ଜନ୍ମଦିନରେ ୱାର୍ଣ୍ଣରଙ୍କ ବିସ୍ଫୋରକ ଶତକ

ଆଡିଲେଡ୍‌: ଅଷ୍ଟ୍ରେଲିଆ କ୍ରିକେଟ୍ ଟିମର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ଡେଭିଡ୍ ୱାର୍ଣ୍ଣର ନିଜକୁ ଜନ୍ମଦିନର ସବୁଠାରୁ ବଡ଼ ଉପହାର ଦେଇଛନ୍ତି। ରବିବାର ଆଡିଲେଡ୍ ମଇଦାନରେ ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚରେ ୱାର୍ଣ୍ଣର ଦମଦାର ଶତକ ମାରିଛନ୍ତି। ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରେ ୱାର୍ଣ୍ଣରଙ୍କର ଏହା ପ୍ରଥମ ଶତକ। ରବିବାର ନିଜର ୩୩ତମ ଜନ୍ମଦିନ ମନାଉଥିବା ୱାର୍ଣ୍ଣର୍ ମାତ୍ର ୫୬ ବଲରେ ୧୦ ଚୌକା ଓ ୪ ଛକା ବଳରେ ଶତକ ପୂରଣ କରିଛନ୍ତି । ସେ ଇନିଂସର ଶେଷ […]

warner

warner

Ranjit Kumar Jena
  • Published: Sunday, 27 October 2019
  • Updated: 27 October 2019, 01:59 PM IST

ଆଡିଲେଡ୍‌: ଅଷ୍ଟ୍ରେଲିଆ କ୍ରିକେଟ୍ ଟିମର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ଡେଭିଡ୍ ୱାର୍ଣ୍ଣର ନିଜକୁ ଜନ୍ମଦିନର ସବୁଠାରୁ ବଡ଼ ଉପହାର ଦେଇଛନ୍ତି। ରବିବାର ଆଡିଲେଡ୍ ମଇଦାନରେ ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚରେ ୱାର୍ଣ୍ଣର ଦମଦାର ଶତକ ମାରିଛନ୍ତି। ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରେ ୱାର୍ଣ୍ଣରଙ୍କର ଏହା ପ୍ରଥମ ଶତକ। ରବିବାର ନିଜର ୩୩ତମ ଜନ୍ମଦିନ ମନାଉଥିବା ୱାର୍ଣ୍ଣର୍ ମାତ୍ର ୫୬ ବଲରେ ୧୦ ଚୌକା ଓ ୪ ଛକା ବଳରେ ଶତକ ପୂରଣ କରିଛନ୍ତି । ସେ ଇନିଂସର ଶେଷ ବଲରେ ନିଜର ଶତକ ପୂରଣ କରିଛନ୍ତି।

ୱାର୍ଣ୍ଣରଙ୍କ ଶତକ ଏବଂ କ୍ୟାପଟେନ୍ ଆରୋନ୍ ଫିଞ୍ଚ୍ ଓ ଗ୍ଲେନ୍ ମ୍ୟାକ୍ସୱେଲଙ୍କ ବିସ୍ଫୋରକ ଅର୍ଦ୍ଧଶଥକ ବଳରେ ଅଷ୍ଟ୍ରେଲିଆ ୨୦ ଓଭରରେ ୨ ୱିକେଟ୍ ହରାଇ ୨୩୩ ରନର ବିଶାଳ ସ୍କୋର କରିଛି। ଅଷ୍ଟ୍ରେଲିଆ ଦ୍ୱାରା ଧାର୍ଯ୍ୟ ଏହି ବିଶାଳ ଲକ୍ଷ୍ୟର ପିଛା କରି ଶ୍ରୀଲଙ୍କା ଟିମ୍ ୨୦ ଓଭରରେ ୯ ୱିକେଟ୍ ହରାଇ ମାତ୍ର ୯୯ ରନ୍ କରିବାକୁ ସକ୍ଷମ ହୋଇଛି। ଫଳରେ ଅଷ୍ଟ୍ରେଲିଆ ଏହି ମୁକାବିଲାକୁ ୧୩୪ ରନର ବଡ଼ ବ୍ୟବଧାନରେ ଜିତି ନେଇଛି। ଟି-୨୦ କ୍ରିକେଟରେ ଅଷ୍ଟ୍ରେଲିଆର ଏହା ସର୍ବବୃହତ ବିଜୟ। ଅଷ୍ଟ୍ରେଲିଆର ସଫଳ ବୋଲର ଭାବେ ଆଡାମ ଜାମ୍ପା ସର୍ବାଧିକ ୩ଟି, ମିଚେଲ୍ ଷ୍ଟାର୍କ ଓ ପ୍ୟାଟ୍ କମିନ୍ସ ୨ଟି ଲେଖାଏ ୱିକେଟ୍ ନେଇଥିଲେ।

ୱାର୍ଣ୍ଣର୍ ଓ ଫିଞ୍ଚ୍ ଇନିଂସର ଶୁଭାରମ୍ଭ କରିଥିଲେ। ଦୁହେଁ ପ୍ରଥମ ୱିକେଟ୍ ପାଇଁ ୬ ଓଭରର ପ୍ଲାୱାରପ୍ଲେ'ରେ ୫୭ ରନ୍ ଯୋଡ଼ିଥିଲେ। ଏହା ପରେ ଅଷ୍ଟ୍ରେଲିଆ ୯.୪ ଓଭରରେ ସ୍କୋରକୁ ୧୦୦ରେ ପହଞ୍ଚାଇଥିଲା । ଦୁହେଁ ପ୍ରଥମ ୱିକେଟ୍ ପାଇଁ ୧୧ ଓଭରରେ ୧୨୨ ରନ୍ ଯୋଡ଼ିଥିଲେ। ଫିଞ୍ଚ୍ ୩୬ ବଲରେ ୮ ଚୌକା ଓ ୩ ଛକା ସହାୟତାରେ ୬୪ ରନ୍ କରି ଆଉଟ୍ ହୋଇଥିଲେ । ଏହା ପରେ ବ୍ୟାଟିଂ କରିବାକୁ ଆସିଥିବା ମ୍ୟାକ୍ସୱେଲ୍ ଅଧିକ ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ।

ମ୍ୟାକ୍ସୱେଲ୍ ମାତ୍ର ୨୮ ବଲରେ ୭ ଚୌକା ଓ ୩ ଛକା ସହାୟତାରେ ୬୨ ରନର ଦମଦାର ଇନିଂସ୍ ଖେଳି ଅଷ୍ଟ୍ରେଲିଆ ସ୍କୋରକୁ ୨୦୦ ଅତିକ୍ରମ କରାଇଥିଲେ। ସେ ୱାର୍ଣ୍ଣରଙ୍କ ସହ ମିଶି ୧୦୭ ରନର ଶତକୀୟ ଭାଗୀଦାରୀ କରିଥିଲେ। ମ୍ୟାକ୍ସୱେଲ୍ ଇନିଂସର ଅନ୍ତିମ ଓଭରରେ ଆଉଟ୍ ହୋଇଥିଲେ। ୱାର୍ଣ୍ଣରଙ୍କୁ ଶେଷ ଦୁଇ ବଲରେ ଶତକ ପୂରଣ କରିବା ପାଇଁ ତିନି ରନ୍ ଆବଶ୍ୟକ ଥିଲା। ସେ ଦାସୁନ ଶନାକାଙ୍କ ବଲରେ ଦୁଇ ରନ୍ ଦୌଡ଼ିଥିଲେ ଏବଂ ଶେଷ ବଲରେ ଏକ ରନ୍ ଦେଇ ଶତକ ପୂରଣ କରିଥିଲେ। ଏହା ଅନ୍ତର୍ଜାତୀୟ କ୍ରିକେଟରେ ତାଙ୍କର ୩୯ତମ ଶତକ ଥିଲା।

ନିକଟରେ ଇଂଲଣ୍ଡରେ ଆୟୋଜିତ ବିଶ୍ୱକପରେ ୱାର୍ଣ୍ଣରଙ୍କ ବ୍ୟାଟରୁ ଖୁବ୍ ରନ୍ ବର୍ଷିଥିବା ବେଳେ ଆଶେସ୍ ସିରିଜରେ ସେ ସମ୍ପୂର୍ଣ୍ଣ ଫେଲ୍ ମାରିଥିଲେ। ସେ ପାଞ୍ଚମ୍ୟାଚ୍ ବିଶିଷ୍ଟ ଆଶେସରେ ମାତ୍ର ୯୫ ରନ୍ କରିଥିଲେ, ଯେଉଁଥିରେ ୬୧ ରନ୍ ତାଙ୍କର ସର୍ବୋଚ୍ଚ ସ୍କୋର ଥିଲା। ସିରିଜରେ ଇଂଲଣ୍ଡର ପେସ୍ ବୋଲର ଷ୍ଟୁଆର୍ଟ ବ୍ରଡ୍ ତାଙ୍କୁ ୭ଥର ଆଉଟ୍ କରି ନୂଆ ରେକର୍ଡ କରିଥିଲେ। କିନ୍ତୁ ଘରୋଇ ସିଜନରେ ସେ ଟି-୨୦ ଶତକ ମାରି ସମାଲୋଚକଙ୍କ ମୁହଁ ବନ୍ଦ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story