ନୂଆଦିଲ୍ଲୀ: ଦକ୍ଷିଣ କୋରିଆର ଚାଙ୍ଗଓନ୍ରେ ଚାଲିଥିବା ଆଇଏସ୍ଏସ୍ଏଫ୍ ୱାର୍ଲ୍ଡ ଚାମ୍ପିଅନ୍ସିପ୍ରେ ସୌରଭ ଚୌଧରୀ ଜୁନିଅର ୱାର୍ଲ୍ଡ ଚାମ୍ପିଅନ୍ ହେବାର ଗୌରବ ଅର୍ଜନ କରିଛନ୍ତି।
୧୫ ବର୍ଷୀୟ ସୌରଭ ଆଜି ୧୦ ମିଟର ଏୟାର୍ ପିସ୍ତଲର ଜୁନିଅର ପୁରୁଷ ବିଭାଗରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ୨୪୫.୫ ସ୍କୋର କରି ଚାମ୍ପିଅନ୍ ହେବା ସହ ସେ ତାଙ୍କ ନାଁରେ ଥିବା ଜୁନିଅର ୱାର୍ଲ୍ଡ ରେକର୍ଡ ବି ଭାଙ୍ଗିଛନ୍ତି। ତାଙ୍କର ପୂର୍ବ ରେକର୍ଡ ଥିଲା ୨୪୩.୭।
ପୂର୍ବରୁ ତାଙ୍କର ଏହି ସ୍କୋର୍ ସିନିଅର ରେକର୍ଡ ଠାରୁ ୦.୧ ଅଧିକ ଥିଲା। ତେବେ ଏବେ ତାଙ୍କର ଏହି ସ୍କୋର୍ ସିନିଅର ବର୍ଗର ରେକର୍ଡଠାରୁ ୨.୪ ଅଧିକ ରହିଛି।
ସୂଚନାଯୋଗ୍ୟ, ନିକଟରେ ଶେଷ ହୋଇଥିବା ଏସିଆନ୍ ଗେମ୍ସରେ ମଧ୍ୟ ୧୦ ମିଟର ଏୟାର୍ ପିସ୍ତଲ ବର୍ଗରେ ସେ ସ୍ୱର୍ଣ୍ଣ ପଦକ ଜିତିଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ଇଡି ଜାଲରେ କେନ୍ଦ୍ର ମନ୍ତ୍ରୀ ଚିରାଗ ପାଶ୍ୱାନଙ୍କ ସହଯୋଗୀ
୨୦୧୨ ମସିହା ଜୁନ୍ ୧ ତାରିଖରେ ବିହାରର ଭୋଜପୁର ଜିଲ୍ଲାରେ କିଛି ଅଜଣା ଆତତାୟୀ ରଣବୀର ସେନାର ପ୍ରତିଷ୍ଠାତା ଓ ମୁଖ୍ୟ ବ୍ରହ୍ମେଶ୍ୱର ସିଂହ ମୁଖିଆଙ୍କୁ ଗୁଳି କରି ହତ୍ୟା କରିଥିଲେ। ସିବିଆଇ ତା’ ଚାର୍ଜଶିଟରେ ଅଭିଯୋଗ କରିଥିଲା ଯେ ମୁଖିଆଙ୍କୁ ହତ୍ୟା କରିବା ପଛରେ ରହିଛି ହୁଲାସ ପାଣ୍ଡେଙ୍କ ଷଡ଼ଯନ୍ତ୍ର।
National
ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ କଲେ ମନମୋହନଙ୍କ ଶେଷ ଦର୍ଶନ, କାଲି ହେବ ଅନ୍ତିମ ସତ୍କାର
ଗତକାଲି ବିଳମ୍ବିତ ରାତିରେ ସ୍ୱର୍ଗତ ସିଂହଙ୍କ ପାର୍ଥିବ ଶରୀର ତାଙ୍କ ବାସଭବନରେ ପହଞ୍ଚିଥିଲା। ଆଜି ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ କରି ବହୁ ମାଣ୍ୟଗଣ୍ୟ ବ୍ୟକ୍ତି ତାଙ୍କ ଶେଷ ଦର୍ଶନ କରିଛନ୍ତି। ଆସନ୍ତାକାଲି ଦିଲ୍ଲୀର ଶକ୍ତି ସ୍ଥଳରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ ।
National
ଟ୍ରେନ୍ ତଳେ ଲୁଚି ୨୫୦ କିମି ଅତିକ୍ରମ କଲେ ଯୁବକ, କାରଣ କହିଲେ...
ଟ୍ରେନ୍ ଟିକେଟ କାଟିବାକୁ ପାଖରେ ଟଙ୍କା ନ ଥିଲା। ମାତ୍ର ଯାହା ବି ହେଲେ ରାସ୍ତା ଅତିକ୍ରମ କରିବାର ଥିଲା। ତେଣୁ ଯୁବକ ରଚିଲେ ଭୟଙ୍କର ଉପାୟ।ଟ୍ରେନ୍ ବଗି ତଳେ ଓ ଚକା ମଝିରେ ରହି ସେ ଅତିକ୍ରମ କଲେ ୨୫୦ କିମି ବାଟ।
National
ପୂର୍ବ ପ୍ରଧାନମନ୍ତ୍ରୀଙ୍କର ନ ଥିଲା କାର୍, ଶେଆର ବି କିଣି ନ ଥିଲେ, ଜାଣନ୍ତୁ ମୋଟ ସମ୍ପତ୍ତି କେତେ ?
ମନମୋହନଙ୍କ ନାମରେ କୌଣସି ଗାଡ଼ି ନ ଥିବା ବେଳେ ଅଳଙ୍କାର ବି କିଛି ନ ଥିଲା। ଏଥିସହ ନିଜ ନାମରେ କିଛି ଜମିବାଡ଼ି ବି ମନମୋହନ କିଣି ନ ଥିବା ଜଣାଯାଇଛି ।