ଏସିଆନ୍ ଚାମ୍ପିଅନ୍ସ ଟ୍ରଫି ହକି: କାଲି ଦକ୍ଷିଣ କୋରିଆକୁ ଭେଟିବ ଭାରତ  

କ୍ୱାଣ୍ଟନ୍: ଗୁରୁବାରଠାରୁ ମାଲେସିଆର କ୍ୱାଣ୍ଟନ୍‌ରେ ଆରମ୍ଭ ହୋଇଛି ଚତୁର୍ଥ ଏସିଆନ୍ ଚାମ୍ପିଅନ୍ସ ଟ୍ରଫି ପୁରୁଷ ହକି ଟୁର୍ଣ୍ଣାମେଣ୍ଟ୍। ଏଥିରେ ଭାରତ ତା’ର ପ୍ରଥମ ମ୍ୟାଚ୍‌ରେ ବୃହତ୍ତ ବିଜୟ ହାସଲ କରିଛି। ଗତକାଲି ଜାପାନ ବିପକ୍ଷ ମ୍ୟାଚ୍‌କୁ ଦଳ ୧୦-୨ରେ ଜିତି ଥିଲା। ଆସନ୍ତାକାଲି ଭାରତୀୟ ଟିମ୍ ତା’ର ଦ୍ୱିତୀୟ ମ୍ୟାଚ୍ ଦକ୍ଷିଣ କୋରିଆ ବିପକ୍ଷରେ ଖେଳିବ। ଦଳ ୨୩ ତାରିଖରେ ପାକିସ୍ତାନ, ୨୫ ତାରିଖରେ ଚୀନ ଓ ୨୬ ତାରିଖରେ ମାଲେସିଆ ବିପକ୍ଷରେ ଖେଳିବ। ୨୦୧୧ରେ ଆରମ୍ଭ […]

sreejesh

Rakesh Mallick
  • Published: Friday, 21 October 2016
  • , Updated: 21 October 2016, 01:12 PM IST

କ୍ୱାଣ୍ଟନ୍: ଗୁରୁବାରଠାରୁ ମାଲେସିଆର କ୍ୱାଣ୍ଟନ୍‌ରେ ଆରମ୍ଭ ହୋଇଛି ଚତୁର୍ଥ ଏସିଆନ୍ ଚାମ୍ପିଅନ୍ସ ଟ୍ରଫି ପୁରୁଷ ହକି ଟୁର୍ଣ୍ଣାମେଣ୍ଟ୍। ଏଥିରେ ଭାରତ ତା’ର ପ୍ରଥମ ମ୍ୟାଚ୍‌ରେ ବୃହତ୍ତ ବିଜୟ ହାସଲ କରିଛି। ଗତକାଲି ଜାପାନ ବିପକ୍ଷ ମ୍ୟାଚ୍‌କୁ ଦଳ ୧୦-୨ରେ ଜିତି ଥିଲା। ଆସନ୍ତାକାଲି ଭାରତୀୟ ଟିମ୍ ତା’ର ଦ୍ୱିତୀୟ ମ୍ୟାଚ୍ ଦକ୍ଷିଣ କୋରିଆ ବିପକ୍ଷରେ ଖେଳିବ।

ଦଳ ୨୩ ତାରିଖରେ ପାକିସ୍ତାନ, ୨୫ ତାରିଖରେ ଚୀନ ଓ ୨୬ ତାରିଖରେ ମାଲେସିଆ ବିପକ୍ଷରେ ଖେଳିବ।

୨୦୧୧ରେ ଆରମ୍ଭ ହୋଇଥିବା ଏହି ଟୁର୍ଣ୍ଣାମେଣ୍ଟର ପ୍ରଥମ ଚାମ୍ପିଅନ୍ ହୋଇଥିଲା ଭାରତ। ୨୦୧୨ ଓ ୨୦୧୩ରେ ପାକିସ୍ତାନ ଚାମ୍ପିଅନ୍ ହୋଇଥିଲା। ତେବେ ୨୦୧୪ ଓ ୨୦୧୫ରେ ଟୁର୍ଣ୍ଣାମେଣ୍ଟ ହୋଇ ନ ଥିଲା।

Related story