ଆହତ ହେଲ୍ସଙ୍କ ସ୍ଥାନରେ ଇଂଲଣ୍ଡ ଟି-୨୦ ଦଳରେ ବେୟାରଷ୍ଟୋ ସାମିଲ

କୋଲକାତା: ଆହତ ଆଲେକ୍ସ ହେଲ୍ସଙ୍କ ସ୍ଥାନରେ ଇଂଲଣ୍ଡ ଟି-୨୦ ଦଳରେ ୱିକେଟ୍‌ କିପର ବ୍ୟାଟ୍ସମ୍ୟାନ ଜନି ବେୟାରଷ୍ଟୋ ସାମିଲ ହୋଇଛନ୍ତି। ଜାନୁଆରୀ ୨୬ ତାରିଖରୁ ଭାରତ ବିପକ୍ଷରେ ଇଂଲଣ୍ଡ ୩ ଟିକିଆ ଟି-୨୦ ସିରିଜ ଖେଳିବ। ବାରବାଟୀ ଦ୍ୱିତୀୟ ଦିନିକିଆ ବେଳେ ହେଲ୍ସ ଏକ କ୍ୟାଚ୍‌ ଧରିବାକୁ ଚେଷ୍ଟା କରୁଥିବା ବେଳେ ତାଙ୍କ ଡାହାଣ ହାତ ଭାଙ୍ଗି ଯାଇଥିଲା। ଦିନିକିଆ ଦଳରେ ବେୟାରଷ୍ଟୋ ସଦସ୍ୟ ଅଛନ୍ତି। ଟି-୨୦ ଦଳରେ ସାମିଲ ହେବା ପରେ ସେ ଏବେ ଇଂଲଣ୍ଡ […]

bairstow

Rakesh Mallick
  • Published: Saturday, 21 January 2017
  • , Updated: 21 January 2017, 03:52 PM IST

କୋଲକାତା: ଆହତ ଆଲେକ୍ସ ହେଲ୍ସଙ୍କ ସ୍ଥାନରେ ଇଂଲଣ୍ଡ ଟି-୨୦ ଦଳରେ ୱିକେଟ୍‌ କିପର ବ୍ୟାଟ୍ସମ୍ୟାନ ଜନି ବେୟାରଷ୍ଟୋ ସାମିଲ ହୋଇଛନ୍ତି। ଜାନୁଆରୀ ୨୬ ତାରିଖରୁ ଭାରତ ବିପକ୍ଷରେ ଇଂଲଣ୍ଡ ୩ ଟିକିଆ ଟି-୨୦ ସିରିଜ ଖେଳିବ।

ବାରବାଟୀ ଦ୍ୱିତୀୟ ଦିନିକିଆ ବେଳେ ହେଲ୍ସ ଏକ କ୍ୟାଚ୍‌ ଧରିବାକୁ ଚେଷ୍ଟା କରୁଥିବା ବେଳେ ତାଙ୍କ ଡାହାଣ ହାତ ଭାଙ୍ଗି ଯାଇଥିଲା।

ଦିନିକିଆ ଦଳରେ ବେୟାରଷ୍ଟୋ ସଦସ୍ୟ ଅଛନ୍ତି। ଟି-୨୦ ଦଳରେ ସାମିଲ ହେବା ପରେ ସେ ଏବେ ଇଂଲଣ୍ଡ ଟୁର୍‌ ଶେଷ ପର୍ଯ୍ୟନ୍ତ ଭାରତରେ ରହିବେ।

Related story