ମାତ୍ର ତିନିମାସରେ ବିଶ୍ୱକପ୍ ଟିକେଟ୍ ପାଇଲେ ଶଙ୍କର

ନୂଆଦିଲ୍ଲୀ: ବିଶ୍ୱକପରେ ସ୍ଥାନ ପାଇବା ଭାଗ୍ୟର କଥା। ପ୍ରତି ଚାରିବର୍ଷରେ ଆୟୋଜିତ ହେଉଥିବା ଏହି ମହାକୁମ୍ଭରେ ସ୍ଥାନ ପାଇବା ପାଇଁ ଜଣେ ଖେଳାଳିଙ୍କୁ କେତେ ପରିଶ୍ରମ କରିବାକୁ ପଡ଼ିଥାଏ, ତାହା ସେହି ଖେଳାଳି ଜଣକ ହିଁ କହିପାରିବ। ଏଭଳି କିଛି ଘଟିଛି ଭାରତୀୟ ଦଳର ଅଲରାଉଣ୍ଡର ବିଜୟ ଶଙ୍କରଙ୍କ ପକ୍ଷେ। ଶଙ୍କର ନିଜର ଛୋଟିଆ କ୍ୟାରିୟରରେ ବହୁତ ପ୍ରଭାବିତ କରିଛନ୍ତି ଏବଂ ବିଶ୍ୱକପରେ ତାଙ୍କର ସ୍ଥାନ ପାଇବା ପ୍ରାୟତଃ ନିଶ୍ଚିତ ଲାଗୁଥିଲା। କିନ୍ତୁ ଏତେ କମ୍ ଦିନରେ […]

VIJAY

VIJAY

Ranjit Kumar Jena
  • Published: Monday, 15 April 2019
  • Updated: 15 April 2019, 10:10 PM IST

Sports

Latest News

ନୂଆଦିଲ୍ଲୀ: ବିଶ୍ୱକପରେ ସ୍ଥାନ ପାଇବା ଭାଗ୍ୟର କଥା। ପ୍ରତି ଚାରିବର୍ଷରେ ଆୟୋଜିତ ହେଉଥିବା ଏହି ମହାକୁମ୍ଭରେ ସ୍ଥାନ ପାଇବା ପାଇଁ ଜଣେ ଖେଳାଳିଙ୍କୁ କେତେ ପରିଶ୍ରମ କରିବାକୁ ପଡ଼ିଥାଏ, ତାହା ସେହି ଖେଳାଳି ଜଣକ ହିଁ କହିପାରିବ। ଏଭଳି କିଛି ଘଟିଛି ଭାରତୀୟ ଦଳର ଅଲରାଉଣ୍ଡର ବିଜୟ ଶଙ୍କରଙ୍କ ପକ୍ଷେ।

ଶଙ୍କର ନିଜର ଛୋଟିଆ କ୍ୟାରିୟରରେ ବହୁତ ପ୍ରଭାବିତ କରିଛନ୍ତି ଏବଂ ବିଶ୍ୱକପରେ ତାଙ୍କର ସ୍ଥାନ ପାଇବା ପ୍ରାୟତଃ ନିଶ୍ଚିତ ଲାଗୁଥିଲା। କିନ୍ତୁ ଏତେ କମ୍ ଦିନରେ କୌଣସି ଖେଳାଳିଙ୍କୁ ଯଦି ବିଶ୍ୱକପ ଟିକେଟ୍ ମିଳେ, ତାହେଲେ ଏହାଠାରୁ ବଡ଼ ଆଉ କିଛି ହୋଇନପାରେ।

ମାତ୍ର ୯ଟି ଦିନିକିଆ ଖେଳି ଇଂଲଣ୍ଡରେ ହେବାକୁଥିବା ବିଶ୍ୱକପରେ ଭାରତୀୟ ଦଳରେ ସ୍ଥାନ ପାଇବା ନେଇ ଶଙ୍କର କେବେବି ଭାବିନଥିବେ, କିନ୍ତୁ ବାସ୍ତବରେ ତାଙ୍କର ସ୍ବପ୍ନ ପୂରଣ ହୋଇଛି। ଶଙ୍କରଙ୍କୁ ଅଲରାଉଣ୍ଡର ଭାବେ ବିଶ୍ୱକପ୍ ଟିମରେ ସାମିଲ୍ କରାଯାଇଛି, ଯିଏ ବ୍ୟାଟିଂ ସହ ଟିମକୁ ବୋଲିଂ ବିକଳ୍ପ ଦେଇପାରିବେ।

ଭାରତ ପାଇଁ ଚତୁର୍ଥ ସ୍ଥାନ ସର୍ବଦା ସମସ୍ୟା ରହିଆସିଛି। ଏଭଳି ସ୍ଥିତିରେ ଶଙ୍କରଙ୍କୁ ଏହି ସ୍ଥାନରେ ବ୍ୟାଟିଂ କରିବାର ସୁଯୋଗ ମିଳିବା ତାଙ୍କ ପାଇଁ ବଡ଼ କଥା। ସେ ମଧ୍ୟ ନିଜକୁ ମିଳିଥିବା ଏହି ସୁଯୋଗର ଭରପୂର ଫାଇଦା ଉଠାଇଥିଲେ। ମାତ୍ର କେଇଟା ମ୍ୟାଚରେ ଶଙ୍କର କ୍ୟାପଟେନ୍, ଟିମ୍ ମ୍ୟାନେଜମେଣ୍ଟ ଓ ଚୟନକର୍ତ୍ତାଙ୍କ ମନ ଜିଣିବାରେ ସଫଳ ହୋଇଛନ୍ତି। ବିଜୟ ନିଜର ଦିନିକିଆ କ୍ୟାରିୟରର ଶୁଭାରମ୍ଭ ଚଳିତବର୍ଷ ଜାନୁଆରୀ ୧୮ ତାରିଖରେ ଅଷ୍ଟ୍ରେଲିଆ ବିପକ୍ଷ ମେଲବର୍ଣ୍ଣରେ କରିଥିଲେ, କିନ୍ତୁ ଏହି ତାଙ୍କୁ ବ୍ୟାଟିଂ କରିବାର ସୁଯୋଗ ମିଳିନଥିଲା।

