ରାଜ୍ୟଗୋଷ୍ଠୀ କ୍ରୀଡ଼ା ଭାଗ ନେଇଥିବା ୨ ବକ୍ସର ନିଖୋଜ

ବର୍ମିଂହାମ: ଇଂଲଣ୍ଡର ବର୍ମିଂହାମରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ା ସୋମବାର ଶେଷ ହୋଇଛି। ତେବେ ଏହି କ୍ରୀଡ଼ା ମହାକୁମ୍ଭରେ ଭାଗ ନେଇଥିବା ଦୁଇ ଜଣ ପାକିସ୍ତାନୀ ବକ୍ସର ବର୍ମିଂହାମରୁ ନିଖୋଜ ହୋଇ ଯାଇଥିବା ଖବର ଏବେ ସାମ୍ନାକୁ ଆସିଛି। ପାକିସ୍ତାନର ଅନ୍ୟ ଆଥଲେଟମାନେ ସ୍ୱଦେଶ ଫେରିଥିବା ବେଳେ ଏମାନେ କେଉଁ ଆଡ଼େ ଚାଲି ଯାଇଛନ୍ତି। ସେମାନଙ୍କ ପାସପୋର୍ଟ ଠାରୁ ଆରମ୍ଭ କରି ଅନ୍ୟାନ୍ୟ ଦସ୍ତାବିଜ ଟିମ ମ୍ୟାନେଜମେଣ୍ଟ ପାଖରେ ରହିଥିବା ବେଳେ ସେମାନେ କେଉଁଆଡ଼େ ଗଲେ, ତା’କୁ ନେଇ […]

suleman

suleman

Hemant Lenka
  • Published: Thursday, 11 August 2022
  • Updated: 11 August 2022, 02:13 PM IST

Sports

Latest News

ବର୍ମିଂହାମ: ଇଂଲଣ୍ଡର ବର୍ମିଂହାମରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ା ସୋମବାର ଶେଷ ହୋଇଛି। ତେବେ ଏହି କ୍ରୀଡ଼ା ମହାକୁମ୍ଭରେ ଭାଗ ନେଇଥିବା ଦୁଇ ଜଣ ପାକିସ୍ତାନୀ ବକ୍ସର ବର୍ମିଂହାମରୁ ନିଖୋଜ ହୋଇ ଯାଇଥିବା ଖବର ଏବେ ସାମ୍ନାକୁ ଆସିଛି। ପାକିସ୍ତାନର ଅନ୍ୟ ଆଥଲେଟମାନେ ସ୍ୱଦେଶ ଫେରିଥିବା ବେଳେ ଏମାନେ କେଉଁ ଆଡ଼େ ଚାଲି ଯାଇଛନ୍ତି। ସେମାନଙ୍କ ପାସପୋର୍ଟ ଠାରୁ ଆରମ୍ଭ କରି ଅନ୍ୟାନ୍ୟ ଦସ୍ତାବିଜ ଟିମ ମ୍ୟାନେଜମେଣ୍ଟ ପାଖରେ ରହିଥିବା ବେଳେ ସେମାନେ କେଉଁଆଡ଼େ ଗଲେ, ତା’କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

ଦୁଇ ବକ୍ସରଙ୍କ ନିଖୋଜ ଖବରକୁ ପାକିସ୍ତାନ ବକ୍ସିଂ ଫେଡରେସନ(ପିବିଏଫ) ନିଶ୍ଚିତ କରିଛି। ପିବିଏଫର ସମ୍ପାଦକ ନସିର ତଙ୍ଗ କହିଛନ୍ତି, ବକ୍ସର ସୁଲେମାନ ବାଲୋଚ ଓ ନଜୀରଉଲ୍ଲା ବର୍ମିଂହାମରୁ ନିଖୋଜ ହୋଇ ଯାଇଛନ୍ତି। ଇସଲାମାବାଦ ଅଭିମୁଖେ ପାକିସ୍ତାନର ଅନ୍ୟ ଖେଳାଳିମାନେ ଆସିବାର କିଛି ଘଣ୍ଟା ପୂର୍ବରୁ ସେମାନେ କେଉଁଆଡ଼େ ଚାଲି ଯାଇଛନ୍ତି।

ସେମାନଙ୍କ ଯାତ୍ରା ସମ୍ପର୍କିତ କାଗଜପତ୍ର ଓ ପାସପୋର୍ଟ ଏବେ ବି ଫେଡରେସନର ଅଧିକାରୀଙ୍କ ପାଖରେ ରହିଛି। ବିନା ପାସପୋର୍ଟରେ ସେମାନେ କେଉଁ ଆଡ଼େ ଯିବା କଥା ନୁହେଁ। ହେଲେ ଏହା କେମିତି ଘଟିଲା ବୋଲି ସେ ଆଶ୍ଚର୍ଯ୍ୟ ହୋଇଛନ୍ତି।

ନସିର କହିଛନ୍ତି ଯେ ଟିମ ମ୍ୟାନେଜମେଣ୍ଟ ଏ ସମ୍ପର୍କରେ ବ୍ରିଟେନରେ ଥିବା ପାକିସ୍ତାନ ହାଇକମିଶନ ଓ ଲଣ୍ଡନରେ ଥିବା ଅନ୍ୟ ଅଧିକାରୀମାନଙ୍କୁ ଅବଗତ କରାଇଛି। ଏସଓପି ଅନୁସାରେ ପାକିସ୍ତାନରୁ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାଗ ନେବାକୁ ଯାଇଥିବା ସବୁ ଖେଳାଳିଙ୍କ ଦସ୍ତାବିଜ୍‌ ଟିମ୍‌ ମ୍ୟାନେଜମେଣ୍ଟ ପାଖରେ ହିଁ ରହିଥିଲା। ସୁଲେମାନ ଓ ନଜୀରଉଲ୍ଲା ଏହି କାଗଜପତ୍ର ମଧ୍ୟ ନିଜ ସହ ନେଇ ନାହାନ୍ତି ବୋଲି ସେ ସୂଚନା ଦେଇଛନ୍ତି। ଏହାକୁ ନେଇ ହଇଚଇ ସୃଷ୍ଟି ହୋଇଥିବା ବେଳେ ପାକିସ୍ତାନ ଅଲିମ୍ପିକ୍ସ ଆସୋସିଏସନ(ପିଓଏ) ନିଖୋଜ ବକ୍ସରଙ୍କ ଘଟଣାର ତଦନ୍ତ ପାଇଁ ୪ ଜଣିଆ କମିଟି ମଧ୍ୟ ଗଠନ କରିଛି।

ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ପାକିସ୍ତାନ ବକ୍ସିଂରୁ ଗୋଟିଏ ବି ପଦକ ପାଇନି। ଦେଶ ୨ଟି ସ୍ୱର୍ଣ୍ଣ ସହ ମୋଟ ୮ଟି ପଦକ ପାଇ ନିଜର ଅଭିଯାନ ଶେଷ କରିଛି। ଜାଭେଲିନ ଓ ଭାରୋତ୍ତୋଳନରେ ଦେଶରୁ ଦୁଇଟି ସ୍ୱର୍ଣ୍ଣ ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story