ଆମୀର ଆମ ପରିବାରର,ଆମେ ସବୁ ତାଙ୍କ ପଛରେ ଅଛୁ: ୱହାବ୍‌

ଲଣ୍ଡନ: ଇଂଲଣ୍ଡ ବିପକ୍ଷ ସିରିଜ୍‌ରେ ପାକିସ୍ତାନ ଲର୍ଡ୍ସରେ ପ୍ରଥମ ଟେଷ୍ଟ ମ୍ୟାଚ୍ ଖେଳିବାକୁ ଥିବା ବେଳେ ଯୁବ ଫାଷ୍ଟ ବୋଲର ମହମ୍ମଦ ଆମୀରଙ୍କ ଉପରେ ସମସ୍ତଙ୍କ ନଜର ରହିଛି। ସ୍ପଟ୍‌ ଫିକ୍ସିଂରେ ଦୋଷୀ ସାବ୍ୟସ୍ତ ହେଲା ପରେ ଜେଲଦଣ୍ଡ ଭୋଗି ଦଳକୁ ଫେରିଥିବା ଏହି ଫାଷ୍ଟ ବୋଲରଙ୍କୁ ଦଳର ସବୁ ଖେଳାଳି ସହଯୋଗର ହାତ ବଢାଇଛନ୍ତି। ଦଳର ଆଗଧାଡିର ବୋଲର ୱହାବ୍‌ ରିଆଜ୍‌ କହିଛନ୍ତି,“ଆମୀର ୫ ବର୍ଷ ପରେ ଦଳକୁ ଫେରିବା ପରେ ଆମେ ସମସ୍ତେ ଖୁସି।ସେ […]

Mohammad Amir

Rakesh Mallick
  • Published: Monday, 11 July 2016
  • , Updated: 11 July 2016, 05:50 PM IST

ଲଣ୍ଡନ: ଇଂଲଣ୍ଡ ବିପକ୍ଷ ସିରିଜ୍‌ରେ ପାକିସ୍ତାନ ଲର୍ଡ୍ସରେ ପ୍ରଥମ ଟେଷ୍ଟ ମ୍ୟାଚ୍ ଖେଳିବାକୁ ଥିବା ବେଳେ ଯୁବ ଫାଷ୍ଟ ବୋଲର ମହମ୍ମଦ ଆମୀରଙ୍କ ଉପରେ ସମସ୍ତଙ୍କ ନଜର ରହିଛି। ସ୍ପଟ୍‌ ଫିକ୍ସିଂରେ ଦୋଷୀ ସାବ୍ୟସ୍ତ ହେଲା ପରେ ଜେଲଦଣ୍ଡ ଭୋଗି ଦଳକୁ ଫେରିଥିବା ଏହି ଫାଷ୍ଟ ବୋଲରଙ୍କୁ ଦଳର ସବୁ ଖେଳାଳି ସହଯୋଗର ହାତ ବଢାଇଛନ୍ତି।

ଦଳର ଆଗଧାଡିର ବୋଲର ୱହାବ୍‌ ରିଆଜ୍‌ କହିଛନ୍ତି,“ଆମୀର ୫ ବର୍ଷ ପରେ ଦଳକୁ ଫେରିବା ପରେ ଆମେ ସମସ୍ତେ ଖୁସି।ସେ ଜଣେ ଦୁର୍ଦ୍ଧର୍ଷ ବୋଲର। ଯେକୌଣସି ବ୍ୟାଟ୍ସମ୍ୟାନଙ୍କୁ ପ୍ୟାଭିଲିୟନକୁ ପଠାଇବାର କ୍ଷମତା ତାଙ୍କ ନିକଟରେ ରହିଛି।”

ସେ ଆହୁରି ମଧ୍ୟ କହିଛନ୍ତି,“ଆମେ ସମସ୍ତେ ଆମୀରଙ୍କ ପଛରେ ଅଛୁ। ଦଳର ସମସ୍ତ ୧୬ ଜଣ ସଦସ୍ୟ ତାଙ୍କୁ ସହଯୋଗ କରିବାକୁ ପ୍ରତିଶୃତିବଦ୍ଧ। ସେ ଆମ ପରିବାରର ଏକ ଅଂଶ। ସେ ଆମ ଦେଶରୁ ପ୍ରତିନିଧିତ୍ୱ କରୁଛନ୍ତି ତେଣୁ ଆମେ ସମସ୍ତେ ତାଙ୍କ ପଛରେ ରହିଛୁ।”

୨୦୧୦ ମସିହାରେ ସ୍ପଟ ଫିକ୍ସିଂରେ ଛନ୍ଦି ହୋଇ ୫ ବର୍ଷ ବାସନ୍ଦ ଓ ଜେଲଦଣ୍ଡ ଭୋଗିବା ପରେ ପାକିସ୍ତାନ ଦଳକୁ ଫେରିଥିବା ମହମ୍ମଦ ଆମୀର ବେଶ୍‌ ଉତ୍ସାହିତ ଅଛନ୍ତି।

Related story