ଶଙ୍କର ଗତ ଚାରିମାସରେ ମାତ୍ର ୯ ଦିନିକିଆ ମ୍ୟାଚ୍ ଖେଳିଛନ୍ତି ଏବଂ ଏଥିରେ ଚାରୋଟି ମ୍ୟାଚରେ ତାଙ୍କୁ ବ୍ୟାଟିଂ କରିବାକୁ ସୁଯୋଗ ମିଳିନଥିଲା। ତେବେ ୩ ଫେବୃଆରୀରେ ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷ ୱେଲିଂଟନ୍ ଦିନିକିଆରେ ତାଙ୍କୁ ବ୍ୟାଟିଂ ସୁଯୋଗ ମିଳିଥିଲା ଏବଂ ସେ ୪୫ ରନର ଇନିଂସ୍ ଖେଳିଥିଲେ।

ଏହା ପରେ ଶଙ୍କର ଯେଉଁ ୪ଟି ମ୍ୟାଚରେ ଖେଳିବାର ସୁଯୋଗ ପାଇଛନ୍ତି, ସେଥିରେ ସେ ଯଥାକ୍ରମେ ୪୬, ୩୨, ୨୬ ଓ ୧୬ ରନର ଇନିଂସ୍ ଖେଳିଥିଲେ। ଫଳରେ ସେ ୯ ମ୍ୟାଚରେ ୩୩ ହାରରେ ୧୬୫ ରନ୍ କରିଛନ୍ତି। ଏହି ପ୍ରଦର୍ଶନ ଆଧାରରେ ତାଙ୍କୁ ବିଶ୍ୱକପ୍ ପାଇଁ ଜାତୀୟ ଦଳରେ ସାମିଲ କରାଯାଇଛି।

୨୮ ବର୍ଷୀୟ ତାମିଲନାଡୁ ଅଲରାଉଣ୍ଡର ଶଙ୍କର ଡାହାଣହାତୀ ବ୍ୟାଟ୍ସମ୍ୟାନ୍ ଓ ମଧ୍ୟମଗତି ବୋଲର। ଶଙ୍କର ନିଜର ଆକ୍ରମଣାତ୍ମକ ବ୍ୟାଟିଂ ପାଇଁ ବେଶ୍ ପରିଚିତ। ୪୧ ପ୍ରଥମଶ୍ରେଣୀ ମ୍ୟାଚରେ ସେ ୪୭.୭୦ ହାରରେ ୨୯୯୯ ରନ୍ କରିଛନ୍ତି। ଏଥିରେ ତାଙ୍କର ସର୍ବାଧିକ ସ୍କୋର ୧୧୧ ରନ୍ ରହିଛି। ତାଙ୍କ ନାମରେ ମଧ୍ୟ ୩୨ ୱିକେଟ୍ ରହିଛି। ସେହିପରି ଲିଷ୍ଟ-ଏ'ରେ ସେ ୬୭ ମ୍ୟାଚରେ ୧୬୧୩ ରନ୍ ଏବଂ ୪୫ ୱିକେଟ୍ ନେଇଛନ୍ତି।

'ଚତୁର୍ଥ ସ୍ଥାନ ପାଇଁ ଶଙ୍କର ଫିଟ୍': ବିଶ୍ୱକପ୍ ଟିମରେ ବିଜୟ ଶଙ୍କରଙ୍କୁ ସାମିଲ୍ କରାଯିବା ନେଇ ମୁଖ୍ୟ ଚୟନକର୍ତ୍ତା ଏମଏସକେ ପ୍ରସାଦ କହିଛନ୍ତି, ଚାମ୍ପିଅନ୍ସ ଟ୍ରଫି ପରେ ଆମେ ମଧ୍ୟକ୍ରମରେ ଅନେକ ଖେଳାଳିଙ୍କୁ ସୁଯୋଗ ଦେଇଛୁ, ସେଥିରେ ଦିନେଶ କାର୍ତ୍ତିକ, ଅମ୍ବାତି ରାୟୁଡୁ, ମନିଷ ପାଣ୍ଡେ ଓ ବିଜୟ ଶଙ୍କର ସାମିଲ ଅଛନ୍ତି। କିନ୍ତୁ ଏସମସ୍ତଙ୍କ ମଧ୍ୟରୁ ଶଙ୍କରଙ୍କ ପ୍ରଦର୍ଶନ ଆମକୁ ଅଧିକ ପ୍ରଭାବିତ କରିଥିଲା। ଶଙ୍କରଙ୍କ ପାଖରେ ବ୍ୟାଟିଂ ସହ ବୋଲିଂ କରିବାର ମଧ୍ୟ ଦକ୍ଷତା ରହିଛି। ଇଂଲଣ୍ଡ ଭଳି ପରିସ୍ଥିତିରେ ଶଙ୍କର ପ୍ରମୁଖ ଭୂମିକା ବହନ କରିବେ ବୋଲି ପ୍ରସାଦ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos