ନୂଆଦିଲ୍ଲୀ: ଆଫଗାନିସ୍ତାନର ନାଗରିକ ତାଲିବାନୀଙ୍କ ଆତଙ୍କ ଭିତରେ ଜୀବନ ଜିଇଁବାକୁ ବାଧ୍ୟ ହେଉଛନ୍ତି। ତାଲିବାନୀ କେତେବେଳେ କାହା ସହ କ’ଣ କରିବେ, ଏହାର କୌଣସି ଗ୍ୟାରେଣ୍ଟୀ ନାହିଁ। ଏହି କାରଣରୁ ଲୋକେ ବିମାନ ଉପରେ ଲଦି ହୋଇ ସୁରକ୍ଷିତ ସ୍ଥାନକୁ ଯିବାର ଭୁଲ୍ କରି ବସୁଛନ୍ତି। ଏପରିକି ଏଥିରେ କିଛି ଲୋକଙ୍କର ମୃତ୍ୟୁ ମଧ୍ୟ ହୋଇଛି। ଏବେ ଏଥିରେ ଆଛ ଜଣଙ୍କ ନାଁ ସାମିଲ୍ ହୋଇଛନ୍ତି। ସେ ହେଉଛନ୍ତି ଆଫଗାନିସ୍ତାନ ଜାତୀୟ ଫୁଟବଲ୍ ଟିମର ଖେଳାଳି ଜାକି ଅନୱାରୀ।
ସୋମବାର କାବୁଲ ଏୟାରପୋର୍ଟରେ ଆମେରିକା ବିମାନରୁ ଖସି ପଡ଼ିବାରୁ ଅନୱାରୀଙ୍କର ମୃତ୍ୟୁ ଘଟିଛି। ଆଫଗାନ ନ୍ୟୁଜ୍ ଏଜେନ୍ସି ଏରିୟାନାର ରିପୋର୍ଟ ମୁତାବକ, ତାଲିବାନର ବିଦ୍ରୋହୀମାନେ କ୍ଷମତାକୁ ଆସିବା ପରେ ଆଫଗାନିସ୍ତାନରୁ ଖସି ପଳାଇବାକୁ ପ୍ରୟାସ କରୁଥିବା ଲୋକଙ୍କ ଭିଡ଼ ଏୟାରପୋର୍ଟରେ ଦେଖିବାକୁ ମିଳିଥିଲା। ଅନେକ ଲୋକ ରନୱେରେ ଚଳନ୍ତା ବିମାନରେ ଚଢ଼ିବାକୁ ପ୍ରୟାସ କରୁଥିବା ଦେଖିବାକୁ ମିଳିଥିଲା। ଏଥିରେ ଜାକି ଅନୱାରୀ ନାମକ ଜାତୀୟ ଫୁଟବଲର ୟୁଏସଏଏଫୋ ବୋଇଙ୍ଗ୍ ସି-୧୭ରୁ ଖସି ପଡ଼ିଥିଲେ। ଏ ନେଇ କ୍ରୀଡ଼ା ନିର୍ଦ୍ଦେଶାଳୟ ସୂଚନା ଦେଇଛି।
ଏଠାରେ ଉଲ୍ଲେଖଯୋଗ୍ୟ, ଆଫଗାନିସ୍ତାନକୁ ପୂରା କବଜା କରିବା ପରେ ତାଲିବାନ ଏବେ ସେଠାରେ ସରକାର ଗଠନ କରିବା ପ୍ରସ୍ତୁତି ଆରମ୍ଭ କରିଦେଇଛି। ଇସଲାମିକ ଏମିରେଟ୍ସ ନାମରେ ସରକାର ଗଠନ କରିବାକୁ ଥିବା ତାଲିବାନ ଶରିଆ ଆଇନକୁ ଲାଗୁ କରିବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।