ଆଜିଠୁ ଏସିଆନ୍‌ ଚାମ୍ପିଅନ୍ସ ଟ୍ରଫି: ଜାପାନକୁ ଭେଟିବ ଭାରତ

ନୂଆଦିଲ୍ଲୀ: ଆଜିଠାରୁ ମାଲେସିଆରେ ଆରମ୍ଭ ହେବାକୁ ଯାଉଛି ଏସିଆନ ଚାମ୍ପିଅନ୍ସ ଟ୍ରଫି (ଏସିଟି) ପୁରୁଷ ହକି ଟୁର୍ଣ୍ଣାମେଣ୍ଟ୍। ଏଥିରେ ଭାରତ ସମେତ ପାକିସ୍ତାନ, ଚୀନ, ଜାପାନ, ଦକ୍ଷିଣ କୋରିଆ ଓ ମାଲେସିଆ ଭାଗ ନେଇଛନ୍ତି। ଏହି ଟୁର୍ଣ୍ଣାମେଣ୍ଟ ଅକ୍ଟୋବର ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ। ଆଜି ଦୁଇଟି ମ୍ୟାଚ୍ ଖେଳାଯିବ। ଗୋଟିଏ ମ୍ୟାଚ୍ ମାଲେସିଆ ଓ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ବେଳେ ଅନ୍ୟଟି ଭାରତ ଓ ଜାପାନ ମଧ୍ୟରେ ହେବ। ୨୨ ତାରିଖରେ ଦକ୍ଷିଣ କୋରିଆ, […]

shreejesh

Rakesh Mallick
  • Published: Thursday, 20 October 2016
  • , Updated: 20 October 2016, 07:48 PM IST

ନୂଆଦିଲ୍ଲୀ: ଆଜିଠାରୁ ମାଲେସିଆରେ ଆରମ୍ଭ ହେବାକୁ ଯାଉଛି ଏସିଆନ ଚାମ୍ପିଅନ୍ସ ଟ୍ରଫି (ଏସିଟି) ପୁରୁଷ ହକି ଟୁର୍ଣ୍ଣାମେଣ୍ଟ୍। ଏଥିରେ ଭାରତ ସମେତ ପାକିସ୍ତାନ, ଚୀନ, ଜାପାନ, ଦକ୍ଷିଣ କୋରିଆ ଓ ମାଲେସିଆ ଭାଗ ନେଇଛନ୍ତି। ଏହି ଟୁର୍ଣ୍ଣାମେଣ୍ଟ ଅକ୍ଟୋବର ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ।

ଆଜି ଦୁଇଟି ମ୍ୟାଚ୍ ଖେଳାଯିବ। ଗୋଟିଏ ମ୍ୟାଚ୍ ମାଲେସିଆ ଓ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ବେଳେ ଅନ୍ୟଟି ଭାରତ ଓ ଜାପାନ ମଧ୍ୟରେ ହେବ। ୨୨ ତାରିଖରେ ଦକ୍ଷିଣ କୋରିଆ, ୨୩ ତାରିଖରେ ପାକିସ୍ତାନ, ୨୫ ତାରିଖରେ ଚୀନ ଓ ୨୬ ତାରିଖରେ ମାଲେସିଆ ବିପକ୍ଷରେ ଭାରତ ମ୍ୟାଚ୍ ଖେଳିବ।

୨୦୧୧ରେ ଆରମ୍ରୁଭ ହୋଇଥିବା ଏହି ଟୁର୍ଣ୍ଣାମେଣ୍ଟର ପ୍ରଥମ ଚାମ୍ପିଅନ ଭାରତ ହୋଇଥିଲା। ୨୦୧୨ ଓ ୨୦୧୩ରେ ପାକିସ୍ତାନ ଚାମ୍ପିଅନ୍ ହୋଇଥିଲା। ତେବେ ୨୦୧୪ ଓ ୨୦୧୫ରେ ଟୁର୍ଣ୍ଣାମେଣ୍ଟ ହୋଇ ନ ଥିଲା।

ଚଳିତବର୍ଷ ଭାରତ ପୁଣି ଚାମ୍ପିଅନ୍ ହେବାକୁ ଲକ୍ଷ୍ୟ ରଖିଛି।

Related story