ୱାର୍ଣ୍ଣରଙ୍କ ଶତକ ସତ୍ତ୍ୱେ ଅଷ୍ଟ୍ରେଲିଆ ୩୦୭

ଟଣ୍ଟନ: ଚଳିତ ବିଶ୍ୱକପର ୧୭ତମ ମ୍ୟାଚରେ ମୁହାଁମୁହିଁ ହୋଇଛନ୍ତି ଡିଫେଣ୍ଡିଂ ଚାମ୍ପିଅନ୍ ଅଷ୍ଟ୍ରେଲିଆ ଓ ପାକିସ୍ତାନ। ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିବାକୁ ସୁଯୋଗ ପାଇଥିବା ଅଷ୍ଟ୍ରେଲିଆ ଡେଭିଡ୍ ୱାର୍ଣ୍ଣରଙ୍କ ଶତକ ଓ କ୍ୟାପଟେନ୍ ଆରୋନ୍ ଫିଞ୍ଚଙ୍କ ଅର୍ଦ୍ଧଶତକ ସତ୍ତ୍ୱେ ନିର୍ଦ୍ଧାରିତ ୫୦ ଓଭରରେ ସମସ୍ତ ୱିକେଟ୍ ହରାଇ ୩୦୭ ରନ୍ କରିବାକୁ ସକ୍ଷମ ହୋଇଛି। ଫଳରେ ପାକିସ୍ତାନକୁ ଏହି ମ୍ୟାଚ୍ ଜିତିବା ପାଇଁ ୩୦୮ ରନ୍ କରିବାକୁ ପଡ଼ିବ। ଅଷ୍ଟ୍ରେଲିଆ ପକ୍ଷରୁ ୱାର୍ଣ୍ଣର ସର୍ବାଧିକ ୧୦୭ […]

war

war

Hemant Lenka
  • Published: Wednesday, 12 June 2019
  • Updated: 12 June 2019, 06:47 PM IST

Sports

Latest News

ଟଣ୍ଟନ: ଚଳିତ ବିଶ୍ୱକପର ୧୭ତମ ମ୍ୟାଚରେ ମୁହାଁମୁହିଁ ହୋଇଛନ୍ତି ଡିଫେଣ୍ଡିଂ ଚାମ୍ପିଅନ୍ ଅଷ୍ଟ୍ରେଲିଆ ଓ ପାକିସ୍ତାନ। ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିବାକୁ ସୁଯୋଗ ପାଇଥିବା ଅଷ୍ଟ୍ରେଲିଆ ଡେଭିଡ୍ ୱାର୍ଣ୍ଣରଙ୍କ ଶତକ ଓ କ୍ୟାପଟେନ୍ ଆରୋନ୍ ଫିଞ୍ଚଙ୍କ ଅର୍ଦ୍ଧଶତକ ସତ୍ତ୍ୱେ ନିର୍ଦ୍ଧାରିତ ୫୦ ଓଭରରେ ସମସ୍ତ ୱିକେଟ୍ ହରାଇ ୩୦୭ ରନ୍ କରିବାକୁ ସକ୍ଷମ ହୋଇଛି। ଫଳରେ ପାକିସ୍ତାନକୁ ଏହି ମ୍ୟାଚ୍ ଜିତିବା ପାଇଁ ୩୦୮ ରନ୍ କରିବାକୁ ପଡ଼ିବ।

ଅଷ୍ଟ୍ରେଲିଆ ପକ୍ଷରୁ ୱାର୍ଣ୍ଣର ସର୍ବାଧିକ ୧୦୭ (୧୧୧ ବଲ୍, ୧୧ ଚୌକା, ୧ ଛକା) ଓ ଫିଞ୍ଚ୍ ୮୨ (୮୪ ବଲ, ୬ ଚୌକା, ୪ ଛକା) ରନ୍ କରିଥିଲେ। ଏକ ସମୟରେ ଅଷ୍ଟ୍ରେଲିଆ ସହଜରେ ୩୫୦ ରନ୍ ଅତିକ୍ରମ କରିବା ସ୍ଥିତିରେ ଥିଲା, କିନ୍ତୁ ମହମ୍ମଦ ଆମୀରଙ୍କ ଚମତ୍କାର ବୋଲିଂ କରି କଙ୍ଗାରୁ ଟିମକୁ ୩୦୭ ରନରେ ସୀମିତ ରଖିଥିଲେ।

