ଏସିଆନ ଜୁନିୟର ଟିଟି:  ଷଷ୍ଠ ସ୍ଥାନରେ ରହିଲା ଭାରତୀୟ ବାଳକ ଦଳ

ନୂଆଦିଲ୍ଲୀ: କୁଆଲାଲମପୁରଠାରେ ଅନୁଷ୍ଠିତ ୨୧ ତମ ଏସିଆନ ଜୁନିୟର ଓ କ୍ୟାଡେଟ ଟେବୁଲ ଟେନିସ ଚାମ୍ପିଅନସିପରେ ଭାରତୀୟ ବାଳକ ଦଳକୁ ଷଷ୍ଠ ସ୍ଥାନରେ ସନ୍ତୁଷ୍ଟ ହେବାକୁ ପଡିଛି। ଚାଇନିଜ ତାଇପେଇଠାରୁ ହାରି ଭାରତୀୟ ଦଳ ଷଷ୍ଠ ସ୍ଥାନରେ ରହିଯାଇଛି।ଆଶା ମୁତାବକ ଚୀନକୁ ସ୍ୱର୍ଣ୍ଣ ପଦକ ମିଳିଥିବାବେଳେ ଦକ୍ଷିଣ କୋରିଆ ଓ ଜାପାନ ଯଥାକ୍ରମେ ରୌପ୍ୟ ଓ ବ୍ରୋଞ୍ଜ ପଦକ ଜିତିଛନ୍ତି। ଏହା ପୂର୍ବରୂ ଏହି ଟୁର୍ଣ୍ଣାମେଣ୍ଟରେ ବାଳିକା ଦଳ ଚାଇନିଜ୍ ତାଇପାଇଠାରୁ ପ୍ରି-କ୍ୱାର୍ଟର ଫାଇନାଲରେ ହାରି ବିଦାୟ […]

Table-Tennis

Rakesh Mallick
  • Published: Friday, 24 July 2015
  • , Updated: 24 July 2015, 12:03 PM IST

ନୂଆଦିଲ୍ଲୀ: କୁଆଲାଲମପୁରଠାରେ ଅନୁଷ୍ଠିତ ୨୧ ତମ ଏସିଆନ ଜୁନିୟର ଓ କ୍ୟାଡେଟ ଟେବୁଲ ଟେନିସ ଚାମ୍ପିଅନସିପରେ ଭାରତୀୟ ବାଳକ ଦଳକୁ ଷଷ୍ଠ ସ୍ଥାନରେ ସନ୍ତୁଷ୍ଟ ହେବାକୁ ପଡିଛି। ଚାଇନିଜ ତାଇପେଇଠାରୁ ହାରି ଭାରତୀୟ ଦଳ ଷଷ୍ଠ ସ୍ଥାନରେ ରହିଯାଇଛି।ଆଶା ମୁତାବକ ଚୀନକୁ ସ୍ୱର୍ଣ୍ଣ ପଦକ ମିଳିଥିବାବେଳେ ଦକ୍ଷିଣ କୋରିଆ ଓ ଜାପାନ ଯଥାକ୍ରମେ ରୌପ୍ୟ ଓ ବ୍ରୋଞ୍ଜ ପଦକ ଜିତିଛନ୍ତି।

ଏହା ପୂର୍ବରୂ ଏହି ଟୁର୍ଣ୍ଣାମେଣ୍ଟରେ ବାଳିକା ଦଳ ଚାଇନିଜ୍ ତାଇପାଇଠାରୁ ପ୍ରି-କ୍ୱାର୍ଟର ଫାଇନାଲରେ ହାରି ବିଦାୟ ନେଇ ସାରିଥିଲା। ଚାଇନିଜ ତାଇପେଇ ଦଳ ଭାରତୀୟ ବାଳିକା ଦଳକୁ ୦-୩ରେ ହରାଇଥିଲା। ଗତବର୍ଷ ମୁମ୍ବାଇରେ ଭାରତୀୟ ଦଳ ଚାଇନିଜ ତାଇପେଇକୁ ୧-୩ରେ ହରାଇଥିଲା।  ଏଥର ବାଳିକା ବର୍ଗରେ ଚୀନ,ଜାପାନ ଓ ଦକ୍ଷିଣ କୋରିଆ ଯଥାକ୍ରମେ ସ୍ୱର୍ଣ୍ଣ,ରୌପ୍ୟ ଓ ବ୍ରୋଞ୍ଜ ପଦକ  ଜିତିଛନ୍ତି।

୨୦୧୪ ମସିହାରେ ମୁମ୍ବାଇରେ ହୋଇଥିବା ୨୦ ତମ ଏସିଆନ ଜୁନିୟର ଓ କ୍ୟାଡେଟ ଟେବୁଲ ଟେନିସ ଚାମ୍ପିଅନସିପରେ ଭାରତୀୟ ବାଳକ ଦଳ  ନବମ ସ୍ଥାନରରେ ରହିଥିଲା।

Related story