ସାମ୍ବାଦିକ ସମ୍ମିଳନୀ ଛାଡ଼ିବାକୁ ଧମକ ଦେଲେ ନାବି

ମ୍ୟାଞ୍ଚେଷ୍ଟର: ଗତକାଲି ଆଫଗାନିସ୍ତାନ ବିଶ୍ୱକପ୍‌ ଆୟୋଜକ ଇଂଲଣ୍ଡ ଠାରୁ ୧୫୦ ରନ୍‌ରେ ପରାସ୍ତ ହୋଇଥିଲା। ଏହି ମ୍ୟାଚ୍‌ ପରେ ଆଫ୍‌ଗାନିସ୍ତାନ ଅଧିନାୟକ ଗୁଲବଦ୍ଦିନ ନାବି ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇଥିଲେ। ଏହି ସମୟରେ ସାମ୍ବାଦିକମାନେ କିଛି ଏମିତି ପ୍ରଶ୍ନ କରିଥିଲେ ଯେ ନାବି ରାଗି ଯାଇ ସେଠାରୁ ଚାଲି ଯିବାକୁ ଧମକ ଦେଇଥିଲେ। ଆଫ୍‌ଗାନିସ୍ତାନ ଖେଳାଳିମାନେ ମାଞ୍ଚେଷ୍ଟରର ଏକ ରେଷ୍ଟୁରାଣ୍ଟରେ ପାଟିତୁଣ୍ଡ ଖବର ପ୍ରକାଶ ପାଇଥିଲା। ଏହାକୁ ସାଧାରଣ ଲୋକ ମୋବାଇଲ୍‌ରେ ମଧ୍ୟ କଏଦ କରିଥିଲେ। ଇଂଲଣ୍ଡ ବିପକ୍ଷ […]

af

Hemant Lenka
  • Published: Wednesday, 19 June 2019
  • , Updated: 19 June 2019, 05:29 PM IST

ମ୍ୟାଞ୍ଚେଷ୍ଟର: ଗତକାଲି ଆଫଗାନିସ୍ତାନ ବିଶ୍ୱକପ୍‌ ଆୟୋଜକ ଇଂଲଣ୍ଡ ଠାରୁ ୧୫୦ ରନ୍‌ରେ ପରାସ୍ତ ହୋଇଥିଲା। ଏହି ମ୍ୟାଚ୍‌ ପରେ ଆଫ୍‌ଗାନିସ୍ତାନ ଅଧିନାୟକ ଗୁଲବଦ୍ଦିନ ନାବି ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇଥିଲେ। ଏହି ସମୟରେ ସାମ୍ବାଦିକମାନେ କିଛି ଏମିତି ପ୍ରଶ୍ନ କରିଥିଲେ ଯେ ନାବି ରାଗି ଯାଇ ସେଠାରୁ ଚାଲି ଯିବାକୁ ଧମକ ଦେଇଥିଲେ।

ଆଫ୍‌ଗାନିସ୍ତାନ ଖେଳାଳିମାନେ ମାଞ୍ଚେଷ୍ଟରର ଏକ ରେଷ୍ଟୁରାଣ୍ଟରେ ପାଟିତୁଣ୍ଡ ଖବର ପ୍ରକାଶ ପାଇଥିଲା। ଏହାକୁ ସାଧାରଣ ଲୋକ ମୋବାଇଲ୍‌ରେ ମଧ୍ୟ କଏଦ କରିଥିଲେ। ଇଂଲଣ୍ଡ ବିପକ୍ଷ ମ୍ୟାଚ୍‌ ପୂର୍ବ ରାତିରେ ଏଭଳି ଘଟଣା ଘଟିଥିଲା। ପୁଲିସ୍‌ ଘଟଣାର ତଦନ୍ତ କରୁଥିବା ବେଳେ ଏଯାଏ କାହାକୁ ଗିରଫ କରିନାହିଁ।  ଏସମ୍ପର୍କରେ ସାମ୍ବାଦିକମାନେ ତାଙ୍କୁ ପ୍ରଶ୍ନ କରିଥିଲେ। ହେଲେ ସେ ଏସମ୍ପର୍କରେ ଜାଣି ନାହାନ୍ତି ବୋଲି କହିଥିଲେ। କିନ୍ତୁ ସାମ୍ବାଦିକମାନେ ବାରମ୍ବାର ପ୍ରଶ୍ନ କରିବାରୁ ସେ ସାମ୍ବାଦିକ ସମ୍ମିଳନୀ ଛାଡ଼ି ଚାଲିଯିବେ ବୋଲି ଧମକ ମଧ୍ୟ ଦେଇଥିଲେ।

ଦେଖନ୍ତୁ ଭିଡିଓ
https://youtu.be/h7_pnkPTibM

Related story