ରିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କଲେ ଅମୀୟ

ବେଙ୍ଗାଲୁରୁ: ଅଗଷ୍ଟ ୩ରୁ ବ୍ରାଜିଲ୍‌ର ରିଓ ଡି ଜେନେରିଓରେ ଅଲିମ୍ପିକ୍ସ ଆରମ୍ଭ ହେବାକୁ ଥିବା ବେଳେ ବେଙ୍ଗାଲୁରୁରେ ଜାରି ରହିଛି ଯୋଗ୍ୟତା ପର୍ଯ୍ୟାୟ ଦୌଡ଼ ପ୍ରତିଯୋଗିତା। ୧୦୦ ମିଟର ପୁରୁଷ ବର୍ଗର ପ୍ରତିଯୋଗିତାରେ ଓଡ଼ିଆ ଆଥ୍‌ଲେଟ୍‌ ଅମୀୟ ମଲ୍ଲିକ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ସେ ୧୦.୪୯ ସେକେଣ୍ଡରେ ନିର୍ଦ୍ଧାରିତ ଦୂରତାକୁ ଅତିକ୍ରମ କରିଥିଲେ ଥିଲେ ଓ ଅଲିମ୍ପିକ୍ସ ଟିକେଟ ପାଇବାକୁ ବଞ୍ଚିତ ହୋଇଥିଲେ। କିନ୍ତୁ ୪x୪୦୦ ମିଟର ରିଲେ ରେସର ପୁରୁଷ ବର୍ଗରେ ଆୟୋଜିତ ଦୌଡ଼ରେ […]

amiya kumarmallick

Rakesh Mallick
  • Published: Monday, 11 July 2016
  • , Updated: 11 July 2016, 05:54 PM IST

ବେଙ୍ଗାଲୁରୁ: ଅଗଷ୍ଟ ୩ରୁ ବ୍ରାଜିଲ୍‌ର ରିଓ ଡି ଜେନେରିଓରେ ଅଲିମ୍ପିକ୍ସ ଆରମ୍ଭ ହେବାକୁ ଥିବା ବେଳେ ବେଙ୍ଗାଲୁରୁରେ ଜାରି ରହିଛି ଯୋଗ୍ୟତା ପର୍ଯ୍ୟାୟ ଦୌଡ଼ ପ୍ରତିଯୋଗିତା। ୧୦୦ ମିଟର ପୁରୁଷ ବର୍ଗର ପ୍ରତିଯୋଗିତାରେ ଓଡ଼ିଆ ଆଥ୍‌ଲେଟ୍‌ ଅମୀୟ ମଲ୍ଲିକ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ସେ ୧୦.୪୯ ସେକେଣ୍ଡରେ ନିର୍ଦ୍ଧାରିତ ଦୂରତାକୁ ଅତିକ୍ରମ କରିଥିଲେ ଥିଲେ ଓ ଅଲିମ୍ପିକ୍ସ ଟିକେଟ ପାଇବାକୁ ବଞ୍ଚିତ ହୋଇଥିଲେ। କିନ୍ତୁ ୪x୪୦୦ ମିଟର ରିଲେ ରେସର ପୁରୁଷ ବର୍ଗରେ ଆୟୋଜିତ ଦୌଡ଼ରେ ପୁରୁଣା ରେକର୍ଡ ଭଙ୍ଗ କରି ସେ ଟିମ୍‌ ରିଓ ଅଲିମ୍ପିକ୍ସରେ ଭାଗ ନେବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି।

ଆଜି ଅନ୍ତିମ ପର୍ଯ୍ୟାୟ ୪x୪୦୦ ମିଟର ମହିଳା ରିଲେ ରେସ୍‌ ଅନୁଷ୍ଠିତ ହେବ। ଏଥିରେ ଦୂତି ଚାନ୍ଦ ଓ ଶ୍ରାବଣୀ ନନ୍ଦ ସାମିଲ ଥିବା ଟିମ୍‌ ଭାଗ ନେବ।

Related story