ଏସିଆନ୍‌ ଚାମ୍ପିଅନ୍ସ ଟ୍ରଫି ହକି: ପାକିସ୍ତାନକୁ ୩-୨ରେ ହରାଇଲା ଭାରତ

କ୍ୱାଣ୍ଟନ୍: ଚଳିତ ଏସିଆନ୍ ଚାମ୍ପିଅନ୍ସ ଟ୍ରଫି ପୁରୁଷ ହକି ଟୁର୍ଣ୍ଣାମେଣ୍ଟରେ ଆଜି ଭାରତ ୩-୨ ଗୋଲରେ ପାକିସ୍ତାନକୁ ପରାସ୍ତ କରିଛି। ମ୍ୟାଚ୍‌ ଆରମ୍ଭର ୨୨ ମିନିଟ୍‌ରେ ଭାରତ ପକ୍ଷରୁ ପ୍ରଦୀପ ମୋର ପ୍ରଥମ ଗୋଲ ଦେଇଥିଲେ। ପରେ ରୁପିନ୍ଦର ସିଂହ ୪୩ ମିନିଟ୍‌ରେ ଦ୍ୱିତୀୟ ଓ ରମନଦୀପ୍‌ ସିଂହ ୪୪ ମିନିଟ୍‌ରେ ତୃତୀୟ ଗୋଲ ଦେଇ ଭାରତ ବିଜୟର ପ୍ରମୁଖ ଭୂମିକା ନେଇଥିଲେ। ପାକିସ୍ତାନ ପକ୍ଷରୁ ମୋହମ୍ମଦ ରିଜ୍‌ୱାନ୍‌ ଓ ମହମ୍ମଦ ଇରଫାନ୍‌ ଜୁନିଅର ଗୋଟିଏ ଲେଖାଏଁ ଗୋଲ ଦେଇଥିଲେ। […]

india-s-jasjit-singh-kular-in

Rakesh Mallick
  • Published: Sunday, 23 October 2016
  • , Updated: 23 October 2016, 11:05 PM IST

କ୍ୱାଣ୍ଟନ୍: ଚଳିତ ଏସିଆନ୍ ଚାମ୍ପିଅନ୍ସ ଟ୍ରଫି ପୁରୁଷ ହକି ଟୁର୍ଣ୍ଣାମେଣ୍ଟରେ ଆଜି ଭାରତ ୩-୨ ଗୋଲରେ ପାକିସ୍ତାନକୁ ପରାସ୍ତ କରିଛି। ମ୍ୟାଚ୍‌ ଆରମ୍ଭର ୨୨ ମିନିଟ୍‌ରେ ଭାରତ ପକ୍ଷରୁ ପ୍ରଦୀପ ମୋର ପ୍ରଥମ ଗୋଲ ଦେଇଥିଲେ। ପରେ ରୁପିନ୍ଦର ସିଂହ ୪୩ ମିନିଟ୍‌ରେ ଦ୍ୱିତୀୟ ଓ ରମନଦୀପ୍‌ ସିଂହ ୪୪ ମିନିଟ୍‌ରେ ତୃତୀୟ ଗୋଲ ଦେଇ ଭାରତ ବିଜୟର ପ୍ରମୁଖ ଭୂମିକା ନେଇଥିଲେ।

ପାକିସ୍ତାନ ପକ୍ଷରୁ ମୋହମ୍ମଦ ରିଜ୍‌ୱାନ୍‌ ଓ ମହମ୍ମଦ ଇରଫାନ୍‌ ଜୁନିଅର ଗୋଟିଏ ଲେଖାଏଁ ଗୋଲ ଦେଇଥିଲେ।

ଗତକାଲି ଭାରତ ଓ ଦକ୍ଷିଣ କୋରିଆ ମଧ୍ୟରେ ହୋଇଥିବା ମ୍ୟାଚ୍ ୧-୧ ଗୋଲ୍‌ରେ ଡ୍ର ରହିଥିଲା।

ଶୁକ୍ରବାର ଭାରତ ତା’ର ପ୍ରଥମ ମ୍ୟାଚ୍‌ରେ ଜାପାନକୁ ୧୦-୨ରେ ହରାଇଥିଲା।

ଭାରତ ୨୫ ତାରିଖରେ ଚୀନ ଓ ୨୬ ତାରିଖରେ ମାଲେସିଆ ବିପକ୍ଷରେ ଖେଳିବ।

୨୦୧୧ରେ ଆରମ୍ଭ ହୋଇଥିବା ଏହି ଟୁର୍ଣ୍ଣାମେଣ୍ଟର ପ୍ରଥମ ଚାମ୍ପିଅନ୍ ହୋଇଥିଲା ଭାରତ। ୨୦୧୨ ଓ ୨୦୧୩ରେ ପାକିସ୍ତାନ ଚାମ୍ପିଅନ୍ ହୋଇଥିଲା। ତେବେ ୨୦୧୪ ଓ ୨୦୧୫ରେ ଟୁର୍ଣ୍ଣାମେଣ୍ଟ ହୋଇ ନ ଥିଲା।

Related story