ଆଇପିଏଲ୍ ମହାସମର : ଦିଲ୍ଲୀକୁ ଭେଟିବ ଚେନ୍ନାଇ

ଆଜି ରାୟପୁରରେ ଚେନ୍ନାଇ ସୁପରକିଙ୍ଗ୍ ଙ୍କୁ ଭେଟିବ ଦିଲ୍ଲୀ ଡେୟାର ଡେଭିଲିସ୍ । ଏହି ମ୍ୟାଚ୍ ରାତି ୮ଟରେ ଖେଳାଯିବ। ୧୨ଟା ମ୍ୟାଚ୍ ଖେଳି ଚେନ୍ନାଇ ୮ଟା ମ୍ୟାଚ ଜିତିଥିବାବେଳେ ୪ଟି ମ୍ୟାଚ୍ ପରାଜିତ ହୋଇଛି । ଏଥିପାଇଁ ଦଳର ମନବଳ ଦୃଢ଼ ରହିଛି । ପଏଣ୍ଟ ଟେବୁଲରେ ଶୀର୍ଷରେ ରହିବାପାଇଁ ଚେନ୍ନାଇ ଦିଲ୍ଲୀକୁ ପରାଜିତ କରିବାକୁ ଲକ୍ଷ୍ୟ ରଖିଛି । ଅନ୍ୟପକ୍ଷରେ ଦିଲ୍ଲୀ ଆଖି ଦୃଶିଆ ସଫଳତା ପାଇପାରିନି । ଫ୍ଲପ୍ ହୋଇଛନ୍ତି ଦଳର ଅଭିଜ୍ଞ ବ୍ୟାଟ୍ସମ୍ୟାନ ଯୁବରାଜ ସିଂହ ।‌ ଏହା ସହ ଦଳର ଓପନିଙ୍ଗ୍ ମଧ୍ୟ ଫିଲ୍ଡରେ ଅଧିକ ସମୟ ଧରି ତିଷ୍ଠି ପାରୁନାହାନ୍ତି । ଏଥିପାଇଁ ଦଳର ବ୍ୟାଟିଙ୍ଗ୍ ଲାଇନ ଟାଗେଟ୍  ରନ୍ କୁ ହାସଲ କରିବାରେ ଅସଫଳ ହେଉଛି । ବ୍ୟାଟିଙ୍ଗ ବିଫଳ ଯୋଗୁ ଦଳର ଅଭିଜ୍ଞ ବ୍ୟାଟସ୍ ମ୍ୟାନ ମ୍ୟାକ୍ କୁଲମ୍ ଙ୍କ ନିର୍ଭର ହେବାକୁ ପଡୁଛି । ଅନ୍ୟପକ୍ଷରେ ବୋଲିଂ ଲାଇନ ଷ୍ଟଙ୍ଗ ନାହିଁ ।ନିର୍ଦ୍ଧାରିତ ସମୟ ମଧ୍ୟରେ ପ୍ରତିପକ୍ଷ ବ୍ୟାଟସ୍ ମ୍ୟାନଙ୍କୁ ଆଉଟ କରିବାରେ ଅକ୍ଷମତା ପ୍ରକାଶ କରୁଛନ୍ତି। ଦିଲ୍ଲୀ ୧୨ଟି  ମ୍ୟାଚରୁ ୪ ଟି ମ୍ୟାଚ ଜିତିଥିବାବେଳେ ୮ଟି ମ୍ୟାଚରେ ପରାଜିତ ହୋଇ ପୟଣ୍ଟ ଟେବୁଲର ସପ୍ତମ ସ୍ଥାନରେ ରହିଛି । ଦଳକୁ ଏହି ମ୍ୟାଚକୁ ଜିତିବାକୁ ସବୁବର୍ଗର ଉନ୍ନତି ଆଣିବାକୁ ହେବ । ଅନ୍ୟପକ୍ଷରେ ଗତକାଲି କୋଲକାତାରେ ଖେଳାଯାଇଥିବା ଏକ ମ୍ୟାଚରେ ୫ରନ୍ ରେ କୋଲକାତା ନାଇରାଇଡରସ୍ କୁ ହରାଇଛି ସନ୍ ରାଇଜର ହାଇଦ୍ରାବାଦ ।

ଆହୁରି ପଢ଼ନ୍ତୁ

ଷ୍ଟୋଇନିସଙ୍କ ଧୂଆଁଧାର ଇନିଂସ୍, ଦିଲ୍ଲୀ ୧୫୭

ଦିଲ୍ଲୀ କ୍ୟାପିଟାଲ୍ସକୁ ଝଟକା: ଆହତ ଯୋଗୁ ବାଦ୍ ପଡ଼ିଲେ ଇଶାନ୍ତ ଶର୍ମା

ଶତକୀୟ ବିଜୟ ସହ କ୍ୟାପଟେନ୍ କୁଲଙ୍କ ସଫଳ କମ୍ ବ୍ୟାକ୍

ଆଜି ଗେଲ୍-ରାବଡା ଓ ଅଶ୍ୱିନ୍-ମ୍ୟାକ୍ସୱେଲ୍ ମୁକାବିଲା

ଆରମ୍ଭ ମ୍ୟାଚରେ ହାରିବା ପରେ ଖୁସି ହୋଇଗଲେ ମୁମ୍ୱାଇ ଇଣ୍ଡିଆନ୍ସ ଫ୍ୟାନ୍ !

ରୋମାଞ୍ଚକର ବିଜୟରୁ ଆଇପିଏଲ ଆରମ୍ଭ କଲା ଚେନ୍ନାଇ

ମୁମ୍ବାଇ ଇଣ୍ଡିଆନ୍ସକୁ ୧୬୨ ରନରେ ଅଟକାଇଲା ଚେନ୍ନାଇ

ଟସ୍ ଜିତିଲେ ଧୋନି, ପ୍ରଥମେ ବ୍ୟାଟିଂ କରିବ ମୁମ୍ବାଇ

ଆଜିଠୁ ଆଇପିଏଲ୍‌; କରୋନା ଯୋଗୁଁ ଖେଳାଳିଙ୍କ ପାଇଁ ଜାରି ହୋଇଛି କଡ଼ା କଟକଣା

ବିରାଟଙ୍କ ଟ୍ୱିଟ୍‌ର ଜବାବ ଦେଇ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

ଏଥର ଆଇପିଏଲରେ କେଉଁ ଟିମ୍‌ର କେତେ ଦମ୍?

ଆଇପିଏଲ୍ ପାଇଁ ଦୁବାଇ ପହଞ୍ଚିଲେ ଇଂଲିଶ ଓ ଅଷ୍ଟ୍ରେଲୀୟ ଖେଳାଳି