ଏସିଆନ୍ ରେସଲିଂ ଚାମ୍ପିୟନଶିପ୍‌: ଦିବ୍ୟା ଓ ପିଙ୍କି ଜିତିଲେ ସ୍ୱର୍ଣ୍ଣ

ନୂଆଦିଲ୍ଲୀ: ଚଳି ଏସିଆନ୍ ରେସଲିଂ ଚାମ୍ପିୟନଶିପରେ ଭାରତୀୟ ମହିଳା ରେସଲର୍ ଦିବ୍ୟା କାକରନ୍ (୬୮ କେଜି) ଓ ପିଙ୍କି (୫୫ କେଜି) ସ୍ୱର୍ଣ୍ଣ ପଦକ ଅକ୍ତିଆର କରିଛନ୍ତି। ଏଥିସହ ଦିବ୍ୟା ଦ୍ୱିତୀୟ ଭାରତୀୟ ମହିଳା ରେସଲର୍ ଭାବେ ଏସିଆନ୍ ଚାମ୍ପିୟନଶିପରେ ଏହି ସଫଳତା ଅର୍ଜନ କରିଛନ୍ତି। ସେ ନିଜର ସମସ୍ତ ମୁକାବିଲାରେ ନିଜ ପ୍ରତିଦ୍ୱନ୍ଦ୍ୱୀଙ୍କୁ ଧୂଳି ଚଟାଇ ବିଜୟୀ ହୋଇଛନ୍ତି, ଯେଉଁଥିରେ ଜାପାନର ଜୁନିୟର ବିଶ୍ୱ ଚାମ୍ପିୟନ୍ ନରୁହା ମାତସୁୟୁକିଙ୍କୁ ହରାଇବା ମଧ୍ୟ ସାମିଲ୍ ଅଛି। ଦିବ୍ୟା […]

divya

divya

Ranjit Kumar Jena
  • Published: Thursday, 20 February 2020
  • Updated: 20 February 2020, 08:35 PM IST

Sports

Latest News

ନୂଆଦିଲ୍ଲୀ: ଚଳି ଏସିଆନ୍ ରେସଲିଂ ଚାମ୍ପିୟନଶିପରେ ଭାରତୀୟ ମହିଳା ରେସଲର୍ ଦିବ୍ୟା କାକରନ୍ (୬୮ କେଜି) ଓ ପିଙ୍କି (୫୫ କେଜି) ସ୍ୱର୍ଣ୍ଣ ପଦକ ଅକ୍ତିଆର କରିଛନ୍ତି। ଏଥିସହ ଦିବ୍ୟା ଦ୍ୱିତୀୟ ଭାରତୀୟ ମହିଳା ରେସଲର୍ ଭାବେ ଏସିଆନ୍ ଚାମ୍ପିୟନଶିପରେ ଏହି ସଫଳତା ଅର୍ଜନ କରିଛନ୍ତି। ସେ ନିଜର ସମସ୍ତ ମୁକାବିଲାରେ ନିଜ ପ୍ରତିଦ୍ୱନ୍ଦ୍ୱୀଙ୍କୁ ଧୂଳି ଚଟାଇ ବିଜୟୀ ହୋଇଛନ୍ତି, ଯେଉଁଥିରେ ଜାପାନର ଜୁନିୟର ବିଶ୍ୱ ଚାମ୍ପିୟନ୍ ନରୁହା ମାତସୁୟୁକିଙ୍କୁ ହରାଇବା ମଧ୍ୟ ସାମିଲ୍ ଅଛି। ଦିବ୍ୟା ରାଉଣ୍ଡ ରବିନ୍ ଆଧାରରେ ଖେଳାଯାଇଥିବା ସମସ୍ତ ୪ଟି ଯାକ ମ୍ୟାଚ୍ ଜିତିଛନ୍ତି। ପିଙ୍କି ଫାଇନାଲରେ ମଙ୍ଗୋଲିଆର ଡୁଲଗୁନ୍ ବୋଲୋର୍ମାଙ୍କୁ ୨-୧ରେ ହରାଇ ହଳଦିଆ ପଦକ ଉପରେ କବଜା କରିଛନ୍ତି।

ନଭଜୋତ୍ କୌର୍ (୬୫ କେଜି) ପ୍ରଥମ ଭାରତୀୟ ମହିଳା ରେସଲର୍ ଭାବେ ୨୦୧୮ରେ କିର୍ଜିଜସ୍ତାନରେ ଆୟୋଜିତ ଏସିଆନ୍ ଚାମ୍ପିୟନଶିପରେ ସ୍ୱର୍ଣ୍ଣ ପଦକ ଜିତିଥିଲେ। ସେହିପରି ଗୁରୁବାର ଭାରତର ଅନ୍ୟ ରେସଲର୍ ଯଥା ସରିତା ମୋର୍ (୫୯ କେଜି) ଓ ନିର୍ମଳା ଦେବୀ (୫୦ କେଜି) ନିଜ ନିଜର ବର୍ଗର ଫାଇନାଲରେ ପହଞ୍ଚି ଅତିକମରେ ରୌପ୍ୟ ପଦକ ପକ୍କା କରିଛନ୍ତି।

ଚାଇନା ରେସଲରଙ୍କ ଅନୁପସ୍ଥିତି ଏବଂ ଜାପାନ ତା'ର ସର୍ବଶ୍ରେଷ୍ଠ ରେସଲରଙ୍କୁ ନପଠାଇବା ଦ୍ୱାରା ଚାମ୍ପିୟନଶିପର ରୋମାଞ୍ଚ କମ୍ ହୋଇଛି। ଏସିଆନ୍ ଗେମ୍ସରେ ବ୍ରୋଞ୍ଜ ପଦକ ଜିତିଥିବା ଦିବ୍ୟା ୬୮ କେଜି ବର୍ଗରେ ନିଜର ପ୍ରଥମ ମୁକାବିଲାରେ କଜାଖସ୍ତାନର ଆଲବିନା କୈରଜେଲିନୋଭାଙ୍କୁ ହରାଇଥିଲେ ଏବଂ ପରେ ମଙ୍ଗୋଲିଆର ଡେଲଗେର୍ମା ଏଙ୍ଖସାଇଖାନଙ୍କୁ ପରାସ୍ତ କରିଥିଲେ। ତୃତୀୟ ରାଉଣ୍ଡରେ ସେ ଉଜବେକିସ୍ତାନର ଅଜୋଦା ଏସବର୍ଗେନୋଭାଙ୍କୁ ୪-୦ରେ ହରାଇ ଫାଇନାଲକୁ ଉନ୍ନୀତ ହୋଇଥିଲେ।

ଫାଇନାଲରେ ଦିବ୍ୟା ଜାପାନର ନରୁହାଙ୍କୁ ୬-୪ରେ ହରାଇ ଟାଇଟଲ ଉପରେ କବଜା କରିଥିଲେ। ସେହିପରି ସରିତା ନିଜର ପ୍ରଥମ ଦୁଇଟି ବାଉଟରେ ଯଥାକ୍ରମେ ମାଦିନା ବାକବେରଗେନୋଭା (କଜାଖସ୍ତାନ) ଓ ନାଜିରା ମାର୍ସବେକିଜୀ (କିର୍ଗିଜସ୍ତାନ)ଙ୍କୁ ହରାଇଥିଲେ। ତୃତୀୟ ରାଉଣ୍ଡରେ ସେ ଜାପାନର ୟୁମି କୋନଙ୍କୁ ୧୦-୩ରେ ହରାଇ ଫାଇନାଲରେ ସ୍ଥାନ ପକ୍କା କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos