ଟିମ୍ ଇଣ୍ଡିଆକୁ ୨୫୫ ରନରେ ରୋକିଲା ଅଷ୍ଟ୍ରେଲିଆ

ମୁମ୍ବାଇ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ତିନିମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍ ଏଠାରେ ଖେଳାଯାଉଛି। ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୪୯.୧ ଓଭରରେ ୨୫୫ ରନ୍ କରି ଅଲଆଉଟ୍ ହୋଇଛି। ଶିଖର ଧୱନ୍ ଓ ଲୋକେଶ ରାହୁଲଙ୍କ ଶତକୀୟ ଭାଗୀଦାରୀ ଦ୍ୱାରା ଭାରତ ଏକ ସମୟରେ ମଜଭୁତ୍ ସ୍ଥିତିରେ ଥିଲା। କିନ୍ତୁ ମଝି ଓଭର ଗୁଡ଼ିକରେ ଅଷ୍ଟ୍ରେଲିଆ ବୋଲରଙ୍କ ଶାଣିତ ବୋଲିଂ ଆଗରେ ଭାରତୀୟ ମିଡିଲ୍ ଅର୍ଡର ଆତ୍ମସମର୍ପଣ କରିଥିଲେ, ଯେଉଁକାରଣରୁ ଘରୋଇ ଟିମ୍ […]

SHIKHAR

SHIKHAR

Ranjit Kumar Jena
  • Published: Tuesday, 14 January 2020
  • Updated: 14 January 2020, 05:21 PM IST

Sports

Latest News

ମୁମ୍ବାଇ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ତିନିମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍ ଏଠାରେ ଖେଳାଯାଉଛି। ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୪୯.୧ ଓଭରରେ ୨୫୫ ରନ୍ କରି ଅଲଆଉଟ୍ ହୋଇଛି। ଶିଖର ଧୱନ୍ ଓ ଲୋକେଶ ରାହୁଲଙ୍କ ଶତକୀୟ ଭାଗୀଦାରୀ ଦ୍ୱାରା ଭାରତ ଏକ ସମୟରେ ମଜଭୁତ୍ ସ୍ଥିତିରେ ଥିଲା। କିନ୍ତୁ ମଝି ଓଭର ଗୁଡ଼ିକରେ ଅଷ୍ଟ୍ରେଲିଆ ବୋଲରଙ୍କ ଶାଣିତ ବୋଲିଂ ଆଗରେ ଭାରତୀୟ ମିଡିଲ୍ ଅର୍ଡର ଆତ୍ମସମର୍ପଣ କରିଥିଲେ, ଯେଉଁକାରଣରୁ ଘରୋଇ ଟିମ୍ ବଡ଼ ସ୍କୋର କରିବାରୁ ବଞ୍ଚିତ ହୋଇଛି। ଭାରତ ପକ୍ଷରୁ ଧୱନ୍ ସର୍ବାଧିକ ୭୪ ରନ୍ କରିଥିବା ବେଳେ ରାହୁଲ ୪୭ ରନର ଇନିଂସ୍ ଖେଳିଛନ୍ତି। କ୍ୟାପଟେନ୍ ବିରାଟ୍ କୋହଲି, ଶ୍ରେୟସ୍ ଆୟର୍ ଓ ଋଷଭ ପନ୍ତ ଆଶାମୁତାବକ ବଡ଼ ଇନିଂସ୍ ଖେଳିବାରେ ବିଫଳ ହୋଇଛନ୍ତି।

ୱାଙ୍ଖଡେରେ ଖେଳାଯାଇଥିବା ଏହି ମ୍ୟାଚରେ କଙ୍ଗାରୁ ଟିମ୍ କ୍ୟାପଟେନ୍ ଆରୋନ୍ ଫିଞ୍ଚ୍ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଟିମ୍ ଇଣ୍ଡିଆର ଷ୍ଟାର୍ ଓପ୍ନର ତଥା ଘରୋଇ ତାରକା ରୋହିତ୍ ଶର୍ମା (୧୦) ମ୍ୟାଚର ପ୍ରଥମ ବଲରେ ଚୌକା ମାରି ଜବରଦସ୍ତ ଶୁଭାରମ୍ଭ କରିଥିଲେ। କିନ୍ତୁ ରୋହିତ୍ ନିଜ ଇନିଂସକୁ ବେଶୀ ଆଗକୁ ନେଇପାରିନଥିଲେ। ଇନିଂସର ପଞ୍ଚମ ଓଭରରେ ମିଚେଲ୍ ଷ୍ଟାର୍କଙ୍କ ବଲରେ ରୋହିତ୍ ଲଙ୍ଗଅଫରେ ଡେଭିଡ୍ ୱାର୍ଣ୍ଣରଙ୍କୁ କ୍ୟାଚ୍ ଦେଇ ବସିଥିଲେ।

ବିରାଟଙ୍କ ସ୍ଥାନରେ ଲୋକେଶ ରାହୁଲ ତୃତୀୟ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିଲେ ଏବଂ ଶିଖର ଧୱନଙ୍କୁ ଭରପୂର ସହଯୋଗ କରିଥିଲେ। ଦୁହେଁ ଓଭରପିଛା ୫ ଲେଖାଏ ରନ୍ କରି ଭାରତର ସ୍କୋରକୁ ୧୦୦ ଅତିକ୍ରମ କରାଇଥିଲେ। ଦୀର୍ଘଦିନ ପରେ କମବ୍ୟାକ୍ କରିଥିବା ଧୱନ୍ ସୁଯୋଗର ପୂରା ଫାଇଦା ଉଠାଇଥିଲେ ଏବଂ ୬୬ ବଲରେ ନିଜର ୨୮ତମ ଅର୍ଦ୍ଧଶତକ ପୂରଣ କରିଥିଲେ। କିନ୍ତୁ ରାହୁଲ ମାତ୍ର ୩ ରନ୍ ପାଇଁ ଅର୍ଦ୍ଧଶତକରୁ ବଞ୍ଚିତ ହୋଇଥିଲେ। ଟିମର ସ୍କୋର ୧୩୪ ଥିଲା ବେଳେ ରାହୁଲ (୪୭)ଙ୍କୁ ଆଷ୍ଟନ୍ ଆଗର ପ୍ୟାଭିଲିୟନ୍ ପଠାଇଥିଲେ। ତାଙ୍କ ପରେ ଧୱନ୍ ଦ୍ରୁତ ରନ୍ କରିବା ପ୍ରୟାସରେ ନିଜ ୱିକେଟ୍ ହରାଇ ବସିଥିଲେ। ଧୱନ୍ ୯୧ ବଲରେ ୯ ଚୌକା, ୧ ଛକା ସହ ୭୪ ରନ୍ କରି ପ୍ୟାଟ୍ କମିନ୍ସଙ୍କ ଶିକାର ହୋଇଥିଲେ।

ମଧ୍ୟକ୍ରମରେ କ୍ୟାପଟେନ୍ ବିରାଟ୍ କୋହଲି (୧୬) ଓ ଶ୍ରେୟସ ଆୟର (୪)ଙ୍କଠାରୁ ଭଲ ଇନିଂସ୍ ଆଶା ଥିଲା, କିନ୍ତୁ ଦୁହେଁ ନିରାଶ କରିଥିଲେ । ଭାରତ ଇନିଂସର ୩୩ତମ ଓଭରର ପ୍ରଥମ ବଲରେ କୋହଲି ଅଷ୍ଟ୍ରେଲୀୟ ସ୍ପିନର୍ ଆଡାମ ଜାମ୍ପାଙ୍କୁ ଛକା ମାରି ଆରମ୍ଭ କରିଥିଲେ। କିନ୍ତୁ ପରବର୍ତ୍ତୀ ବଲରେ ବିରାଟ୍ ନିଜ ୱିକେଟ୍ ଦେଇ ବସିଥିଲେ ଏବଂ ପରେ ଆୟରଙ୍କୁ ଷ୍ଟାର୍କ ଆଉଟ୍ କରିଥିଲେ। ୧୬୪ ରନରେ ଅଧା ବ୍ୟାଟ୍ସମ୍ୟାନଙ୍କୁ ହରାଇବା ପରେ ଭାରତକୁ ଏକ ପାର୍ଟନରଶିପର ଆବଶ୍ୟକ ଥିଲା, ଯାହାକୁ ଋଷଭ ପନ୍ତ ଓ ରବୀନ୍ଦ୍ର ଜାଡେଜା କିଛିମାତ୍ରାରେ ପୂରଣ କରିଥିଲ। ଦୁହେଁ ଷଷ୍ଠ ୱିକେଟ୍ ପାଇଁ ୪୯ ରନର ଭାଗୀଦାରୀ କରି ଭାରତର ସ୍କୋରକୁ ୨୦୦ ଅତିକ୍ରମ କରାଇଥିଲେ।

ଜାଡେଜା (୨୫)ଙ୍କୁ କେନ୍ ରିଚାର୍ଡସନ୍ ଏବଂ ପନ୍ତ (୨୮)ଙ୍କୁ କମିନ୍ସ ପ୍ୟାଭିଲିୟନ୍ ପଠାଇଥିଲେ। ନିମ୍ନକ୍ରମରେ ଶାର୍ଦ୍ଦୁଲ ଠାକୁର (୧୩), କୁଲଦୀପ ଯାଦବ (୧୭) ଏବଂ ମହମ୍ମଦ ଶାମି (୧୦)ଙ୍କ ଉପଯୋଗୀ ଯୋଗଦାନ ଦ୍ୱାରା ଭାରତ ୨୫୫ ରନର ସମ୍ମାନଜନକ ସ୍କୋର କରିବାକୁ ସକ୍ଷମ ହୋଇଥିଲା। ଅଷ୍ଟ୍ରେଲିଆ ପକ୍ଷରୁ ଷ୍ଟାର୍କ ସର୍ବାଧିକ ୩ଟି ୱିକେଟ୍ ନେଇଥିବା ବେଳେ କମିନ୍ସ ଓ ରିଚାର୍ଡସନ୍ ୨ଟି ଲେଖାଏ ୱିକେଟ୍ ପାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story