ୱାର୍ନରଙ୍କ ସ୍ଥାନରେ ହାଇଦ୍ରାବାଦ ଦଳରେ ସାମିଲ ହେଲେ ଆଉଜଣେ ବିସ୍ଫୋରକ କ୍ରିକେଟର୍‌: ନିଲାମୀରେ ଥିଲେ ଅଦରକାରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଇପିଏଲ୍‌ରୁ ଅଷ୍ଟ୍ରେଲିଆ କ୍ରିକେଟ୍‌ର ୱାର୍ନର ବିଦାହେବ ପରେ ତାଙ୍କ ସ୍ଥାନରେ ହାଇଦ୍ରାବାଦ ଦଳରେ ସାମିଲ ହୋଇଛନ୍ତି ଆଉଜଣେ ବିଦେଶୀ ଖେଳାଳି। ସନରାଇଜର୍ସ ହାଇଦ୍ରାବାଦ ଟିମ୍‌ରେ ୱାର୍ନରଙ୍କ ସ୍ଥାନ ନେଇଛନ୍ତି ଇଂଲଣ୍ଡର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ଆଲେକ୍ସ ହେଲ୍ସ। ଦାଇଦ୍ରାବାଦ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଆଲେକ୍ସ ହେଲ୍ସ ଟି-ଟ୍ୱେଣ୍ଟି କ୍ରିକେଟ୍‌ର ଜଣେ ଅଭି‍ଜ୍ଞ ବ୍ୟାଟ୍ସମ୍ୟାନ୍‌। ସେ ଏପର୍ଯ୍ୟନ୍ତ ୧୭୪ଟି ଟି-ଟ୍ୱେଣ୍ଟିରୁ ୨୮.୮୫ ଆଭରେଜ୍‌ରେ ୪୭୦୪ ରନ୍‌ କରିଛନ୍ତି। ଆଲେକ୍ସ ହେଲ୍ସ ଏହା ପୂର୍ବରୁ ଆଇପିଏଲରେ ମୁମ୍ବାଇ […]

cricket-t20-ipl-ind-hyderabad-mumbai_54df61a4-3480-11e7-9993-2f2d999294f7 copy

Rakesh Mallick
  • Published: Saturday, 31 March 2018
  • , Updated: 31 March 2018, 03:41 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଇପିଏଲ୍‌ରୁ ଅଷ୍ଟ୍ରେଲିଆ କ୍ରିକେଟ୍‌ର ୱାର୍ନର ବିଦାହେବ ପରେ ତାଙ୍କ ସ୍ଥାନରେ ହାଇଦ୍ରାବାଦ ଦଳରେ ସାମିଲ ହୋଇଛନ୍ତି ଆଉଜଣେ ବିଦେଶୀ ଖେଳାଳି। ସନରାଇଜର୍ସ ହାଇଦ୍ରାବାଦ ଟିମ୍‌ରେ ୱାର୍ନରଙ୍କ ସ୍ଥାନ ନେଇଛନ୍ତି ଇଂଲଣ୍ଡର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ଆଲେକ୍ସ ହେଲ୍ସ। ଦାଇଦ୍ରାବାଦ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଆଲେକ୍ସ ହେଲ୍ସ ଟି-ଟ୍ୱେଣ୍ଟି କ୍ରିକେଟ୍‌ର ଜଣେ ଅଭି‍ଜ୍ଞ ବ୍ୟାଟ୍ସମ୍ୟାନ୍‌। ସେ ଏପର୍ଯ୍ୟନ୍ତ ୧୭୪ଟି ଟି-ଟ୍ୱେଣ୍ଟିରୁ ୨୮.୮୫ ଆଭରେଜ୍‌ରେ ୪୭୦୪ ରନ୍‌ କରିଛନ୍ତି। ଆଲେକ୍ସ ହେଲ୍ସ ଏହା ପୂର୍ବରୁ ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ ଟିମ୍‌ ପାଇଁ ଖେଳିସାରିଛନ୍ତି। ପୂର୍ବରୁ ଶୁଣାଯାଉଥିଲା ହାଇଦ୍ରାବାଦ ୱାର୍ନରଙ୍କ ସ୍ଥାନରେ ଶ୍ରୀଲଙ୍କା କ୍ରିକେଟର୍‌ କୁଶଲ ପରେରାଙ୍କୁ ଦଳରେ ସ୍ଥାନ ଦେବ। ଏନେଇ ହାଇଦ୍ରାବାଦ ଟିମ୍‌ ପେରେରାଙ୍କ ସହ ସମ୍ପର୍କରେ ମଧ୍ୟ ରହିଥିଲା। କିନ୍ତୁ ଶେଷ ମୁହୂର୍ତ୍ତରେ ଆଲେକ୍ସ ହେଲ୍ସଙ୍କୁ ହାଇଦ୍ରାବାଦ ଦଳରେ ସ୍ଥାନ ଦେଇଛି।

ଆପଣଙ୍କୁ ଜଣାଇଦେବାକୁ ଚାହୁଁଛୁ, ବଲ୍‌ ଟାମ୍ପରିଂ ମାମଲାରେ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଗୋଟିଏ ବର୍ଷ ପାଇଁ ବାସନ୍ଦ ହେବା ପରେ ୱାର୍ନରଙ୍କୁ ବିସିସିଆଇ ଆଇପିଏଲ୍‌ ଖେଳିବା ପାଇଁ ମଧ୍ୟ ପ୍ରତିବନ୍ଧ ଲଗାଇଥିଲା।  ଫଲରେ ହାଇଦ୍ରାବାଦ ଟିମ୍‌ର ଅଧିନାୟକ ଥିବା ୱାର୍ନରଙ୍କ ସ୍ଥାନରେ ୱିଲିୟମସନଙ୍କୁ ଦଳର ନେତୃତ୍ୱ ଦିଆଯାଇଥିଲା।

Related story