ଆସନ୍ତାକାଲିଠାରୁ ରଣଜୀ ଟ୍ରଫି ଫାଇନାଲ

ଇନ୍ଦୋର: ଆସନ୍ତାକାଲିଠାରୁ ଆରମ୍ଭ ହେବ ରଣଜୀ ଟ୍ରଫି ୨୦୧୭ର ଫାଇନାଲ ମୁକାବିଲା। ଇନ୍ଦୋର ଷ୍ଟାଡିୟମରେ ହେବାକୁ ଥିବା ଏହି ମ୍ୟାଚ୍‌ରେ ମୁମ୍ବାଇ ଗୁଜରାଟ୍‌କୁ ଭେଟିବ। ୪୧ ଥର ରଣଜୀ ଚାମ୍ପିଅନ ମୁମ୍ବାଇକୁ ଚଳିତବର୍ଷ ଫେଭରାଇଟ୍‌ କୁହାଯାଉଛି। ରଣଜୀ ଫାଇନାଲକୁ ୪୫ ଥର ଯାଇଥିବା ମୁମ୍ବାଇ ୪୧ ଥର ଟ୍ରଫି ହାସଲ କରିସାରିଛି। ସେହିପରି ୬ ଦଶନ୍ଧୀ ମଧ୍ୟରେ ଗୁଜରାଟ ପ୍ରଥମ ଥର ଫାଇନାଲକୁ ଆସିଛି। ରଣଜୀ କ୍ୟାରିୟରରେ ମୁମ୍ବାଇ ଓ ଗୁଜରାଟ ପରସ୍ପରକୁ ୬୧ ଥର ଭେଟିଛନ୍ତି। […]

ranjitrophy

Rakesh Mallick
  • Published: Monday, 09 January 2017
  • , Updated: 09 January 2017, 06:53 PM IST

ଇନ୍ଦୋର: ଆସନ୍ତାକାଲିଠାରୁ ଆରମ୍ଭ ହେବ ରଣଜୀ ଟ୍ରଫି ୨୦୧୭ର ଫାଇନାଲ ମୁକାବିଲା। ଇନ୍ଦୋର ଷ୍ଟାଡିୟମରେ ହେବାକୁ ଥିବା ଏହି ମ୍ୟାଚ୍‌ରେ ମୁମ୍ବାଇ ଗୁଜରାଟ୍‌କୁ ଭେଟିବ।

୪୧ ଥର ରଣଜୀ ଚାମ୍ପିଅନ ମୁମ୍ବାଇକୁ ଚଳିତବର୍ଷ ଫେଭରାଇଟ୍‌ କୁହାଯାଉଛି। ରଣଜୀ ଫାଇନାଲକୁ ୪୫ ଥର ଯାଇଥିବା ମୁମ୍ବାଇ ୪୧ ଥର ଟ୍ରଫି ହାସଲ କରିସାରିଛି। ସେହିପରି ୬ ଦଶନ୍ଧୀ ମଧ୍ୟରେ ଗୁଜରାଟ ପ୍ରଥମ ଥର ଫାଇନାଲକୁ ଆସିଛି।

ରଣଜୀ କ୍ୟାରିୟରରେ ମୁମ୍ବାଇ ଓ ଗୁଜରାଟ ପରସ୍ପରକୁ ୬୧ ଥର ଭେଟିଛନ୍ତି। ଏଥିରୁ ମାତ୍ର ୨ଟି ମ୍ୟାଚ୍‌ରେ ମୁମ୍ବାଇ ପରାସ୍ତ ହୋଇଛି।

ସେମିଫାଇନାଲରେ ମୁମ୍ବାଇ ତାମିଲନାଡୁକୁ ଏବଂ ଗୁଜରାଟ ଝାଡ଼ଖଣ୍ଡକୁ ହରାଇ ଫାଇନାଲକୁ ଆସିଛନ୍ତି।

Related story