ରଣଜୀ ଟ୍ରଫି: ଅଙ୍କିତଙ୍କ ଦ୍ୱିଶତକ, ମହାରାଷ୍ଟ୍ରର ବିଶାଳ ସ୍କୋର

ପୁଣେ: ଏଠାରେ ଚାଲିଥିବା ଓଡ଼ିଶା ଓ ମହାରାଷ୍ଟ୍ର ଏଲିଟ୍ ଗ୍ରୁପ୍‌-ସି’ର ମ୍ୟାଚରେ ମହାରାଷ୍ଟ୍ର ପ୍ରଥମ ଇନିଂସରେ ବିଶାଳ ସ୍କୋର କରିଛି। କ୍ୟାପଟେନ୍ ଅଙ୍କିତ ବାୱନେଙ୍କ ଅପରାଜିତ ଦ୍ୱିଶତକ ସାଙ୍ଗକୁ ଋତୁରାଜ ଗାଏକ୍ୱାଡ୍ ଓ ନୌଶାଦ୍ ଶେଖଙ୍କ ଶତକ ବଳରେ ମହାରାଷ୍ଟ୍ର ପ୍ରଥମ ଇନିଂସରେ ୫ ୱିକେଟ୍ ହରାଇ ୫୪୩ ରନ୍ କରି ପାଳି ଘୋଷଣା କରିଛି। ଓଡ଼ିଶା ପ୍ରଥମ ଇନିଂସରେ ୨୯୩ ରନ୍ କରି ଅଲଆଉଟ୍ ହୋଇଥିଲା ଏବଂ ମହାରାଷ୍ଟ୍ର ୨୫୦ ରନର ବଡ଼ ଅଗ୍ରଣୀ ହାସଲ […]

ankit

ankit

Ranjit Kumar Jena
  • Published: Thursday, 06 February 2020
  • Updated: 06 February 2020, 09:26 PM IST

Sports

Latest News

ପୁଣେ: ଏଠାରେ ଚାଲିଥିବା ଓଡ଼ିଶା ଓ ମହାରାଷ୍ଟ୍ର ଏଲିଟ୍ ଗ୍ରୁପ୍‌-ସି'ର ମ୍ୟାଚରେ ମହାରାଷ୍ଟ୍ର ପ୍ରଥମ ଇନିଂସରେ ବିଶାଳ ସ୍କୋର କରିଛି। କ୍ୟାପଟେନ୍ ଅଙ୍କିତ ବାୱନେଙ୍କ ଅପରାଜିତ ଦ୍ୱିଶତକ ସାଙ୍ଗକୁ ଋତୁରାଜ ଗାଏକ୍ୱାଡ୍ ଓ ନୌଶାଦ୍ ଶେଖଙ୍କ ଶତକ ବଳରେ ମହାରାଷ୍ଟ୍ର ପ୍ରଥମ ଇନିଂସରେ ୫ ୱିକେଟ୍ ହରାଇ ୫୪୩ ରନ୍ କରି ପାଳି ଘୋଷଣା କରିଛି।

ଓଡ଼ିଶା ପ୍ରଥମ ଇନିଂସରେ ୨୯୩ ରନ୍ କରି ଅଲଆଉଟ୍ ହୋଇଥିଲା ଏବଂ ମହାରାଷ୍ଟ୍ର ୨୫୦ ରନର ବଡ଼ ଅଗ୍ରଣୀ ହାସଲ କରିଛି। ମହାରାଷ୍ଟ୍ର ପକ୍ଷରୁ ଅଙ୍କିତ ବାୱନେ ସର୍ବାଧିକ ୨୦୪ (୪୦୬ ବଲ୍‌, ୨୧ ଚୌକା, ୧ ଛକା) ରନ୍ କରି ଅପରାଜିତ ଥିଲେ। ଜବାବରେ ଓଡ଼ିଶା ତୃତୀୟ ଦିବସର ଖେଳ ଶେଷ ସୁଦ୍ଧା ବିନା ୱିକେଟ୍ ହରାଇ ୨୪ ରନ୍ କରିଛି। ଦୁଇ ଓପ୍ନର ଶାନ୍ତନ୍ତୁ ମିଶ୍ର ୧୪ ଓ ଅନୁରାଗ ଷଡଙ୍ଗୀ ୧୦ ରନ୍ କରି ଅପରାଜିତ ରହିଛନ୍ତି।

