କର ବା ମର ସ୍ଥିତିରେ କେକେଆର୍‌: ବଡ଼ ବ୍ୟବଧାନରେ ଜିତିଲେ ଚେନ୍ନାଇ ପାଇଁ ସଙ୍କଟ ବଢ଼ିବ

କେକେଆର୍‌ ପାଇଁ କର ବା ମର ସ୍ଥିତି। ଜିତିଲେ ସିଧା ପହଞ୍ଚିବ ପ୍ଲେଅ‌ଫରେ, ହାରିଲେ ବଢ଼ିଯିବ ମୁସ୍କିଲ। ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ ସାମ୍ନାସାମ୍ନି ହୋଇଛନ୍ତି ସନରାଇଜର୍ସ ହାଇଦ୍ରାବାଦ ଓ କେକେଆର୍‌। ହାଇଦ୍ରାବାଦ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ନିର୍ଦ୍ଧାରିତ ୨୦ ଓଭରରେ ସନରାଇଜର୍ସ ହାଇଦ୍ରାବାଦ ୯ ୱିକେଟ୍‌ ହରାଇ ୧୭୨ ରନ୍‌ କରିବାରେ ସକ୍ଷମ ହୋଇଛି। ୨୦ ତମ ଓଭରରେ ଶେଷ ୩ଟି ବଲ୍‌ରୁ ହାଇଦ୍ରାବାଦର ଲଗାତର ୩ଟି ୱିକେଟ୍‌ର ପତନ […]

KKR_SRH (1)

Rakesh Mallick
  • Published: Saturday, 19 May 2018
  • , Updated: 19 May 2018, 10:03 PM IST

କେକେଆର୍‌ ପାଇଁ କର ବା ମର ସ୍ଥିତି। ଜିତିଲେ ସିଧା ପହଞ୍ଚିବ ପ୍ଲେଅ‌ଫରେ, ହାରିଲେ ବଢ଼ିଯିବ ମୁସ୍କିଲ। ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ ସାମ୍ନାସାମ୍ନି ହୋଇଛନ୍ତି ସନରାଇଜର୍ସ ହାଇଦ୍ରାବାଦ ଓ କେକେଆର୍‌। ହାଇଦ୍ରାବାଦ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ନିର୍ଦ୍ଧାରିତ ୨୦ ଓଭରରେ ସନରାଇଜର୍ସ ହାଇଦ୍ରାବାଦ ୯ ୱିକେଟ୍‌ ହରାଇ ୧୭୨ ରନ୍‌ କରିବାରେ ସକ୍ଷମ ହୋଇଛି। ୨୦ ତମ ଓଭରରେ ଶେଷ ୩ଟି ବଲ୍‌ରୁ ହାଇଦ୍ରାବାଦର ଲଗାତର ୩ଟି ୱିକେଟ୍‌ର ପତନ ଘଟିଥିଲା।

ବିଶେଷ କରି ଆଜିର ମ୍ୟାଚ୍‌ କେକେଆର୍‌ ପାଇଁ ବହୁ ଗୁରୁତ୍ୱ ବହନ କରୁଛି। ଆଜି ମ୍ୟାଚ୍‌ ଜିତି ପ୍ଲେଅଫ୍‌ରେ ନିଜ ସ୍ଥାନ ସୁରକ୍ଷିତ କରିବାକୁ ଲକ୍ଷ୍ୟ ରଖିଛି କେକେଆର୍‌। ଏବେ ସୁଦ୍ଧା କୋଲକାତା ୧୩ଟି ମ୍ୟାଚ୍‌ରୁ ୭ଟିରେ ଜିତି ୧୪ ଅଙ୍କ ସହ ପଏଣ୍ଟ ଟେବୁଲରେ ତୃତୀୟ ସ୍ଥାନରେ ରହିଛି। ଆଜିର ମ୍ୟାଚ୍‌ ହାରିଲେ ବି ପ୍ଲେଅଫ୍‌ ପାଇଁ କେକେଆର୍‌କୁ ଲିଗ୍‌ ପର୍ଯ୍ୟାୟର ଶେଷ ମ୍ୟାଚ୍ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ହେବ। କାରଣ ମୁମ୍ବାଇ ଓ ପଞ୍ଜାବ ଯଦି ବଡ଼ ବ୍ୟବଧାନ ଜିତି ନ ପାରୁଛନ୍ତି ତେବେ କେକେଆର୍‌ ପାଇଁ ପ୍ଲେଅଫ୍‌ ରାସ୍ତା ଖୋଲିଯିବ। ଏପରି ସ୍ଥିତିରେ ଆଜିର ମ୍ୟାଚ୍‌ ଯେମିତ ବି ହେଉ କେକେଆର୍ ନିଜ ସପକ୍ଷରେ କରିବାକୁ ସମସ୍ତ ବଳ ପ୍ରୟଗ କରିବ।

କେବଳ ଏତିକି ନୁହେଁ କେକେଆର୍‌ ପାଇଁ ନମ୍ବର-୨ ହେବା ପାଇଁ ଏକ ସୁଯୋଗ ମଧ୍ୟ ରହିଛି। ଯଦି ଆଜିର ମ୍ୟାଚ୍‌ରେ କେକେଆର୍‌ ବଡ଼ ବ୍ୟବଧାନରେ ଜିତୁଛି ଏବଂ ଚେନ୍ନାଇ ତାର ଶେଷ ମ୍ୟାଚ୍‌ରେ ହାରୁଛି ତେବେ କେକେଆର୍‌ ରନ୍‌ରେଟ୍‌ ହିସାବରେ ଦ୍ୱିତୀୟ ସ୍ଥାନକୁ ଚାଲିଯିବ। ଫଳରେ ପ୍ଲେଅଫ୍‌ରେ ପ୍ରଥମ ମ୍ୟାଚ୍‌ରେ କେକେଆର୍‌ ପରାସ୍ତ ହେଲେ ମଧ୍ୟ ଏହି ଟିମ୍‌କୁ ଆଉ ଏକ ସୁଯୋଗ ମିଳିବ।

Related story