ଲର୍ଡ୍ସର ଇତିହାସ କହୁଛି, ଫାଇନାଲରେ ଟସ୍ ହାରିଥିବା ଟିମ୍ ହେବ ଚାମ୍ପିଅନ୍

ଲଣ୍ଡନ: କ୍ରିକେଟର ମକ୍କା ଭାବେ ପରିଚିତ ଐତିହାସିକ ଲର୍ଡ୍ସରେ ଖେଳିବା ସୌଭାଗ୍ୟର କଥା ହୋଇଥାଏ। ବିଶ୍ୱକପ୍ ଦ୍ୱାଦଶ ସଂସ୍କରଣର ଫାଇନାଲ୍ ମ୍ୟାଚ୍ ଲର୍ଡ୍ସରେ ଖେଳାଯାଉଛି। ଏଥିରେ ସାମ୍ନାସାମ୍ନି ହୋଇଛନ୍ତି ଆୟୋଜକ ଇଂଲଣ୍ଡ ଓ ନ୍ୟୁଜିଲ୍ୟାଣ୍ଡ୍। ଫାଇନାଲରେ କିଏ ଜିତିବା, ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ତେବେ ଲର୍ଡ୍ସ ମଇଦାନର ଏକ ବଡ଼ ବିଶେଷତ୍ୱ ମଧ୍ୟ ରହିଛି। ଏଠାରେ ଖେଳାଯାଇଥିବା ବିଶ୍ୱକପ୍ ଫାଇନାଲରେ ଯେଉଁ ଟିମ୍ ଟସ୍ ଜିତିଛି, ସେହି ଟିମ୍ ମ୍ୟାଚ୍ ହାରିଛି। ଅର୍ଥାତ୍ […]

lords

Hemant Lenka
  • Published: Sunday, 14 July 2019
  • , Updated: 14 July 2019, 05:04 PM IST

ଲଣ୍ଡନ: କ୍ରିକେଟର ମକ୍କା ଭାବେ ପରିଚିତ ଐତିହାସିକ ଲର୍ଡ୍ସରେ ଖେଳିବା ସୌଭାଗ୍ୟର କଥା ହୋଇଥାଏ। ବିଶ୍ୱକପ୍ ଦ୍ୱାଦଶ ସଂସ୍କରଣର ଫାଇନାଲ୍ ମ୍ୟାଚ୍ ଲର୍ଡ୍ସରେ ଖେଳାଯାଉଛି। ଏଥିରେ ସାମ୍ନାସାମ୍ନି ହୋଇଛନ୍ତି ଆୟୋଜକ ଇଂଲଣ୍ଡ ଓ ନ୍ୟୁଜିଲ୍ୟାଣ୍ଡ୍। ଫାଇନାଲରେ କିଏ ଜିତିବା, ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା ।

ତେବେ ଲର୍ଡ୍ସ ମଇଦାନର ଏକ ବଡ଼ ବିଶେଷତ୍ୱ ମଧ୍ୟ ରହିଛି। ଏଠାରେ ଖେଳାଯାଇଥିବା ବିଶ୍ୱକପ୍ ଫାଇନାଲରେ ଯେଉଁ ଟିମ୍ ଟସ୍ ଜିତିଛି, ସେହି ଟିମ୍ ମ୍ୟାଚ୍ ହାରିଛି। ଅର୍ଥାତ୍ ଟସ୍ ହାରିଥିବା ଟିମ୍ ହିଁ ବିଜେତା ହୋଇଛି। ପୂର୍ବରୁ ଏଠାରେ ଚାରୋଟି ବିଶ୍ୱକପ୍ ଫାଇନାଲ୍ ଖେଳାଯାଇଛି, ଯେଉଁଥିରେ ଟସ୍ ହାରିଥିବା ଟିମ୍ ହିଁ ମୁକାବିଲା ଜିତିଛି। ଚଳିତ ସଂସ୍କରଣର ଫାଇନାଲରେ ନ୍ୟୁଜିଲ୍ୟାଣ୍ଡ୍ ଟସ୍ ଜିତିଛି। ତେଣୁ ପୂର୍ବ ରେକର୍ଡ ଅନୁଯାୟୀ ଟସ୍ ହାରିଥିବା ଆୟୋଜକ ଇଂଲଣ୍ଡ ଏଥର ବିଶ୍ୱ ଚାମ୍ପିଅନ୍ ହେବା ପକ୍କା।

୧୯୭୫ରେ ବିଶ୍ୱକପର ପ୍ରଥମ ସଂସ୍କରଣର ଫାଇନାଲ୍ ୱେଷ୍ଟଇଣ୍ଡିଜ୍ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିଲା। ମ୍ୟାଚରେ ଟସ୍ ଜିତି ଅଷ୍ଟ୍ରେଲିଆ ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା। ୱେଷ୍ଟଇଣ୍ଡିଜ୍ ପ୍ରଥମେ ବ୍ୟାଟିଂ କରି ୬୦ ଓଭରରେ ୮ ୱିକେଟ୍ ହରାଇ ୨୯୧ ରନ୍ କରିଥିଲା। ଜବାବରେ ଅଷ୍ଟ୍ରେଲିଆ ୨୭୪ ରନ୍ କରିଥିଲା । ତେଣୁ ଟସ୍ ହାରିଥିବା ୱେଷ୍ଟଇଣ୍ଡିଜ୍ ଚାମ୍ପିଅନ୍ ହୋଇଥିଲା।

୧୯୭୯ ବିଶ୍ୱକପ୍ ଫାଇନାଲରେ ଇଂଲଣ୍ଡ ଟସ୍ ଜିତି ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରିଥିବା ୱେଷ୍ଟଇଣ୍ଡିଜ୍ ୬୦ ଓଭରରେ ୯ ୱିକେଟ୍ ହରାଇ ୨୮୬ ରନ୍ କରିଥିବା ବେଳେ ଜବାବରେ ଇଂଲଣ୍ଡ ୧୯୪ ରନରେ ଅଲଆଉଟ୍ ହୋଇଯାଇଥିଲା।

୧୯୮୩ର ଫାଇନାଲ ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଇଥିଲା। ହ୍ୟାଟ୍ରିକ୍ ଟାଇଟଲ୍ ଲକ୍ଷ୍ୟରେ ଥିବା ଇଣ୍ଡିଜ୍ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଭାରତ ପ୍ରଥମେ ବ୍ୟାଟିଂ କରି ୫୪.୪ ଓଭରରେ ୧୮୩ ରନ୍ କରି ଅଲଆଉଟ୍ ହୋଇଥିଲା। ଜବାବରେ ଇଣ୍ଡିଜ୍ ୧୪୦ ରନ୍ କରି ଅଲଆଉଟ୍ ହୋଇଥିଲା।

୧୯୯୯ରେ ବିଶ୍ୱକପ୍ ଫାଇନାଲ୍ ଅଷ୍ଟ୍ରେଲିଆ ଓ ପାକିସ୍ତାନ ମଧ୍ୟରେ ହୋଇଥିଲା। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ପାକିସ୍ତାନ ମାତ୍ର ୧୩୨ ରନ୍ କରି ଅଲଆଉଟ୍ ହୋଇଥିଲା। ଜବାବରେ ଅଷ୍ଟ୍ରେଲିଆ ୨୦.୧ ଓଭରରେ ୨ ୱିକେଟ୍ ହରାଇ ୧୩୩ ରନ୍ କରି ବିଜୟୀ ହୋଇଥିଲା।

Related story