ସସପେଣ୍ଡ ଶ’ ସୟଦ ମୁସ୍ତାକ ଅଲୀ ଟ୍ରଫିକୁ ଫେରିବେ!

ମୁମ୍ବାଇ: ଭାରତୀୟ ଟେଷ୍ଟ ଟିମ୍‌ର ଯୁବ ଓପନର ପୃଥ୍ୱୀ ଶ’ ଖୁବ୍‌ଶୀଘ୍ର ପଡ଼ିଆକୁ ଫେରିବେ। ଡୋପ ଟେଷ୍ଟରେ ବିଫଳ ହୋଇଥିବା ଶ’ଙ୍କୁ କ୍ରିକେଟରୁ ୮ମାସ ପାଇଁ ସସ୍‌ପେଣ୍ଡ କରାଯାଇଥିଲା। ଏହି ସସ୍‌ପେଣ୍ଡ ଅବଧି ନଭେମ୍ବର ୧୫ରେ ହିଁ ଶେଷ ହୋଇଛି। ତେଣୁ ସେ ଏବେ ପଡ଼ିଆକୁ ଫେରିବେ ବୋଲି ଜଣାପଡ଼ିଛି। ବିଶେଷ କରି ସୟିଦ ମୁସ୍ତାକ ଅଲୀ ଟ୍ରଫିରେ ତାଙ୍କୁ ମୁମ୍ବାଇ ତରଫରୁ ଖେଳୁଥିବା ଦେଖିବାକୁ ମିଳିପାରେ। ମୁମ୍ବାଇର ହାଡହକ୍‌ ସିଲେକସନ୍‌ ପ୍ୟାନେଲର ଚେୟାରମ୍ୟାନ ମିଲନ୍ଦ ରେଗ […]

q

Hemant Lenka
  • Published: Friday, 08 November 2019
  • , Updated: 08 November 2019, 03:49 PM IST

ମୁମ୍ବାଇ: ଭାରତୀୟ ଟେଷ୍ଟ ଟିମ୍‌ର ଯୁବ ଓପନର ପୃଥ୍ୱୀ ଶ’ ଖୁବ୍‌ଶୀଘ୍ର ପଡ଼ିଆକୁ ଫେରିବେ। ଡୋପ ଟେଷ୍ଟରେ ବିଫଳ ହୋଇଥିବା ଶ’ଙ୍କୁ କ୍ରିକେଟରୁ ୮ମାସ ପାଇଁ ସସ୍‌ପେଣ୍ଡ କରାଯାଇଥିଲା। ଏହି ସସ୍‌ପେଣ୍ଡ ଅବଧି ନଭେମ୍ବର ୧୫ରେ ହିଁ ଶେଷ ହୋଇଛି। ତେଣୁ ସେ ଏବେ ପଡ଼ିଆକୁ ଫେରିବେ ବୋଲି ଜଣାପଡ଼ିଛି।

ବିଶେଷ କରି ସୟିଦ ମୁସ୍ତାକ ଅଲୀ ଟ୍ରଫିରେ ତାଙ୍କୁ ମୁମ୍ବାଇ ତରଫରୁ ଖେଳୁଥିବା ଦେଖିବାକୁ ମିଳିପାରେ। ମୁମ୍ବାଇର ହାଡହକ୍‌ ସିଲେକସନ୍‌ ପ୍ୟାନେଲର ଚେୟାରମ୍ୟାନ ମିଲନ୍ଦ ରେଗ କହିଛନ୍ତି, “ବର୍ତ୍ତମାନ ଆମେ ଶ’ଙ୍କ ଚୟନ କରାଯିବା ନେଇ ଆଲୋଚନା କରୁଛୁ। ତାଙ୍କ ଉପରେ ଲାଗିଥିବା ବ୍ୟାନ୍‌ ନଭେମ୍ବ ୧୫ରୁ ଶେଷ ହୋଇଯାଇଛି। ସେ ୧୬ ତାରିଖରୁ ଖେଳିବାକୁ ଅନୁମତି ପାଇଛନ୍ତି। ତେଣୁ ତାଙ୍କୁ ଚୟନ ପ୍ରକ୍ରିୟାରେ ସାମିଲ କରାଯାଇପାରେ। ହେଲେ ସେ ଟିମ୍‌କୁ କମ୍‌ବ୍ୟାକ୍‌ କରିବେ କି ନାଁ, ସେକଥା ମୁଁ କହି ପାରିବେ ନାହିଁ। କିନ୍ତୁ ଆମେ ତାଙ୍କ ଉପରେ ଆଲୋଚନା କରିଛୁ।”

୨୦୧୯ ଫେବୃଆରୀ ୨୨ରେ ଇନ୍ଦୋରରେ ଚାଲିଥିବା ସୟଦ ମୁସ୍ତାକ ଅଲୀ ଟ୍ରଫି ମ୍ୟାଚ୍ ସମୟରେ ଶ’ ବିସିସିଆଇର ଆଣ୍ଟି-ଡୋପିଙ୍ଗ୍ ପରୀକ୍ଷଣ କାର୍ଯ୍ୟକ୍ରମରେ ୟୁରିନ୍ (ମୂତ୍ର) ସାମ୍ପୁଲ୍ ଦେଇଥିଲେ । ତାଙ୍କ ସାମ୍ପୁଲରେ “ଟର୍ବ୍ୟୁଟଲାଇନ୍’ ପଦାର୍ଥ ମାତ୍ରାଧିକ ମିଳିଥିଲା। ଏହି ପଦାର୍ଥ ୱାର୍ଲ୍ଡ ଆଣ୍ଟି ଡୋପିଙ୍ଗ୍ ଏଜେନ୍ସି (ୱାଡା)ର ପ୍ରତିବନ୍ଧକ ଔଷଧ ତାଲିକାରେ ଅନ୍ତର୍ଭୁକ୍ତ।

ତେଣୁ ଜୁଲାଇ ମାସ ୧୬ ତାରିଖରେ ପୃଥ୍ୱୀ ଡୋପ ଟେଷ୍ଟରେ ବିଫଳ ହୋଇଥିଲେ ଏବଂ ବିସିସିଆଇର ଆଣ୍ଟି ଡୋପିଙ୍ଗ୍ ନିୟମ (ଏଡିଆରଭି)ର ଧାରା ୨.୧ ଉଲ୍ଲଙ୍ଘନ କରି ଦୋଷୀ ସାବ୍ୟସ୍ତ ହୋଇଥିଲେ। ଏଥିପାଇଁ ତାଙ୍କୁ ୮ ମାସ ସସ୍‌ପେଣ୍ଡ କରାଯାଇଥିଲା।

Related story