ଗୁରୁବାର ମହାରାଷ୍ଟ୍ର ତା'ର ପୂର୍ବଦିନର ସ୍କୋର ୨୧୯/୨ରୁ ଖେଳ ଆରମ୍ଭ କରିଥିଲା। ଦୁଇ ଅପରାଜିତ ବ୍ୟାଟ୍ସମ୍ୟାନ୍ ଋତୁରାଜ ଓ ଅଙ୍କିତ ତୃତୀୟ ୱିକେଟ୍ ପାଇଁ ୨୧୧ ରନର ଦ୍ୱିଶତକୀୟ ଭାଗୀଦାରୀ କରିଥିଲେ। ଋତୁରାଜ ୧୨୯ (୨୧୭ ବଲ୍‌, ୧୧ ଚୌକା, ୩ ଛକା) ରନ୍ କରି ଦେବବ୍ରତ ପ୍ରଧାନଙ୍କ ଶିକାର ହୋଇଥିଲେ। ଏହା ପରେ ଅଙ୍କିତଙ୍କୁ ସାଥ୍ ଦେଇଥିଲେ ନୌଶାଦ୍। ଦୁହେଁ ଓଡ଼ିଶା ବୋଲରଙ୍କୁ କୌଣସି ସୁଯୋଗ ଦେଇନଥିଲେ।

ନୌଶାଦ୍ ସକାରାତ୍ମକ ବ୍ୟାଟିଂ କରି ନିଜର ଶତକ ହାସଲ କରିଥିଲେ। ଅଙ୍କିତ ଓ ନୌଶାଦ୍ ତୃତୀୟ ୱିକେଟ୍ ପାଇଁ ୧୮୦ ରନର ପାର୍ଟନରଶିପ୍ କରି ମହାରାଷ୍ଟ୍ରକୁ ବିଶାଳ ସ୍କୋର ଅଭିମୁଖେ ନେଇଥିଲେ। ନୌଶାଦ୍ ଶତକ ମାରିବା ପରେ ଅଭିଷେକ ରାଉତଙ୍କ ବଲରେ ରାଜେଶ ଧୂପରଙ୍କୁ କ୍ୟାଚ୍ ଦେଇ ବସିଥିଲେ। ସେ ୧୫୭ ବଲରେ ୭ ଚୌକା ସହ ୧୦୦ ରନ୍ କରିଥିଲେ।

ତାଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା ରାହୁଲ୍ ତ୍ରିପାଠୀ ବିସ୍ଫୋରକ ବ୍ୟାଟିଂ କରିଥିଲେ। ସେ ମାତ୍ର ୪୮ ବଲରେ ୭ ଚୌକା ଓ ୪ ଛକା ସହ ୬୫ ରନ୍ କରି ଆଉଟ୍ ହୋଇଥିଲେ। ଆଉଟ୍ ହେବା ପୂର୍ବରୁ ସେ ଅଙ୍କିତଙ୍କ ସହ ମିଶି ପଞ୍ଚମ ୱିକେଟ୍ ପାଇଁ ୧୧୪ ରନ୍ ଯୋଡ଼ିଥିଲେ। ଓଡ଼ିଶା ପକ୍ଷରୁ ସୂର୍ଯ୍ୟକାନ୍ତ ୨ଟି ଏବଂ ରାଜେଶ ମହାନ୍ତି, ଦେବବ୍ରତ ପ୍ରଧାନ ଓ ଅଭିଷେକ ଗୋଟିଏ ଲେଖାଏ ୱିକେଟ୍ ହାସଲ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story