେଷଭାଗରେ ଇମାଦ ୱାସିମ ଦ୍ରୁତ ୧୯ ରନ କରି ଦଳକୁ ୨୮୪ ରନର ସମ୍ମାନଜନକ ସ୍କୋରରେ ପହଞ୍ଚାଇଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ ଝାଇ ରିଚାର୍ଡସନ ଓ ନେଥନ କୁଲ୍ଟର-ନାଇଲ ୨ଟି ଲେଖାଏ ୱିକେଟ ହାସଲ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos