ନିତୁଙ୍କ ପରେ ପଦକ ନିଶ୍ଚିତ କଲେ ବକ୍ସର ମହମ୍ମଦ ହସମୁଦ୍ଦିନ

ବର୍ମିଂହାମ: ରାଜ୍ୟଗୋଷ୍ଠୀ କ୍ରୀଡ଼ାର ବକ୍ସିଂ ଇଭେଣ୍ଟରେ ଭାରତ ପାଇଁ ଦ୍ୱିତୀୟ ପଦକ ପକ୍କା କରିଛନ୍ତି ମହମ୍ମଦ ହସମୁଦ୍ଦିନ। ସେ ପୁରୁଷ ୫୭ କେଜି ବର୍ଗର ସେମିରେ ପ୍ରବେଶ କରି ପଦକ ନିଶ୍ଚିତ କରିଛନ୍ତି। ଏହାପୂର୍ବରୁ ମହିଳା ୪୮ କେଜି ବର୍ଗରେ ଭାରତର ନିତୁ ଘନଘସ ସେମିରେ ନିଜର ସ୍ଥାନ ପକ୍କା କରିଥିଲେ। ବକ୍ସିଂର ନିୟମ ଅନୁଯାୟୀ, ସେମିରେ ପ୍ରବେଶ କରୁଥିବା ବକ୍ସରଙ୍କୁ ଅତିକମରେ ବ୍ରୋଞ୍ଜ ପଦକ ମିଳିବ। ଏହାର ଅର୍ଥ ଭାରତର ଦୁଇ ଖେଳାଳି ସେମିରେ ହାରିଲେ […]

boxing

  • Published: Wednesday, 03 August 2022
  • , Updated: 03 August 2022, 06:55 PM IST

ବର୍ମିଂହାମ: ରାଜ୍ୟଗୋଷ୍ଠୀ କ୍ରୀଡ଼ାର ବକ୍ସିଂ ଇଭେଣ୍ଟରେ ଭାରତ ପାଇଁ ଦ୍ୱିତୀୟ ପଦକ ପକ୍କା କରିଛନ୍ତି ମହମ୍ମଦ ହସମୁଦ୍ଦିନ। ସେ ପୁରୁଷ ୫୭ କେଜି ବର୍ଗର ସେମିରେ ପ୍ରବେଶ କରି ପଦକ ନିଶ୍ଚିତ କରିଛନ୍ତି। ଏହାପୂର୍ବରୁ ମହିଳା ୪୮ କେଜି ବର୍ଗରେ ଭାରତର ନିତୁ ଘନଘସ ସେମିରେ ନିଜର ସ୍ଥାନ ପକ୍କା କରିଥିଲେ।

ବକ୍ସିଂର ନିୟମ ଅନୁଯାୟୀ, ସେମିରେ ପ୍ରବେଶ କରୁଥିବା ବକ୍ସରଙ୍କୁ ଅତିକମରେ ବ୍ରୋଞ୍ଜ ପଦକ ମିଳିବ। ଏହାର ଅର୍ଥ ଭାରତର ଦୁଇ ଖେଳାଳି ସେମିରେ ହାରିଲେ ମଧ୍ୟ ଅତିକମରେ ବ୍ରୋଞ୍ଜ ପଦକ ହାସଲ କରିବେ।

ଆଜି ୫୭ କେଜି ବର୍ଗର କ୍ୱାର୍ଟର ଫାଇନାଲରେ ହସମୁଦ୍ଦିନଙ୍କ ମୁକାବିଲା ନାମ୍ବିଆର ଟ୍ରାୟାଗେନ ଏନଡେଭେଲୋଙ୍କ ସହ ହୋଇଥିଲା। ସେ ଏହି ମ୍ୟାଚ୍‌କୁ ୪:୧ରେ ଜିତି ସେମିରେ ପ୍ରବେଶ କରିଛନ୍ତି। ମ୍ୟାଚ୍‌ରେ ୨୮ ବର୍ଷୀୟ ହସମୁଦ୍ଦିନଙ୍କୁ ଏନଡେଭେଲୋ କଡ଼ା ଚ୍ୟାଲେଞ୍ଜ ଦେଇଥିଲେ। ସେ ଆଟାକିଂ ଖେଳ ପ୍ରଦର୍ଶନ କରିଥିବା ବେଳେ ହସମୁଦ୍ଦିନ ସୁଯୋଗ ଦେଖି ପଞ୍ଚିଂ ମାରିଥିଲେ। ଉଭୟ ଜଜଙ୍କୁ ପ୍ରଭାବିତ କରିଥିଲେ ମଧ୍ୟ ଶେଷରେ ଭାରତ ସପକ୍ଷରେ ରେଜଲ୍ଟ ଯାଇଥିଲା। ଏହି ବିଜୟ ସହ ହସମୁଦ୍ଦିନ ସେମିରେ ସ୍ଥାନ ପକ୍କା କରିଛନ୍ତି। ୨୦୧୮ ଗୋଲ୍ଡକୋଷ୍ଟରେ ସେ ଭାରତ ପାଇଁ ବ୍ରୋଞ୍ଜ ମେଡାଲ ଜିତିଥିଲେ। ତେଣୁ ଏଥର ସେ ସ୍ୱର୍ଣ୍ଣ ଜିତିବାକୁ ଲକ୍ଷ୍ୟ ରଖିଛନ୍ତି।

ରାଉଣ୍ଡ ୩୨ ମୁକାବିଲାରେ ମହମ୍ମଦ ହସମୁଦ୍ଦିନ ଦକ୍ଷିଣ ଆଫ୍ରିକାର ଆମଜୋଲେଲେ ଡିଙ୍କୁ ୫-୦ରେ ପରାସ୍ତ କରିଥିଲେ। ଆମଜୋଲେଲେଙ୍କ ବିରୋଧରେ ଭାରତୀୟ ବକ୍ସର ହସମୁଦ୍ଦିନଙ୍କ ପଞ୍ଚ ଓ ପାଦର ମୁଭମେଣ୍ଟ ବେଶ ଚମତ୍କାର ରହିଥିଲା। ଏଥିପାଇଁ ସେ ୫ ଜଣ ବିଚାରପତିଙ୍କ ସର୍ବସମ୍ମତିକ୍ରମେ ତାଙ୍କୁ ବିଜେତା ଘୋଷଣା କରିଥିଲେ।

ଏହାପୂର୍ବରୁ ୨୧ ବର୍ଷୀୟ ନିତୁ ୪୮ କେଜି ବର୍ଗ ବକ୍ସିଂରେ ଭାରତ ପାଇଁ ପଦକ ପକ୍କା କରିଥିଲେ। ଆଜି ସେ ଏହି ବର୍ଗରେ ନର୍ଦର ଆୟର୍ଲ୍ୟାଣ୍ଡର ନିକୋଲ କ୍ଲାୟଡେଙ୍କୁ ହରାଇଛନ୍ତି। ଏହି ବିଜୟ ସହ ସେ ୪୮ କେଜି ମହିଳା ବର୍ଗର ସେମି ଫାଇନାଲରେ ପ୍ରବେଶ କରିଛନ୍ତି।

ଏହାର ଅର୍ଥ ସେ ସେମିରେ ହାରିଲେ ମଧ୍ୟ ଭାରତକୁ ଅତିକମରେ ବ୍ରୋଞ୍ଜ ପଦକ ମିଳିବ। କିନ୍ତୁ ନିତୁ ଯେଉଁଭଳି ଢଙ୍ଗରେ ଆଜି ଲଢ଼ିଛନ୍ତି, ତାଙ୍କ ଠାରୁ ଦେଶ ସ୍ୱର୍ଣ୍ଣ ପଦକ ଆଶା ରଖିଛି।

Related story