ସ୍ପଟ ଫିକ୍ସିଂ ପାଇଁ ଆମୀର ଆଜୀବନ ବାସନ୍ଦ ହେବା କଥା: ପିଟରସନ୍‌

ଲଣ୍ଡନ: ୨୦୧୦ରେ ସ୍ପଟ୍ ଫିକ୍ସିଂରେ ଛନ୍ଦି ହୋଇ ଜେଲ ଦଣ୍ଡ ଭୋଗି ଓ ୫ ବର୍ଷ ବାସନ୍ଦ ପରେ ପାକିସ୍ତାନ ଦଳକୁ ଫେରିଥିବା ମହମ୍ମଦ ଆମୀର ଉପରେ ବର୍ଷିଛନ୍ତି ଇଂଲଣ୍ଡର ପୂର୍ବତନ କ୍ରିକେଟର କେଭିନ୍‌ ପିଟରସନ୍‌। ସେ କହିଛନ୍ତି,“ଦଳକୁ ଫେରିଥିବା ମହମ୍ମଦ ଆମୀରଙ୍କୁ ଆଜୀବନ ବାସନ୍ଦ କରିବା ଦରକାର। ତାଙ୍କୁ ଦ୍ୱିତୀୟ ଥର ସୁଯୋଗ ଦେବା ଉଚିତ ହେବ ନାହିଁ। ସଲମନ୍‌ ବଟ୍ଟ ଓ ମହମ୍ମଦ ଆସିଫ୍‌ ପରି ସ୍ପଟ ଫିକ୍ସିଂ କରି ଦଣ୍ଡିତ ହୋଇଥିବା କ୍ରିକେଟରଙ୍କୁ […]

Kevin-Pietersen-001

Rakesh Mallick
  • Published: Tuesday, 12 July 2016
  • , Updated: 12 July 2016, 05:24 PM IST

ଲଣ୍ଡନ: ୨୦୧୦ରେ ସ୍ପଟ୍ ଫିକ୍ସିଂରେ ଛନ୍ଦି ହୋଇ ଜେଲ ଦଣ୍ଡ ଭୋଗି ଓ ୫ ବର୍ଷ ବାସନ୍ଦ ପରେ ପାକିସ୍ତାନ ଦଳକୁ ଫେରିଥିବା ମହମ୍ମଦ ଆମୀର ଉପରେ ବର୍ଷିଛନ୍ତି ଇଂଲଣ୍ଡର ପୂର୍ବତନ କ୍ରିକେଟର କେଭିନ୍‌ ପିଟରସନ୍‌।

ସେ କହିଛନ୍ତି,“ଦଳକୁ ଫେରିଥିବା ମହମ୍ମଦ ଆମୀରଙ୍କୁ ଆଜୀବନ ବାସନ୍ଦ କରିବା ଦରକାର। ତାଙ୍କୁ ଦ୍ୱିତୀୟ ଥର ସୁଯୋଗ ଦେବା ଉଚିତ ହେବ ନାହିଁ। ସଲମନ୍‌ ବଟ୍ଟ ଓ ମହମ୍ମଦ ଆସିଫ୍‌ ପରି ସ୍ପଟ ଫିକ୍ସିଂ କରି ଦଣ୍ଡିତ ହୋଇଥିବା କ୍ରିକେଟରଙ୍କୁ ମଧ୍ୟ ଏହି ପରି କରାଯିବା ଦରକାର।”

ସେ କହିଛନ୍ତି,“ଏହି ପରି ମାମଲାରେ ଜୀବନରେ ହୁଏତ ଦ୍ୱିତୀୟ ସୁଯୋଗ ମିଳିଥାଇପାରେ କିନ୍ତୁ କ୍ରିକେଟ ପରି ଏକ ଭଦ୍ର ଲୋକଙ୍କ ଖେଳରେ ଆମୀରଙ୍କ ପରି ସ୍ପଟ ଫିକ୍ସିଂକାରୀଙ୍କୁ ଦ୍ୱିତୀୟ ସୁଯୋଗ ଦିଆଯିବା ଉଚିତ ନୁହେଁ।”

ସୂଚନାଯୋଗ୍ୟ, ଆଇସିସି ଟି-୨୦ ବିଶ୍ୱକପ୍‌ ପୂର୍ବରୁ ଏସିଆ କପ୍‌ ପାଇଁ ପାକିସ୍ତାନ ଦଳରେ ସ୍ଥାନ ପାଇଥିଲେ ମହମ୍ମଦ ଆମୀର। ଏହି ଦୁଇ ଟୁର୍ଣ୍ଣାମେଣ୍ଟରେ ସେ ଭଲ ପ୍ରଦର୍ଶନ କରି ଟେଷ୍ଟକୁ ଫେରିବାକୁ ପ୍ରୟାସ କରିଥିଲେ। ଶେଷରେ ଚଳିତ ମାସରୁ ଆରମ୍ଭ ହେବାକୁ ଥିବା ଇଂଲଣ୍ଡ ବିପକ୍ଷ ଟେଷ୍ଟ, ଦିନିକିଆ ଓ ଟି-୨୦ରେ ସିରିଜ୍‌ରେ ଦଳ ପକ୍ଷରୁ ପ୍ରତିନିଧିତ୍ୱ କରିବାକୁ ପାକିସ୍ତାନ ତାଙ୍କ ନାମ ଘୋଷଣା କରିଥିଲା।

Related story