କାଉଣ୍ଟି ଗ୍ରାଉଣ୍ଡରେ ଖେଳାଯାଇଥିବା ଏହି ମ୍ୟାଚରେ ପାକିସ୍ତାନ ଅଧିନାୟକ ସର୍ଫରାଜ ଅହମ୍ମଦ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଆମନ୍ତ୍ରଣ ପାଇ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆକୁ ଭଲ ଷ୍ଟାର୍ଟ ଦେଇଥିଲେ ଦୁଇ ଓପ୍ନର ୱାର୍ଣ୍ଣର ଓ ଫିଞ୍ଚ୍। ଦୁହେଁ ୧୬.୪ ଓଭରରେ ଟିମ୍ ସ୍କୋରକୁ ୧୦୦ ରନରେ ପହଞ୍ଚାଇଥିଲେ।

ଏହା ପରେ ଫିଞ୍ଚ୍ ୬୩ ବଲରେ ଏବଂ ୱାର୍ଣ୍ଣର ୫୧ ବଲରେ ଅର୍ଦ୍ଧଶତକ ପୂରଣ କରିଥିଲେ। ଏହା ପରେ ଫିଞ୍ଚ୍ ଆକ୍ରମଣାତ୍ମକ ବ୍ୟାଟିଂ କରି ରନ୍ ଗତିକୁ ବଢ଼ାଇଥିଲେ। ଟିମ୍ ସ୍କୋର ୧୪୬ ଥିବା ବେଳେ ଫିଞ୍ଚଙ୍କୁ ମହମ୍ମଦ ଆମୀର ଆଉଟ୍ କରିଥିଲେ। ଫିଞ୍ଚଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା ଷ୍ଟିଭ୍ ସ୍ମିଥ୍ ନିରାଶ କରିଥିଲେ। ସ୍ମିଥ୍ ମାତ୍ର ୧୦ ରନ୍ କରି ମହମ୍ମଦ ହଫିଜଙ୍କ ଶିକାର ହୋଇଥିଲେ।

ଗ୍ଲେନ୍ ମ୍ୟାକ୍ସୱେଲ୍ ଦ୍ରୁତ ରନ୍ ସଂଗ୍ରହ କରିଥିଲେ ହେଁ, ବଡ଼ ସ୍କୋର କରିବାକୁ ସକ୍ଷମ ହୋଇନଥିଲେ। ସେ ୧୦ ବଲରେ ୨ ଚୌକା ଓ ୧ ଛକା ସହ ୨୦ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ। ଏହା ପରେ ୱାର୍ଣ୍ଣର୍ ୧୦୨ ବଲରେ ନିଜର ୧୫ତମ ଦିନିକିଆ ଶତକ ପୂରଣ କରିଥିଲେ। ତେବେ ଶତକ ମାରିବା ପରେ ୱାର୍ଣ୍ଣର୍ ଖରାପ ଶଟ୍ ଖେଳି ଆଉଟ୍ ହୋଇଥିଲେ। ତାଙ୍କର ବହୁମୂଲ୍ୟ ୱିକେଟ୍ ନେଇଥିଲେ ଶାହିନ୍ ଆଫ୍ରିଦି ନେଇଥିଲେ।

ଏହା ପରେ ଅଷ୍ଟ୍ରେଲିଆ ନିୟମିତ ବ୍ୟବଧାନରେ ୱିକେଟ୍ ହରାଇ ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲେ। ମଧ୍ୟକ୍ରମରେ ଅଷ୍ଟ୍ରେଲିଆ ରନରେ ଅଙ୍କୁଶ ଲଗାଇଥିଲେ ଆମୀର। ଆମୀର ଶନ୍ ମାର୍ଶ (୨୩), ଉସମାନ୍ ଖୱାଜା (୧୮) ଓ ଆଲେକ୍ସ କ୍ୟାରି (୨୦)ଙ୍କ ମୂଲ୍ୟବାନ୍ ୱିକେଟ୍ ନେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ନେଥନ କୁଲ୍ଟର-ନାଇଲ୍ (୨), ପ୍ୟାଟ୍ କମିନ୍ସ (୨) ଓ ମିଚେଲ୍ ଷ୍ଟାର୍କ (୩) ନିରାଶ କରିଥିଲେ। କେନ୍ ରିଚାର୍ଡସନ୍ ୧ ରନ୍ କରି ଅପରାଜିତ ଥିଲେ। ପାକିସ୍ତାନ ପକ୍ଷରୁ ଆମୀର ୩୦ ରନ୍ ଦେଇ ସର୍ବାଧିକ ୫ଟି ୱିକେଟ୍ ନେଇଥିବା ବେଳେ ଆଫ୍ରିଦି ୨ଟି, ହାସାନ୍ ଅଲୀ, ୱହାବ ରିଆଜ ଓ ହଫିଜ୍ ଗୋଟିଏ ଲେଖାଏ ୱିକେଟ୍ ହାସଲ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos