ଭାରତୀୟ ପୁରୁଷ କ୍ରିକେଟ କୋଚ୍‌ ଦୌଡରେ କୁମ୍ବଲେ

ମୁମ୍ବାଇ: ଜଟିଳ ହେବାରେ ଲାଗିଛି ଭାରତୀୟ ପୁରୁଷ କ୍ରିକେଟ କୋଚ୍‌ ଚୟନ ପକ୍ରିୟା। ୧୦ ତାରିଖରେ ଏହି ପକ୍ରିୟା ପାଇଁ ଆବେଦନ ଶେଷ ହୋଇଛି। ଏଥିରେ ଦେଶ ଓ ବିଦେଶରୁ ୫୭ ଜଣ ଆଶୟୀ ପ୍ରାର୍ଥୀପତ୍ର ଦାଖଲ କରିଥିଲା ବେଳେ ସେମାନଙ୍କ ନାମ ପ୍ରକାଶ କରି ନ ଥିଲା। ଆଜି ଏହି ଦୈଡରେ ସେମାନଙ୍କ ମଧ୍ୟରେ ରହିଛନ୍ତି ଭାରତର ପୂର୍ବତନ ଖେଳାଳି ଅନୀଲ କୁମ୍ବଲେ। ତାଙ୍କ ନାମ ମୁଖ୍ୟ କୋଚ୍‌ ଦୈଡ ପଦ ପାଇଁ ଆଗୁଆ ରହିଥିବା […]

anil-kumble

Rakesh Mallick
  • Published: Tuesday, 14 June 2016
  • , Updated: 14 June 2016, 06:15 PM IST

ମୁମ୍ବାଇ: ଜଟିଳ ହେବାରେ ଲାଗିଛି ଭାରତୀୟ ପୁରୁଷ କ୍ରିକେଟ କୋଚ୍‌ ଚୟନ ପକ୍ରିୟା। ୧୦ ତାରିଖରେ ଏହି ପକ୍ରିୟା ପାଇଁ ଆବେଦନ ଶେଷ ହୋଇଛି। ଏଥିରେ ଦେଶ ଓ ବିଦେଶରୁ ୫୭ ଜଣ ଆଶୟୀ ପ୍ରାର୍ଥୀପତ୍ର ଦାଖଲ କରିଥିଲା ବେଳେ ସେମାନଙ୍କ ନାମ ପ୍ରକାଶ କରି ନ ଥିଲା। ଆଜି ଏହି ଦୈଡରେ ସେମାନଙ୍କ ମଧ୍ୟରେ ରହିଛନ୍ତି ଭାରତର ପୂର୍ବତନ ଖେଳାଳି ଅନୀଲ କୁମ୍ବଲେ। ତାଙ୍କ ନାମ ମୁଖ୍ୟ କୋଚ୍‌ ଦୈଡ ପଦ ପାଇଁ ଆଗୁଆ ରହିଥିବା ଜଣାପଡିଛି। ସେ ନିର୍ଦ୍ଧାରିତ ସମୟ ପୂର୍ବରୁ ନିଜର ଆବେଦନ ପତ୍ର ଦାଖଲ କରିଥିବା ଜଣାପଡିଛି।

ଭାରତର ସର୍ବଶ୍ରେଷ୍ଠ ମ୍ୟାଚ୍‌ୱିନିଂ ବୋଲର ଅନୀଲ କୁମ୍ବଲେ ୯୫୬ଟି ୱିକେଟ(୧୩୨ଟି ଟେଷ୍ଟରୁ ୬୧୯ଟି ଟେଷ୍ଟ ଓ ୨୭୧ଟିରୁ ଦିନିକିଆରୁ ୩୩୭ଟି ୱିକେଟ) ନେଇଛନ୍ତି।

ଜିମ୍ବାୱେ ଗସ୍ତରେ ଥିବା ଭାରତୀୟ ଦଳର କୋଚ୍‌ ଭାବେ ସଞ୍ଜୟ ବାଙ୍ଗର ରହିଛନ୍ତି। ବିସିସିଆଇ ଆସନ୍ତା ମାସରେ ୱେଷ୍ଟଇଣ୍ଡିଜ୍ ଗସ୍ତରେ ଦଳ ଫୁଲ୍‌ଟାଇମ୍‌ କୋଚ୍‌ ଚୟନ କରିବ। ଏଥିପାଇଁ ବିସିସିଆଇ ତତ୍ପର ରହିଛି।

ପୂର୍ବରୁ ଭାରତୀୟ ପୁରୁଷ କ୍ରିକେଟ ଦଳର ମୁଖ୍ୟ କୋଚ୍‌ ଦୌଡରେ ଟିମ୍‌ ଇଣ୍ଡିଆର ପୂର୍ବତନ ଡାଇରେକ୍ଟର ରବି ଶାସ୍ତ୍ରୀ ଆଗୁଆ ରହିଥିବା ଚର୍ଚ୍ଚା ହେଉଥିଲା। ଚୟନକର୍ତ୍ତା କମିଟିର ଅଧ୍ୟକ୍ଷ ସନ୍ଦୀପ ପାଟିଲ, ଲାଲଚାନ୍ଦ ରାଜପୁତ, ରବୀନ ସିଂହ, ବିକ୍ରମ ରାଠୋର, ଷ୍ଟୁଆର୍ଡ ଲ’, ଜେସନ୍‌ ଗିଲେସ୍ପୀ, ଦ୍ରୁତ ବୋଲର ଭେଙ୍କଟେସ ପ୍ରସାଦ ଓ ବଲିୱିନ୍ଦର ସିଂ ସାନ୍ଦୁ ପ୍ରମୁଖ ଏହି ପଦବୀ ପାଇଁ ମଧ୍ୟ ଆବେଦନ କରିଥିବା ଜଣାପଡିଛି।

Related story