ରିଓ ଅଲିମ୍ପିକ୍‌ରେ ଆମେ ଭଲ ଆଶା କରୁଥିଲୁ, କିନ୍ତୁ ସମ୍ଭବ ହେଲାନି: ଦୌଡରାଣୀ ପିଟି ଉଷା

ଭୁବନେଶ୍ୱର: ଭୁବନେଶ୍ୱରେ ଚାଲିଥିବା କ୍ରୀଡ଼ା ସାମ୍ବାଦିକ ମହାସଂଘର ଜାତୀୟ କନ୍‌ଭେସନ୍‌କୁ ଯୋଗଦେବାକୁ ଆସିଛନ୍ତି ପାୟୋଲି ଏକ୍ସପ୍ରେସ ପିଟି ଉଷା। ରିଓ ଅଲିମ୍ପିକ୍‌ରେ ଭାରତର ପ୍ରଦର୍ଶନ, ଅଗାମୀ ଅଲିମ୍ପିକ୍‌ ପାଇଁ ଭାରତର ପ୍ରତିଯୋଗୀମାନେ କିପରି ପ୍ରସ୍ତୁତ ହେବେ ସେ ନେଇ ‘ଓଟିଭି’ ସହ ଏକ ସ୍ୱତନ୍ତ୍ର ସାକ୍ଷାତାକାର ଦେଇଛନ୍ତି ଦୌଡରାଣୀ ପିଟି ଉଷା। ସେ କହିଛନ୍ତି,“ପ୍ରଥମ ଅଲିମ୍ପିକ୍‌ରେ ଭାରତ ଭାଗ ନେଇଥିଲେ ମଧ୍ୟ କୌଣସି ପଦକ ଜିତିପାରି ନ ଥିଲା। ପରବର୍ତ୍ତୀ ଅଲିମ୍ପିକ୍‌ରେ ଭାଗ ନେଇ ଗୋଟିଏ ପଦକ […]

pt-usha

pt-usha

Rakesh Mallick
  • Published: Sunday, 18 September 2016
  • Updated: 18 September 2016, 05:54 PM IST

pt-ushaଭୁବନେଶ୍ୱର: ଭୁବନେଶ୍ୱରେ ଚାଲିଥିବା କ୍ରୀଡ଼ା ସାମ୍ବାଦିକ ମହାସଂଘର ଜାତୀୟ କନ୍‌ଭେସନ୍‌କୁ ଯୋଗଦେବାକୁ ଆସିଛନ୍ତି ପାୟୋଲି ଏକ୍ସପ୍ରେସ ପିଟି ଉଷା। ରିଓ ଅଲିମ୍ପିକ୍‌ରେ ଭାରତର ପ୍ରଦର୍ଶନ, ଅଗାମୀ ଅଲିମ୍ପିକ୍‌ ପାଇଁ ଭାରତର ପ୍ରତିଯୋଗୀମାନେ କିପରି ପ୍ରସ୍ତୁତ ହେବେ ସେ ନେଇ ‘ଓଟିଭି’ ସହ ଏକ ସ୍ୱତନ୍ତ୍ର ସାକ୍ଷାତାକାର ଦେଇଛନ୍ତି ଦୌଡରାଣୀ ପିଟି ଉଷା।

ସେ କହିଛନ୍ତି,“ପ୍ରଥମ ଅଲିମ୍ପିକ୍‌ରେ ଭାରତ ଭାଗ ନେଇଥିଲେ ମଧ୍ୟ କୌଣସି ପଦକ ଜିତିପାରି ନ ଥିଲା। ପରବର୍ତ୍ତୀ ଅଲିମ୍ପିକ୍‌ରେ ଭାଗ ନେଇ ଗୋଟିଏ ପଦକ ଜିତିଥିଲା। ଏହା ପର ଅଲିମ୍ପିକରେ ୨ଟି ପଦକ ମିଳିଥିଲା। ଲଣ୍ଡନ ଅଲିମ୍ପିକ୍‌ରେ ୬ଟି ପଦକ ମିଳିଥିଲା। ଗତ ରିଓ ଅଲିମ୍ପିକ୍‌ରେ ୨ଟି ପଦକ ମିଳିଛି। ୨ଟି ପଦକ ପାଇ ଆମେ ଖୁସି ହେବା କଥା। ଆମେ ଅଧିକ ଆଶା କରିଥିଲୁ କିନ୍ତୁ ଏହା ସମ୍ଭବ ହୋଇପାରିଲା ନାହିଁ।”

