Wining Player
ଏସୀୟ କ୍ରୀଡା ପ୍ରତିଯୋଗିତାରେ ଭାରତକୁ ଆଉ ଦୁଇ ସ୍ୱର୍ଣ୍ଣ ପଦକ। ଉଭୟ ପୁରୁଷ ମହିଳା ତୀରନ୍ଦାଜୀରେ ଭାରତକୁ ଦୁଇଟି ସ୍ୱର୍ଣ୍ଣ ସହ ଗୋଟିଏ ରୌପ୍ୟ ମିଳିଛି। ମହିଳା କମ୍ପାଉଣ୍ଡ୍ ଇଭେଣ୍ଟରେ ଜ୍ୟୋତି ସୁରେଖା ସ୍ୱର୍ଣ୍ଣ ଜିତିଥିବା ବେଳେ ପୁରୁଷ କମ୍ପାଉଣ୍ଡ୍ ଇଭେଣ୍ଟରେ ଓଜାସ ସ୍ୱର୍ଣ୍ଣ ଏବଂ ଅଭିଷେକ ରୌପ୍ୟ ବିଜୟୀ ହୋଇଛନ୍ତି।
ଏହି ବିଜୟ ସହ ବର୍ତ୍ତମାନ ସୁଦ୍ଧା ଭାରତର ପଦକ ସଂଖ୍ୟା ୯୯ରେ ପହଞ୍ଚିଛି। ମହିଳା ତୀରନ୍ଦାଜୀ ପ୍ରତିଯୋଗୀ ଜ୍ୟୋତି ସୁରେଖା ଦକ୍ଷିଣ କୋରିଆ ପ୍ରତିଯୋଗୀଙ୍କୁ ହରାଇ ସ୍ୱର୍ଣ୍ଣ ଜିତିଥିବାବେଳେ ପୁରୁଷ ଇଭେଣ୍ଟରେ ଦୁଇ ଭାରତୀୟଙ୍କ ମଧ୍ୟରେ ଟକ୍କର ହୋଇଥିଲା। ଶେଷରେ ଓଜାସଙ୍କୁ ସ୍ୱର୍ଣ୍ଣ ଏବଂ ଅଭିଷେକଙ୍କୁ ରୌପ୍ୟ ମିଳିଛି। ଆଗକୁ ଭାରତର ପଦକ ସଂଖ୍ୟା ବୃଦ୍ଧି ପାଇବା ନେଇ ଆଶା କରାଯାଉଛି।
ଚଳିତ ସଂସ୍କରଣରେ ଭାରତ ପ୍ରଥମ କରି ଶହେରୁ ଊର୍ଦ୍ଧ୍ୱ ମେଡାଲ୍ ବିଜୟ ସହ ଇତିହାସ ରଚିବା ଏକ ପ୍ରକାର ଥୟ। କାରଣ ଆଜି ମହିଳା ଓ ପୁରୁଷ କବାଡି ସହ ବାଡମିଣ୍ଟନ ଏବଂ ପୁରୁଷ କ୍ରିକେଟ୍ ମ୍ୟାଚ୍ ରହିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1696645940.jpg)