ଅବସରରୁ ୟୁ-ଟର୍ଣ୍ଣ ପରେ ହାଇଦ୍ରାବାଦ ଅଧିନାୟକ ହେଲେ ରାୟୁଡୁ

ହାଇଦ୍ରାବାଦ୍‌: ବିଶ୍ୱକପରୁ ବାଦ୍‌ ପଡ଼ିବା ପରେ କ୍ରିକେଟରୁ ଅବସର ଘୋଷଣା କରିବା ଓ ପରେ ପୁଣିଥରେ ନିଜର ନିଷ୍ପତ୍ତି ବଦଳାଇଥିବା ଅମ୍ବାତି ରାୟୁଡୁଙ୍କୁ ଆଜି ନୂଆ ଦାୟିତ୍ୱ ମିଳିଛି। ତାଙ୍କୁ ଆଗାମୀ ବିଜୟ ହଜାରେ ଟ୍ରଫି ପାଇଁ ହାଇଦ୍ରାବାଦ ଟିମ୍‌ର ଅଧିନାୟକ ଭାବେ ନିଯୁକ୍ତି ମିଳିଛି। ବିଶ୍ୱକପ୍‌ ପୂର୍ବରୁ ଟିମ୍‌ ଇଣ୍ଡିଆର ୪ ନଂ ସ୍ଥାନ ପାଇଁ ରାୟୁଡୁ ପ୍ରବଳ ଦାବିଦାର ଥିଲେ। ହେଲେ ଅପ୍ରତ୍ୟାଶିତ ଢଙ୍ଗରେ ତାଙ୍କୁ ବିଶ୍ୱକପ ସ୍କ୍ୱାଡ୍‌ରୁ ବାଦ ଦିଆଯାଇଥିଲା। ବିଶ୍ୱକପ ଚାଲିଥିବା […]

edc

Hemant Lenka
  • Published: Saturday, 14 September 2019
  • , Updated: 14 September 2019, 07:21 PM IST

ହାଇଦ୍ରାବାଦ୍‌: ବିଶ୍ୱକପରୁ ବାଦ୍‌ ପଡ଼ିବା ପରେ କ୍ରିକେଟରୁ ଅବସର ଘୋଷଣା କରିବା ଓ ପରେ ପୁଣିଥରେ ନିଜର ନିଷ୍ପତ୍ତି ବଦଳାଇଥିବା ଅମ୍ବାତି ରାୟୁଡୁଙ୍କୁ ଆଜି ନୂଆ ଦାୟିତ୍ୱ ମିଳିଛି। ତାଙ୍କୁ ଆଗାମୀ ବିଜୟ ହଜାରେ ଟ୍ରଫି ପାଇଁ ହାଇଦ୍ରାବାଦ ଟିମ୍‌ର ଅଧିନାୟକ ଭାବେ ନିଯୁକ୍ତି ମିଳିଛି।

ବିଶ୍ୱକପ୍‌ ପୂର୍ବରୁ ଟିମ୍‌ ଇଣ୍ଡିଆର ୪ ନଂ ସ୍ଥାନ ପାଇଁ ରାୟୁଡୁ ପ୍ରବଳ ଦାବିଦାର ଥିଲେ। ହେଲେ ଅପ୍ରତ୍ୟାଶିତ ଢଙ୍ଗରେ ତାଙ୍କୁ ବିଶ୍ୱକପ ସ୍କ୍ୱାଡ୍‌ରୁ ବାଦ ଦିଆଯାଇଥିଲା। ବିଶ୍ୱକପ ଚାଲିଥିବା ବେଳେ ଶିଖର ଧୱନ ଓ ବିଜୟ ଶଙ୍କର ଆହତ ହୋଇଥିଲେ। ତଥାପି ରାୟୁଡୁଙ୍କ ବଦଳରେ ରିଷଭ ପନ୍ତ ଓ ମୟଙ୍କ ଅଗ୍ରୱାଲଙ୍କୁ ବିସିସିଆଇ ଇଂଲଣ୍ଡ ପଠାଇଥିଲା।

ଏଥିରେ କ୍ଷୁବ୍ଧ ହୋଇ ରାୟୁଡୁ କ୍ରିକେଟରୁ ଅବସର ଘୋଷଣା କରିଥିଲେ। ଏହାର କିଛି ଦିନ ପରେ ସେ ପୁଣିଥରେ କ୍ରିକେଟ ଖେଳିବାକୁ ମନବଳାଇଥିଲେ। ନିଜର ନିଷ୍ପତ୍ତି ବଦଳାଇବାକୁ ତାଙ୍କୁ ହାଇଦ୍ରାବାଦ ଟିମ୍ର ମୁଖ୍ୟ ଚୟନକର୍ତ୍ତା ନୋଲ ଡାଭିଡ୍‌, ଭିଭିଏସ୍‌ ଲକ୍ଷ୍ମଣ ଓ ଆଇପିଏଲ ଟିମ୍‌ ଚେନ୍ନାଇ ସୁପରକିଙ୍ଗସର କର୍ମକର୍ତ୍ତା ବହୁତଥର ବୁଝାଇଥିଲେ।

ତାଙ୍କ ପାଖରେ ଆହୁରି ଖେଳ ରହିଛି। ତେଣୁ ସେ ନିଜ ଅବସର ନିଷ୍ପତ୍ତି ବଦଳାନ୍ତୁ ବୋଲି ମିଳିତ ଭାବେ ସମସ୍ତେ ରାୟୁଡୁଙ୍କୁ ଅନୁରୋଧ କରିଥିଲେ। ଏହାପରେ ରାୟୁଡୁ ନିଜ ନିଷ୍ପତ୍ତି ବଦଳାଇଥିଲେ।

Related story