ରିଓ ଅଲିମ୍ପିକ୍‌ରେ ଆଥ୍‌ଲେଟିକ୍‌ ପ୍ରତିଯୋଗିତାରେ କୌଣସି ପଦକ ନ ମିଳିବା ନେଇ ସେ କହିଛନ୍ତି,“ଏହା ଅନ୍ୟ ପ୍ରତିଯୋଗିତା ପରି ନୁହେଁ। ଅନ୍ୟ ପ୍ରତିଯୋଗିତାରେ ୨/୪ ଜଣଙ୍କ ସହ ପ୍ରତିଯୋଗିତାରେ ଭାଗ ନେଲେ ଫାଇନାଲକୁ ଆସି ପଦକ ଜିତିବାକୁ ପଡିଥାଏ। କିନ୍ତୁ ଦୌଡର ଗୋଟିଏ ହିଟ୍ସରେ ୮ରୁ ଅଧିକ ପ୍ରତିଯୋଗୀ ଭାଗ ନେଉଛନ୍ତି। ଏକାଧିକ ହିଟ୍ସରେ ୬୦ରୁ ୭୦ ଜଣ ପ୍ରତିଯୋଗୀଙ୍କ ସହ ଖେଳି ଫାଇନାଲକୁ ଆସିବା କେତେ କଷ୍ଟକର ଯିଏ ଭାଗ ନେଇଛି ସେ ଜାଣିଛି। ସମୟ ଥିଲା ଭାରତୀୟମାନେ ଆଥ୍‌ଲେଟିକ୍‌ସ ପ୍ରତିଯୋଗିତାରେ ଭାଗ ନେଇ ପଦକ ଜିତୁଥିଲେ। ଏବେ ଆଥ୍‌ଲେଟିକ୍‌ସରେ ପ୍ରତିଯୋଗିତା ବଢି ଗଲାଣି।”

ଆସନ୍ତା ୩ଟି ଅଲିମ୍ପିକ୍‌ ପାଇଁ କେନ୍ଦ୍ର ସରକାର ଏକ ଟାସ୍କ ଫୋର୍ସ ଗଠନ କରିଥିବା ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି,“ଏହି ଟାସ୍କ ଫୋର୍ସ ଗୋଟିଏ ବ୍ୟକ୍ତିକୁ ନେଇ ଗଠିତ ହେବା ଅନୁଚିତ। ଯେଉଁମାନେ ଏହା ପାଇଁ ଯୋଗ୍ୟ ସେମାନେ ଏଥିରେ ରହିବା ଉଚିତ। ସମୟ ଆସିଛି ଆମକୁ ପ୍ରତିଯୋଗୀମାନଙ୍କୁ ସବୁ ପ୍ରକାରର ବ୍ୟବସ୍ଥା ଯୋଗାଇ ଦେବାକୁ ହେବ। ତା’ହେଲେ ସେମାନେ ଅଲିମ୍ପିକ୍‌ରେ କିଛି କରିପାରିବେ।”

ଓଡ଼ିଆ ଝିଅ ଦୂତି ଚାନ୍ଦ ଓ ଶ୍ରାବଣୀ ନନ୍ଦଙ୍କ ଅଲିମ୍ପିକ୍‌ ଭବିଷ୍ୟତ ନେଇ ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି,“ରିଓ ଅଲିମ୍ପିକ୍‌ରେ ଦୂତି ଚାନ୍ଦ ଓ ଶ୍ରାବଣୀ ନନ୍ଦ ଭଲ ପ୍ରଦର୍ଶନ କରିଛନ୍ତି। ସ୍ପ୍ରିଣ୍ଟରେ ଯୋଗ୍ୟତା ଅର୍ଜନ କରି ଅଲିମ୍ପିକ୍‌ ଯିବା କଷ୍ଟସାଧ୍ୟ। କିନ୍ତୁ ଏହି ଦୁଇ ପ୍ରତିଯୋଗୀ କରି ଦେଖାଇଛନ୍ତି। ୧୯୮୦ରେ ମୁଁ ଅଲିମ୍ପିକ୍‌କୁ ଯାଇଥିଲି, ଏହା ପରେ ଭାରତରୁ କେହି ଯୋଗ୍ୟତା ଅର୍ଜନ କରି ପାରି ନ ଥିଲେ। ଏତେ ବର୍ଷ ପରେ ଦୁଇ ଓଡ଼ିଆ ଝିଅ ଯୋଗ୍ୟତା ଅର୍ଜନ କରି ଅଲିମ୍ପିକ୍ ଖେଳିବା ଗୌରବର ବିଷୟ। ଏମାନେ ଏବେ ଯୁବତୀ ଅଛନ୍ତି। ସେମାନେ କ୍ରୀଡା ଉପରେ ଦୃଷ୍ଟି କେନ୍ଦ୍ରୀତ କରିବା ଉଚିତ। ଉଭୟ ଖେଳାଳି ଭଲ ପ୍ରଦର୍ଶନ କରୁଛନ୍ତି ସତ ହେଲେ ପରବର୍ତ୍ତୀ ପର୍ଯ୍ୟାୟରେ ବାହାରି ଯାଉଛନ୍ତି। ସେଥିପାଇଁ ସେମାନେ ମନୋନିବେଶ କରିବା ଉଚିତ। ଫାଇନାଲ ପାଇଁ ବହୁତ ପରିଶ୍ରମ କରିବା ଉଚିତ। ସେମାନ କରୁଛନ୍ତି, କିନ୍ତୁ ସଫଳତା ପାଇବା ଟିକେ କଷ୍ଟସାଧ୍ୟ। ସେମାନେ ଅକ୍ଲାନ୍ତ ପରିଶ୍ରମ କରିବା ଉଚିତ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story