ଅଗଷ୍ଟରେ ଜିମ୍ବାୱେ ଯିବ ପାକିସ୍ତାନ

କରାଚି : ଆସନ୍ତା ଅଗଷ୍ଟ-ସେପ୍ଟେମ୍ବର ମାସରେ ଏକ ତ୍ରିକୋଣୀୟ ସିରିଜ୍ ଖେଳିବା ପାଇଁ ଜିମ୍ବାୱେ ଯିବ ପାକିସ୍ତାନ କ୍ରିକେଟ ଟିମ୍। ଏନେଇ ଆସିଥିବା ପ୍ରସ୍ତାବ ଉପରେ ସୋମବାର ହଁ ଭରିଛି ପାକିସ୍ତାନ କ୍ରିକେଟ ବୋର୍ଡ। ଅଗଷ୍ଟ ଶେଷ ସପ୍ତାହ ଓ ସେପ୍ଟମ୍ବର ପ୍ରଥମ ସପ୍ତାହରେ ଏହି ତ୍ରିକୋଣୀୟ ସିରିଜ ଖେଳାଯିବ। ଜିମ୍ବାୱେ ଓ ପାକିସ୍ତାନ ସହିତ ୱେଷ୍ଟ ଇଣ୍ଡିଜ୍ ଟିମ୍ ମଧ୍ୟ ଏଥିରେ ଭାଗ ନେବ। ଏହି ସିରିଜ ପରେ ପାକିସ୍ତାନ ଓ ଜିମ୍ବାୱେ ମଧ୍ୟରେ ୩ଟି […]

pcb

Rakesh Mallick
  • Published: Monday, 06 July 2015
  • , Updated: 06 July 2015, 04:31 PM IST

କରାଚି : ଆସନ୍ତା ଅଗଷ୍ଟ-ସେପ୍ଟେମ୍ବର ମାସରେ ଏକ ତ୍ରିକୋଣୀୟ ସିରିଜ୍ ଖେଳିବା ପାଇଁ ଜିମ୍ବାୱେ ଯିବ ପାକିସ୍ତାନ କ୍ରିକେଟ ଟିମ୍। ଏନେଇ ଆସିଥିବା ପ୍ରସ୍ତାବ ଉପରେ ସୋମବାର ହଁ ଭରିଛି ପାକିସ୍ତାନ କ୍ରିକେଟ ବୋର୍ଡ। ଅଗଷ୍ଟ ଶେଷ ସପ୍ତାହ ଓ ସେପ୍ଟମ୍ବର ପ୍ରଥମ ସପ୍ତାହରେ ଏହି ତ୍ରିକୋଣୀୟ ସିରିଜ ଖେଳାଯିବ। ଜିମ୍ବାୱେ ଓ ପାକିସ୍ତାନ ସହିତ ୱେଷ୍ଟ ଇଣ୍ଡିଜ୍ ଟିମ୍ ମଧ୍ୟ ଏଥିରେ ଭାଗ ନେବ। ଏହି ସିରିଜ ପରେ ପାକିସ୍ତାନ ଓ ଜିମ୍ବାୱେ ମଧ୍ୟରେ ୩ଟି ଟି-ଟ୍ୱେଣ୍ଟି ମ୍ୟାଚ ଖେଳାଯିବ। ଏହି ଦୁଇଟିମ୍ ମଧ୍ୟରେ ଏହା ହେବ ପ୍ରଥମ ଦ୍ୱିପାକ୍ଷିକ ଟ୍ୱେଣ୍ଟି ଟ୍ୱେଣ୍ଟି ସିରିଜ୍।

ଏହି ତ୍ରିକୋଣୀୟ ସିରିଜ୍ ଉଭୟ ପାକସ୍ତାନ ଓ ୱେଷ୍ଟ ଇଣ୍ଡିଜକୁ ସେମାନଙ୍କର ଦିନିକିଆ ମାନ୍ୟତାରେ ଉନ୍ନତି ଆଣିବାରେ ସହଯୋଗ କରିବ। ସେପ୍ଟମ୍ବର ୩୧ ତାରିଖରେ ସୁଦ୍ଧା ଆଇସିସି ଦିନିକିଆରେ ମାନ୍ୟତା ତାଲିକାରେ ପ୍ରଥମ ୮ଟି ସ୍ଥାନରେ ଯେଉଁ ଦଳଗୁଡିକ ରହିବେ ସେମାନେ ସିଧାସଳଖ ଭାବେ ୨୦୧୭ ଚାମ୍ପିଆନ୍ସ ଟ୍ରଫି ଖେଳିବା ପାଇଁ ଯୋଗ୍ୟତା ଅର୍ଜନ କରିବେ। ତେଣୁ ଜିମ୍ବାୱେ ପାକିସ୍ତାନ ଓ ୱେଷ୍ଟ ଇଣ୍ଡିଜକୁ ସିରିଜ୍ ଖେଳିବାକୁ ଆମନ୍ତ୍ରଣ କରିଥିବାରୁ ଚିନ୍ତିତ ହୋଇପଡିଛି ବାଂଲାଦେଶ। କାରଣ ଏବେ ଏହି ଦଳ ଦିନିଆ ମାନ୍ୟତାରେ ତାଲିକାରେ ୮ମ ସ୍ଥାନରେ ଅଛି। ପାକିସ୍ଥାନ ଓ ୱେଷ୍ଟ ଇଣ୍ଡିଜ୍ ସେଠାରେ ଭଲ ପ୍ରଦର୍ଶନ କଲେ ବାଂଲାଦେଶ ୮ ସ୍ଥାନ ରୁ ଖସିବାର ସମ୍ଭାବନା ଅଧିକ ଅଛି। ଏପରି ହେଲେ ୨୦୧୭ ଚାମ୍ପିଆନ୍ସ ଟ୍ରଫି ଖେଳିବା ପାଇଁ ଏହାକୁ ସିଧାସଳଖ ଟିକେଟ ମିଳିବ ନାହିଁ।

Related story