ବ୍ୟାଡମିଣ୍ଟନରେ ଆନ୍ଧ୍ର ଓ ଜୈନ ୟୁନିଭର୍ସିଟିକୁ ସ୍ୱର୍ଣ୍ଣ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚଳିତ ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସର ବ୍ୟାଡମିଣ୍ଟନ୍‌ ଟିମ୍‌ ଇଭେଣ୍ଟରେ ଆନ୍ଧ୍ର ୟୁନିଭର୍ସିଟି ପୁରୁଷ ଏବଂ ଜୈନ୍‌ ୟୁନିଭର୍ସିଟି ମହିଳା ବିଭାଗରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ପୁରୁଷ ଫାଇନାଲରେ ଆନ୍ଧ୍ର ୟୁନିଭର୍ସିଟି ୩-୧ରେ ପଞ୍ଜାବ ୟୁନିଭର୍ସିଟିକୁ ହରାଇଥିଲା। ଆନ୍ଧ୍ର ପକ୍ଷରୁ ପ୍ରଣୟ ରେଡ୍ଡୀ ସିଙ୍ଗଲ୍ସରେ କାର୍ତ୍ତିକ ଜିନ୍ଦଲଙ୍କ ନିକଟରୁ ୬-୨୧, ୭-୨୧ ଗେମରେ ପରାସ୍ତ ହୋଇଥିଲେ। ତେବେ ଜଗଦୀଶ କାଲାଗ ୨୧-୧୬, ୨୧-୧୯ ଗେମରେ ଅଭିଷେକ ସାଇନିଙ୍କୁ, ଗାରାଗ କ୍ରିଷ୍ଣା ପ୍ରସାଦ ଓ […]

badminton

badminton

Ranjit Kumar Jena
  • Published: Wednesday, 26 February 2020
  • Updated: 26 February 2020, 10:23 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚଳିତ ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସର ବ୍ୟାଡମିଣ୍ଟନ୍‌ ଟିମ୍‌ ଇଭେଣ୍ଟରେ ଆନ୍ଧ୍ର ୟୁନିଭର୍ସିଟି ପୁରୁଷ ଏବଂ ଜୈନ୍‌ ୟୁନିଭର୍ସିଟି ମହିଳା ବିଭାଗରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ପୁରୁଷ ଫାଇନାଲରେ ଆନ୍ଧ୍ର ୟୁନିଭର୍ସିଟି ୩-୧ରେ ପଞ୍ଜାବ ୟୁନିଭର୍ସିଟିକୁ ହରାଇଥିଲା। ଆନ୍ଧ୍ର ପକ୍ଷରୁ ପ୍ରଣୟ ରେଡ୍ଡୀ ସିଙ୍ଗଲ୍ସରେ କାର୍ତ୍ତିକ ଜିନ୍ଦଲଙ୍କ ନିକଟରୁ ୬-୨୧, ୭-୨୧ ଗେମରେ ପରାସ୍ତ ହୋଇଥିଲେ।

ତେବେ ଜଗଦୀଶ କାଲାଗ ୨୧-୧୬, ୨୧-୧୯ ଗେମରେ ଅଭିଷେକ ସାଇନିଙ୍କୁ, ଗାରାଗ କ୍ରିଷ୍ଣା ପ୍ରସାଦ ଓ ପୋଡିଲେ ଶ୍ରୀ କ୍ରିଷ୍ଣା ସାଇ କୁମାର ୧୨-୨୧, ୨୧-୧୮, ୨୧-୧୫ ଗେମରେ କାର୍ତ୍ତିକ ଜିନ୍ଦଲ ଓ ହାର୍ଦ୍ଦିକ ମକ୍କରଙ୍କୁ ଏବଂ ଆଦିତ୍ୟ ଗୋପରାଜୁ ବାପିନେ ୨୧-୧୪, ୨୧-୧୭ ଗେମରେ ହାର୍ଦ୍ଦିକ ମକ୍କରଙ୍କୁ ପରାସ୍ତ କରିଥିଲେ। ଏହି ଇଭେଣ୍ଟର ବ୍ରୋଞ୍ଜ ପଦକ ମ୍ୟାଚରେ ଜୈନ୍‌ ୟୁନିଭର୍ସିଟି ୩-୧ରେ ସାବିତ୍ରୀବାଇ ଫୁଲେ ପୁନେ ୟୁନିଭର୍ସିଟିକୁ ହରାଇଥିଲା।

ସେହିପରି ମହିଳା ଟିମ୍‌ ଫାଇନାଲରେ ଜୈନ୍‌ ୟୁନିଭର୍ସିଟି ୨-୦ରେ ଏସଆରଏମକୁ ହରାଇ ସ୍ୱର୍ଣ୍ଣ ପଦକ କବଜା କରିଛି। ଜୈନ୍‌ ୟୁନିଭର୍ସିଟିର ଶିଖା ରାଜେଶ ଗୌତମ ସିଙ୍ଗଲ୍ସରେ ନିବେଦିତା ମୁଥୁକୁମାରଙ୍କୁ ୨୧-୧୨, ୨୧-୧୮ରେ ହରାଇଥିବା ବେଳେ ଡବଲ୍ସରେ ଅଶ୍ବିନୀ କେ. ଭଟ୍ଟ ଓ ଶିଖା ରାଜେଶ ଗୌତମ ୨୧-୧୭, ୨୧-୧୪ ଗେମରେ ବାଇଲୁପୁଡି ଭେଙ୍କଟ ରମ୍ୟା ତୁଳସୀ ଓ ଭି. ନୀଲାଙ୍କୁ ପରାସ୍ତ କରିଥିଲେ। ଏହି ଇଭେଣ୍ଟରେ ବ୍ରୋଞ୍ଜ ପଦକ ମୁକାବିଲାରେ ଆନ୍ଧ୍ର ୟୁନିଭର୍ସିଟି ୩-୦ରେ ଦିଲ୍ଲୀ ୟୁନିଭର୍ସିଟିକୁ ହରାଇ ତୃତୀୟ ସ୍ଥାନ ହାସଲ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos